ETV Bharat / bharat

ବଢିଲା କୋଭିଡ୍ ଗାଇଡଲାଇନ ଅବଧି, କଣ୍ଟେନମେଣ୍ଟ ଜୋନରେ ନିୟମ କଡାକଡି - ବଢିଲା କୋଭିଡ୍ ଗାଇଡଲାଇନ

ଦେଶରେ ୨୦୨୧ ଜାନୁୟାରୀ ୩୧ ଯାଏଁ ବଢିଲା କୋଭିଡ୍ ଗାଇଡଲାଇନ । ତେବେ କୋରୋନା ଭାଇରସର ସଂକ୍ରମଣକୁ କାବୁ କରିବା ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟ ଏଭଳି ନିଷ୍ପତ୍ତି ନେଇଛନ୍ତି । ଅଧିକ ପଢନ୍ତୁ...

ଜାନୁୟାରୀ ୩୧ ଯାଏଁ ବଢିଲା କୋଭିଡ୍ ଗାଇଡଲାଇନ, କଣ୍ଟେନମେଣ୍ଟ ଜୋନରେ ନିୟମ କଡାକଡି

author img

By

Published : Dec 29, 2020, 2:24 PM IST

ନୂଆଦିଲ୍ଲୀ: ଦେଶରେ ୨୦୨୧ ଜାନୁୟାରୀ ୩୧ ଯାଏଁ ବଢିଲା କୋଭିଡ୍ ଗାଇଡଲାଇନ । ତେବେ କୋରୋନା ଭାଇରସର ସଂକ୍ରମଣକୁ କାବୁ କରିବା ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟ ଏଭଳି ନିଷ୍ପତ୍ତି ନେଇଛନ୍ତି । ବର୍ତ୍ତମାନ ଦେଶରେ କୋରୋନା ଗ୍ରାଫ ଖସୁଥିବା ଦେଖାଯାଉଛି । କିନ୍ତୁ ଗୃହ ମନ୍ତ୍ରାଳୟ କହିଛି ଯେ, ଯେଉଁ ଅଞ୍ଚଳରେ କୋରୋନା ସଂକ୍ରମଣ ବୃଦ୍ଧି ପାଉଛି ସେଠାରେ ପୂର୍ବଭଳି କଣ୍ଟେନମେଣ୍ଟ ଜାରି ରହିବ । ଏହି ସବୁ ଅଞ୍ଚଳରେ କୋଭିଡ ଗାଇଡଲାଇନ କଡ଼ା କଡ଼ି ପାଳନ କରାଯିବାକୁ ନିର୍ଦେଶ ଦିଆଯାଇଛି ।

ଖାସ କରି ବ୍ରିଟେନରେ ଯେଉଁଭଳି ଭାବେ କୋରୋନାର ନୂଆ ରୂପ ଦେଖିବାକୁ ମିଳୁଛି ତାହା ନିହାତି ଭାବେ ଚିନ୍ତାଜନକ । ଏଥିପାଇଁ ସତର୍କ ରହିବା ଜରୁରୀ ବୋଲି ଗୃହ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ଗତ ମାସ 25 ତାରିଖ ଦିନ ଗୃହ ମନ୍ତ୍ରଣାଳୟ ଏବଂ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଦ୍ବାରା ଜାରି କରାଯାଇଥିବା ଗାଇଡଲାଇନ କିମ୍ବା SOP ଗୁଡ଼ିକର ନୀରିକ୍ଷଣ ଏବଂ କଡା ପାଳନ ଉପରେ ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକର ଧ୍ୟାନ ଦିଆଯିବା ନିହାତି ଆବଶ୍ୟକ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.