ETV Bharat / bharat

ଶୌଚ଼ ପାଇଁ ଯାଇ ପାଣିରେ ଫସିଲେ ଦୁଇ ଯୁବକ - କର୍ଣ୍ଣାଟକରେ ଶୌଚ ପାଇଁ ଯାଇ ପାଣିରେ ଯୁବକ

ଶୌଚକର୍ମ ପାଇଁ ନାଳକୁ ଯାଇଥିବା ସମୟରେ ହଠାତ୍ ଜଳସ୍ତର ବୃଦ୍ଧି ଯୋଗୁଁ ସେଠାରେ ଫସିଗଲେ ଦୁଇ ଯୁବକ । ପ୍ରଶାସନିକ ଅଧିକାରୀ ଦ୍ବାରା ଉଭୟ ଉଦ୍ଧାର । ଅଧିକ ପଢ଼ନ୍ତୁ...

ଶୌଚ଼ ପାଇଁ ଯାଇ ପାଣିରେ ଫସିଲେ ଦୁଇ ଯୁବକ
author img

By

Published : Oct 11, 2020, 2:00 PM IST

ବେଙ୍ଗାଲୁରୁ: ଶୌଚ଼ ପାଇଁ ଯାଇ ପାଣିରେ ଫସିଲେ ଯୁବକ । କର୍ଣ୍ଣାଟକର ରାଇଚୁରଠାରେ ଥିବା ମସ୍କି ଡ୍ୟାମ ନିକଟକୁ ଶୌଚ଼ ହେବାକୁ ଯାଇଥିବା ସମୟରେ ରବିବାର ଦୁଇ ଯୁବକ ପାଣି ଘେରରେ ଫସି ଯାଇଛନ୍ତି । ତାଲୁକ ପ୍ରଶାସନିକ ଅଧିକରୀ ଘଟଣାସ୍ଥଳରେ ପହଞ୍ଚି ଯୁବକ ଦ୍ବୟଙ୍କୁ ଉଦ୍ଧାର କରିଛନ୍ତି ।

ସୂଚନା ଅନୁଯାୟୀ, ଚେନ୍ନାବସଭା ଓ ଜଲୀଲା ନାମକ ଦୁଇ ଯୁବକ ସବୁଦିନ ଭଳି ରବିବାର ମସ୍କି ଡ୍ୟାମ ନିକଟକୁ ଶୌଚ଼କର୍ମ ପାଇଁ ଯାଇଥିଲେ । । ପ୍ରବଳ ବର୍ଷା ଯୋଗୁଁ ମୁସ୍କି ଡ୍ୟାମରୁ ସକାଳ 3 ଟାରେ 200 କ୍ୟୁସେକ ପାଣି ନିଷ୍କାସିତ କରାଯାଇଥିଲା । ହେଲେ କ୍ରମଶଃ ଜଳସ୍ତର ବୃଦ୍ଧି ପାଇ ଏହା ସକାଳ 8 ସୁଦ୍ଧା 16,00 କ୍ୟୁସେକରେ ପହଞ୍ଚିଥିଲା । ଯେତେବେଳେ ଉଭୟ ଯୁବକ ସେଠାରୁ ଫେରିବା ପାଇଁ ଉଦ୍ୟମ କରିଥିଲେ, ହେଲେ ଆଉ ବାହାରି ପାରି ନଥିଲେ ।

ଶୌଚ଼ ପାଇଁ ଯାଇ ପାଣିରେ ଫସିଲେ ଦୁଇ ଯୁବକ

ଖବର ପାଇ ତାଲୁକର ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ ଏବଂ ଦୁଇ ଯୁବକଙ୍କୁ ଉଦ୍ଧାର କରିଛନ୍ତି । ତେବେ ଯୁବକ ଦ୍ବୟ ସଂପୂର୍ଣ୍ଣ ସୁରକ୍ଷିତ ଥିବା ଜଣାପଡ଼ିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.