ଲକ୍ଷ୍ନୌ: ଦୀପାବଳିରେ 7 ବର୍ଷର ଶିଶୁର ଲିଭରକୁ ମହିଳା କଞ୍ଚା ଖାଇବା ଘଟଣାଟି ଏବେ ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ତେବେ ଗୁଣି ଗାରେଡିରେ ବିଶ୍ବାସ ରଖୁଥିବା ବ୍ୟକ୍ତି କିମ୍ବା କୌଣସି ବ୍ୟକ୍ତିର ମସ୍ତିଷ୍କ ଉପରେ ପ୍ରଭାବ ପକାଇ ଉସୁକାଇବା ଦ୍ବାରା ଜଣେ ବ୍ୟକ୍ତି ଏଭଳି ଜଘନ୍ୟ କାଣ୍ଡ କରିପାରେ ବୋଲି ମନସ୍ତତ୍ତ୍ବବିତ ଡଃ ପିକେ ଖତ୍ରୀ କହିଛନ୍ତି ।
ମନସ୍ତତ୍ତ୍ବବିତଙ୍କ କହିବା ଅନୁଯାୟୀ, ମଦ୍ୟପାନ କରୁଥିବା ସମୟରେ ବ୍ୟକ୍ତି ଜଣକ ନିଜ ଉପରେ ସନ୍ତୁଳନ ରକ୍ଷା କରିନପାରି ସାଧାରଣ ଜ୍ଞାନ ଭୁଲିଯାଏ । ତେବେ ସେହି ସମୟରେ ମଦ୍ୟପ ବ୍ୟକ୍ତିକୁ ଯାହା ଦେଖା ଯାଇଥାଏ ସେ ତାହା କରିଥାଏ । କିନ୍ତୁ ଏଭଳି ଭାବେ ହତ୍ୟାକାଣ୍ଡ ଘଟାଇଥିବା ମହିଳା କୌଣସି ଗୁଣିଗାରେଡିର ବଶବର୍ତ୍ତୀ ହୋଇ କରିପାରିଥାନ୍ତି କିମ୍ବା ଏଭଳି କାର୍ଯ୍ୟ କରିବାକୁ ତାଙ୍କୁ କେହି ଉସୁକାଇଥାଏ ବୋଲି ମନସ୍ତତ୍ତ୍ବବିତ ଡଃ ଖତ୍ରୀ କହିଛନ୍ତି ।
ତେବେ ସୂଚନା ଥାଉ କି ଗତ 15 ତାରିଖରେ ଦୀପାବଳି ରାତ୍ରିରେ କାନପୁର ଜିଲ୍ଲାର ଘାଟମପୁର ଥାନା ଅଞ୍ଚଳରେ ଜଣେ ମଦ୍ୟପ ବ୍ୟକ୍ତି 7 ବର୍ଷର ଶିଶୁ ସହ ଦୁଷ୍କର୍ମ କରି ଶିଶୁଟିର ଗଳା କାଟି ହତ୍ୟା କରିଥିଲା । ଏହା ପରେ ଶିଶୁଟିର ସମସ୍ତ ଆଭ୍ୟନ୍ତରୀଣ ଅଙ୍ଗକୁ ବାହର କରି ସନ୍ତାନ ଆଶାରେ ଆସିଥିବା ଦମ୍ପତିଙ୍କୁ ଦେଇଥିଲା ଏବଂ ସନ୍ତାନ ଜନ୍ମ ହେବା ଆଶାରେ ମହିଳା ଜଣକ ଶିଶୁଟିର ଲିଭରକୁ କଞ୍ଚା ଖାଇଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ହଇଚଇ ସୃଷ୍ଟି କରିଛି ।
ମାନସିକ ରୋଗ ବିଶେଷଜ୍ଞ ଡକ୍ଟର ପି.କେ ଖତ୍ରୀ କହିଛନ୍ତି ଯେ ଏଭଳି ଘଟଣା ଅତ୍ୟନ୍ତ ନିନ୍ଦନୀୟ । ଏହି ଘଟଣା ଘଟାଇଥିବା ଲୋକମାନେ ପୂର୍ବରୁ ମାନସିକ ବିକାରଗ୍ରସ୍ତ ହୋଇଥିଲେ, ଯେଉଁଥିରେ ବ୍ୟକ୍ତି ଜଣକ ପ୍ରଥମେ ମଦ୍ୟପାନ କରିଥିଲେ ଏବଂ ଏହା ପରେ ତାଙ୍କର ମାନସିକ ବିକୃତି ଆହୁରି ବଢିଯିବା ପରେ ସେ ଏଭଳି କାଣ୍ଡ ଘଟାଇଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ