ETV Bharat / bharat

ଆଜିଠୁ ଗାଜିଆବାଦ ରେଡ ଲାଇନରେ ମେଟ୍ରୋ ସେବା ଆରମ୍ଭ

author img

By

Published : Sep 10, 2020, 2:09 PM IST

ଆଜିଠାରୁ ଉତ୍ତରପ୍ରଦେଶର ଗାଜିଆବାଦ ରେଡ ଲାଇନରେ ମେଟ୍ରୋ ସେବା ଆରମ୍ଭ । ଶହୀଦ ସ୍ଥାନରୁ ରିଠାଲା ମାର୍ଗରେ ଏହି ସେବା ଆରମ୍ଭ ହେବ । ବର୍ତ୍ତମାନ ପାଇଁ ଟ୍ରେନ୍ କେବଳ ସକାଳେ 4 ଘଣ୍ଟା ଏବଂ ସନ୍ଧ୍ୟାରେ 4 ଘଣ୍ଟା ଚାଲିବ । ଅଧିକ ପଢନ୍ତୁ...

ଆଜିଠୁ ଗାଜିଆବାଦ ରେଡ ଲାଇନରେ ମେଟ୍ରୋ ସେବା ଆରମ୍ଭ
ଆଜିଠୁ ଗାଜିଆବାଦ ରେଡ ଲାଇନରେ ମେଟ୍ରୋ ସେବା ଆରମ୍ଭ

ଲକ୍ଷ୍ନୌ:ଆଜିଠାରୁ ଉତ୍ତରପ୍ରଦେଶର ଗାଜିଆବାଦ ରେଡ ଲାଇନରେ ମେଟ୍ରୋ ସେବା ଆରମ୍ଭ । ଶହୀଦ ସ୍ଥାନରୁ ରିଠାଲା ମାର୍ଗରେ ଏହି ସେବା ଆରମ୍ଭ ହେବା ପରେ ଯାତ୍ରୀମାନେ ବହୁତ ଉପକୃତ ହୋଇଛନ୍ତି । ଡିଆରଏମସି ଆଜି 35 ଟି ଟ୍ରେନ୍ ଚଲାଇବ, ଯାହା 413 ଥର ଯାତ୍ରା କରିବ । ବର୍ତ୍ତମାନ ପାଇଁ ଟ୍ରେନ୍ କେବଳ ସକାଳେ 4 ଘଣ୍ଟା ଏବଂ ସନ୍ଧ୍ୟାରେ 4 ଘଣ୍ଟା ଚାଲିବ ।

169 ଦିନର ଲକଡାଉନ୍ ପରେ ମେଟ୍ରୋ ସେବା ପ୍ରଥମେ ଦିଲ୍ଲୀରେ ଆରମ୍ଭ ହୋଇଥିଲା । ଏହା ପରେ, ବୁଧବାର ଦିନ ବ୍ଲୁ ଲାଇନ୍ ମେଟ୍ରୋର ଯାତ୍ରା ଆରମ୍ଭ ହୋଇଥିଲା, ଯାହାକି ଗାଜିଆବାଦର ଭୈସାଲିରୁ ଦ୍ୱାରକା ପର୍ଯ୍ୟନ୍ତ ଯାଇଥାଏ । ଡିଏମଆରସି ମଧ୍ୟ ଏ ସମ୍ପର୍କରେ ଏକ ଗାଇଡଲାଇନ ଜାରି କରିଛି। ମେଟ୍ରୋରେ ଯାତ୍ରା କରିବାକୁ ହେଲେ, ଏହି ନିର୍ଦ୍ଦେଶାବଳୀ ଅନୁସରଣ କରିବା ନିତ୍ୟାନ୍ତ ଆବଶ୍ୟକ ।

ଗାଇଡଲାଇନ ଅନୁଯାୟୀ ଯାତ୍ରୀମାନଙ୍କୁ ଟେମ୍ପ୍ରେଚର ଗେଟ ଦେଇ ଯିବାକୁ ପଡ଼ିବ । ଯଦି ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ତେବେ ସେମାନଙ୍କୁ ଯାତ୍ରା କରିବାକୁ ଅନୁମତି ଦିଆଯିବ ନାହିଁ । ଏପରିକି ମାସ୍କ ନଥିଲେ ମଧ୍ୟ ଯାତ୍ରାକୁ ଅନୁମତି ନାହିଁ । ଏହା ବ୍ୟତୀତ ମେଟ୍ରୋରେ କେବଳ ସ୍ମାର୍ଟ କାର୍ଡ ଥିବା ଯାତ୍ରୀ ଯାତ୍ରା କରାଯାଇପାରିବ । ବର୍ତ୍ତମାନ ପର୍ଯ୍ୟନ୍ତ ମେଟ୍ରୋ, ସକାଳେ 4 ଘଣ୍ଟା(7-11) ଏବଂ ସନ୍ଧ୍ୟାରେ 4 ଘଣ୍ଟା(4-8) ପର୍ଯ୍ୟନ୍ତ ଚାଲିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.