ETV Bharat / bharat

ଧାରା 370 ପୁନଃସ୍ଥାପନ ନହେବା ଯାଏଁ ନିର୍ବାଚନ ଲଢିବେନି ମେହବୁବା - ଧାରା 370

ଶୁକ୍ରବାର ମୋଦିଙ୍କୁ ଟାର୍ଗେଟ କରି ମେହବୁବା କହିଛନ୍ତି, ବିହାରରେ ଭୋଟବ୍ୟାଙ୍କ୍‌ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧାରା 370ର ସହାୟତା ନେବାକୁ ପଡୁଛି । ଅଧିକ ପଢନ୍ତୁ...

ଧାରା 370 ପୂନଃସ୍ଥାପନ ନହେବା ଯାଏଁ ନିର୍ବାଚନ ଲଢିବେନି ମେହବୁବା

author img

By

Published : Oct 23, 2020, 4:38 PM IST

Updated : Oct 23, 2020, 5:14 PM IST

ଶ୍ରୀନଗର: ନଜରବନ୍ଦୀରୁ ମୁକ୍ତ ହେବା ପରେ ଧାରା 370କୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ଆକ୍ରାମକ ଆଭିମୁଖ୍ୟ ଆପଣାଇଛନ୍ତି ଜମ୍ମୁ ଓ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍ତି । ଶୁକ୍ରବାର ମୋଦିଙ୍କୁ ଟାର୍ଗେଟ କରି ମେହବୁବା କହିଛନ୍ତି, ବିହାରରେ ଭୋଟବ୍ୟାଙ୍କ୍‌ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧାରା 370ର ସହାୟତା ନେବାକୁ ପଡୁଛି । ମୋଦି ବାସ୍ତବିକ ସମସ୍ୟା ଉପରେ ଆଲୋଚନା କରୁନଥିବା କହିଛନ୍ତି ମେହବୁବା ।

ଧାରା 370 ପୁନଃସ୍ଥାପନ ନହେବା ଯାଏଁ ନିର୍ବାଚନ ଲଢିବେନି ମେହବୁବା

ମେହବୁବା କହିଛନ୍ତି, କେନ୍ଦ୍ରସରକାର ଜମ୍ମୁ ଓ କାଶ୍ମୀରରେ ଯେତେ ଯାଏଁ ଧାରା 370 ପ୍ରତ୍ୟାହାର କରିନାହାନ୍ତି, ସେତେଯାଏଁ ସେ କୌଣସି ନିର୍ବାଚନ ଲଢିବେ ନାହିଁ ବୋଲି ଘୋଷଣା କରିଛନ୍ତି । ଜମ୍ମୁ ଓ କାଶ୍ମୀରରେ ଧାରା 370 ପୂନଃସ୍ଥାପନ ନହେବା ଯାଏଁ ସଂଘର୍ଷ ଜାରି ରହିବ । ମୋ ସଂଘର୍ଷ କାଶ୍ମୀର ସମସ୍ୟାର ସମାଧାନ ପାଇଁ ହେବ । ସେହିପରି ବାବ୍ରୀ ମସଜଦିଦ ଧ୍ବଂଶକୁ ନେଇ ମଧ୍ୟ ବିଜେପିକୁ ଟାର୍ଗେଟ କରିଛନ୍ତି ମେହବୁବା ।

ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା କହିଛନ୍ତି, ଚୀନ ଲାଦାଖରେ 1000 ବର୍ଗ କିଲୋମିଟରରୁ ଅଧିକ ଜାଗା କବଜା କରିଛି । ଧାରା 370 ଉଚ୍ଛେଦ ଓ ଭାରତ ଦ୍ବାରା କରାଯାଇଥିବା ପରିବର୍ତ୍ତନକୁ ଖୋଲାଖୋଲି ବିରୋଧ କରିଥିଲା ଚୀନ ।

ଧାରା 370 ହଟାଯିବା ପୂର୍ବରୁ ମେହବୁବା ମୁଫ୍ତିଙ୍କୁ ପୋଲିସ ଗିରଫ କରିଥିଲା। 434 ଦିନ ପରେ ମେହବୁବାଙ୍କୁ ମୁକ୍ତ କରାଯାଇଛି। ଏହା ପରେ, ସେ ଘାଟିରେ ଧାରା 370ର ପୁନଃସ୍ଥାବପନ ପାଇଁ ଏକ ଅଭିଯାନ ଆରମ୍ଭ କରିଛନ୍ତି | ଏହି ଅଭିଯାନରେ ଏକାଠି ହୋଇଛନ୍ତି ଜମ୍ମୁ କାଶ୍ମୀରର ସମସ୍ତ ରାଜନୈତିକ ଦଳ।

Last Updated : Oct 23, 2020, 5:14 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.