ETV Bharat / bharat

ଉତ୍ତର ପୂର୍ବାଞ୍ଚଳର 5ମ ରାଜ୍ୟ ଭାବେ ମେଘାଳୟ କୋରୋନା ମୁକ୍ତ - ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ମେଘାଳୟ କୋରୋନା

ସୋମବାର ଉତ୍ତର ପୂର୍ବାଞ୍ଚଳର ପଞ୍ଚମ ରାଜ୍ୟ ଭାବେ ମେଘାଳୟ କୋରୋନା ମୁକ୍ତ ହୋଇଛି । ମୁଖ୍ୟମନ୍ତ୍ରୀ କନରାଡ କେ. ସାଙ୍ଗମା କହିଛନ୍ତି ଯେ ମେଘାଳୟ ଉତ୍ତର-ପୂର୍ବର ଆଠଟି ରାଜ୍ୟ ମଧ୍ୟରୁ 5ମ କୋରୋନା ମୁକ୍ତ ରାଜ୍ୟ ହୋଇପାରିଛି, ରାଜ୍ୟର ଜଣେ ମହିଳା କୋରୋନା ରୋଗୀ ସୁସ୍ଥ ହେବା ପରେ ରାଜ୍ୟ କୋରୋନା ମୁକ୍ତ ହୋଇଛି । ଅଧିକ ପଢନ୍ତୁ...

Meghalaya
Meghalaya
author img

By

Published : May 18, 2020, 7:26 PM IST

ସିଲଂ: ଦେଶରେ କୋରୋନା ସଙ୍କଟ ଚିନ୍ତାଜନକ ରହିଛି । ଏପରିସ୍ଥଳେ ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ଗୁଡିକ କୋରୋନା ଯୁଦ୍ଧରେ ବିଜୟ ଲାଭ କରିବାରେ ଲାଗିଛନ୍ତି । ଯାହା ଏକ ବିରାଟ ସଫଳତା । ସୋମବାର ଉତ୍ତର ପୂର୍ବାଞ୍ଚଳର ପଞ୍ଚମ ରାଜ୍ୟ ଭାବେ ମେଘାଳୟ କୋରୋନା ମୁକ୍ତ ହୋଇଛି । ମୁଖ୍ୟମନ୍ତ୍ରୀ କନରାଡ କେ. ସାଙ୍ଗମା କହିଛନ୍ତି ଯେ ମେଘାଳୟ ଉତ୍ତର-ପୂର୍ବର ଆଠଟି ରାଜ୍ୟ ମଧ୍ୟରୁ 5ମ କୋରୋନା ମୁକ୍ତ ରାଜ୍ୟ ହୋଇପାରିଛି, ରାଜ୍ୟର ଜଣେ ମହିଳା କୋରୋନା ରୋଗୀ ସୁସ୍ଥ ହେବା ପରେ ରାଜ୍ୟ କୋରୋନା ମୁକ୍ତ ହୋଇଛି ।

ସିକ୍କିମ୍ ଏବଂ ନାଗାଲାଣ୍ଡ ସହିତ ଅନ୍ୟ ଦୁଇଟି ଉତ୍ତର-ପୂର୍ବ ରାଜ୍ୟ , ଅରୁଣାଚଳ ପ୍ରଦେଶ ଏବଂ ମିଜୋରାମରେ କୌଣସି କୋରୋନା ମାମଲା ରିପୋର୍ଟ ହୋଇନାହିଁ ।

ତେବେ ଅନ୍ୟ ତିନୋଟି ଉତ୍ତର-ପୂର୍ବ ରାଜ୍ୟ - ତ୍ରିପୁରା, ଆସାମ ଏବଂ ମଣିପୁରରେ କୋଭିଡ -19 ମାମଲା ବୃଦ୍ଧି ପାଉଛି । ସମ୍ପ୍ରତି, ତ୍ରିପୁରା 167 ଟି ମାମଲା ରହିଛି । ସେଥିମଧ୍ୟରୁ 80 ଟି ସକ୍ରିୟ କୋରୋନା ମାମଲା ରହିଛି । ସେହିପରି ଆସାମରେ 104 କୋରୋନା ମାମଲାରୁ (58 ସକ୍ରିୟ ଏବଂ 3 ମୃତ୍ୟୁ) ରହିଛି । ଅନ୍ୟପଟେ ମଣିପୁରରେ ସାତଟି ମାମଲା ରହିଛି, ସେଥିମଧ୍ୟରୁ ପାଞ୍ଚଟି ସକ୍ରିୟ ମାମଲା ରହିଛି ।

ସିଏ ସାଙ୍ଗମା ଏକ ଟ୍ବିଟରେ କହିଛନ୍ତି,ରାଜ୍ୟର ଏକମାତ୍ର କୋରୋନା ପଜେଟିଭ କେସର ଦ୍ବିତୀୟ ଥର ଟେଷ୍ଟରେ ରିପୋର୍ଟ ନେଗେଟିଭ ଆସିଛି । ରୋଗୀଙ୍କୁ ଡିସଚାର୍ଜ କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.