ଶ୍ରୀନଗର: ବଢିପାରେ ଜମ୍ମୁକାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲା ଓ ମେହବୁବା ମୁଫତିଙ୍କ ନଜର ବନ୍ଦୀର ସମୟ ସୀମା । ବର୍ତ୍ତମାନ ତାଙ୍କୁ ମୁକ୍ତ କରାଯିବା ନେଇ କୌଣସି ସ୍ପଷ୍ଟ ସୂଚନା ନାହିଁ ।
ଏନେଇ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ବର୍ତ୍ତମାନ ନଜରବନ୍ଦୀ ନେତାଙ୍କୁ ମୁକ୍ତ କରାଯାଇନପାରେ । ପରେ ପରିସ୍ଥିତି ଦେଖି ନିଷ୍ପତ୍ତି ନିଆଯିବ । ଏପରିକି ସେମାନଙ୍କୁ କେବେ ମୁକ୍ତ କରାଯିବ ତାହା କହିବା ମୁସ୍କିଲ ।
କହିରଖିଛୁ, ଜମ୍ମୁକାଶ୍ମୀରରୁ ଧାରା 370 ଉଚ୍ଛେଦ ପରେ ସେଠାରେ ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନ ହୁଏ ତେଣୁ ଏହି 2ନେତାଙ୍କୁ ନଜରବନ୍ଦୀରେ ରଖାଯାଇଛି । ଏଥିପାଇଁ କାଶ୍ମୀର ଘାଟିରେ ଏକ ଗେଷ୍ଟ ହାଉସରେ ମେହବୁବାଙ୍କୁ ରଖାଯାଇଛି । ସେହିପରି ଅମର ଅବଦୁଲ୍ଲାଙ୍କୁ ମଧ୍ୟ ଅନ୍ୟ ଏକ ଗେଷ୍ଟ ହାଉସରେ ରଖାଯାଇଛି ।