ETV Bharat / bharat

ଜୁନ 18ରୁ କୋରୋନା ବିରୋଧରେ ମେଗା ଅଭିଯାନ, ଘର ଘର ବୁଲି ହେବ ଯାଞ୍ଚ

ଝାଡଖଣ୍ଡରେ ବୃଦ୍ଧି ପାଉଥିବା କୋରୋନାକୁ ନେଇ ତତ୍ପର ହୋଇଉଠିଛନ୍ତି ଝାଡଖଣ୍ଡ ସରକାର । ଜୁନ 18 ଠାରୁ ରାଜ୍ୟରେ ଆରମ୍ଭ ହେବ ଏକ ମେଗା ସ୍ୱାସ୍ଥ୍ୟ ସର୍ଭେ ଅଭିଯାନ । ଅଧିକ ପଢନ୍ତୁ...

author img

By

Published : Jun 16, 2020, 7:34 PM IST

ଝାଡଖଣ୍ଡରେ କୋରୋନା ବିରୋଦ୍ଧରେ ମେଗା ଅଭିଯାନ, ଘର ଘର ବୁଲି କରାଯିବ ଯାଞ୍ଚ

ରାଞ୍ଚି: ଝାଡଖଣ୍ଡରେ ବଢୁଥିବା କୋରୋନା ମାମଲା ମଧ୍ୟରେ ବର୍ତ୍ତମାନ ଜୁନ 18 ଠାରୁ ରାଜ୍ୟରେ ଏକ ମେଗା ସ୍ୱାସ୍ଥ୍ୟ ସର୍ଭେ ଅଭିଯାନ ଆରମ୍ଭ ହେବ । ଯେଉଁଥିରେ ସ୍ୱାସ୍ଥ୍ୟକର୍ମୀମାନେ ଘର ଘର ବୁଲି ସ୍କ୍ରିନିଂ କରିବେ। ଏଥି ସହିତ, ଅନ୍ୟ ରୋଗରେ ପୀଡିତଙ୍କ ତଥ୍ୟ ପ୍ରସ୍ତୁତ ହେବ, ଯାହାକି କୋଭିଡ-19ର ବିପଦରେ ଅଧିକ ରହିଥାଏ ।

ଝାଡଖଣ୍ଡରେ 1700ରୁ ଅଧିକ ପଜିଟିଭ ମାମଲା ରିପୋର୍ଟ ହୋଇଛି । ଏଥି ସହିତ, ସ୍ୱାସ୍ଥ୍ୟ ବିଭାଗ ଆକଳନ କରିଛି ଯେ, ଯଦି ଏହିପରି ଭାବେ କୋରୋନା ପଜିଟିଭ ସଂଖ୍ୟା ବୃଦ୍ଧିପାଇବ । ତେବେ ଆସନ୍ତା 15 ଦିନ ମଧ୍ୟରେ ରାଜ୍ୟରେ 5000ରୁ ଅଧିକ ସଂକ୍ରମିତ ରିପୋର୍ଟ ହେବ ବୋଲି ଆଶଙ୍କା କରାଯାଉଛି ।

ଏହି କାରଣରୁ କୋରୋନା ବଢୁଥିବା ମାମଲାକୁ ରୋକିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ଜୁନ 18ରୁ ରାଜ୍ୟରେ କୋରୋନା ମେଗା ସର୍ଭେ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି । ଏହି କାର୍ଯ୍ୟକ୍ରମ ଅଧୀନରେ ସେବକ, ସହାୟକ ଏବଂ ନର୍ସମାନେ ମଧ୍ୟ ଘର ଘର ବୁଲି ସମସ୍ତଙ୍କର ତଥ୍ୟ ପ୍ରସ୍ତୁତ କରିବେ ।

ଝାଡଖଣ୍ଡରେ କୋରୋନାର ବୃଦ୍ଧିକୁ ନେଇ ସ୍ୱାସ୍ଥ୍ୟ ସଚିବ ଡକ୍ଟର ନିତିନ ମଦନ କୁଲକର୍ଣ୍ଣି ସୋମବାର କହିଥିଲେ ଏହା ଏବେ ଚିନ୍ତାର ବିଷୟ ପାଲଟିଛି । କୋରୋନା ସମ୍ବନ୍ଧୀୟ ମିଳିତ ପିସିରେ ଏକ ପ୍ରଶ୍ନର ଉତ୍ତରରେ ସ୍ୱାସ୍ଥ୍ୟ ସଚିବ କହିଛନ୍ତି ଯେ, ଯଦି ଏହି ଭଳି କୋରୋନା ପଜିଟିଭ ସଂଖ୍ୟା ବଢିଯାଏ, ତେବେ ଆସନ୍ତା 15 ଦିନ ମଧ୍ୟରେ ରାଜ୍ୟରେ କୋରୋନା ପଜିଟିଭ ସଂଖ୍ୟା 5000 ପହଞ୍ଚିଯିବ । ଯଦି ସ୍ୱାସ୍ଥ୍ୟ ବିଭାଗର ଏହି ମୂଲ୍ୟାଙ୍କନ ସଠିକ୍, ତେବେ ଏହା 15 ଦିନ ମଧ୍ୟରେ ସବୁଠାରୁ ବଡ ବୃଦ୍ଧି ହେବ ।

ଏଥି ସହିତ ସୋମବାର କୋରୋନାକୁ ନେଇ ପ୍ରୋଜେକ୍ଟ ଭବନରେ ସ୍ବାସ୍ଥ୍ୟ ବିଭାଗ, ବିପର୍ଯ୍ୟୟ ବିଭାଗ ଓ ପରିବହନ ବିଭାଗର ମିଳିତ ପିସିରେ ବିପର୍ଯ୍ୟୟ ସଚିବ ଅମିତାଭ କୌଶଲ କହିଛନ୍ତି ଯେ, ଲକଡାଉନରେ ବର୍ତ୍ତମାନ 6 ଲକ୍ଷ 89 ହଜାର 874 ପ୍ରବାସୀ ଝାଡଖଣ୍ଡରଫେରିଛନ୍ତି । ରାଜ୍ୟରେ କେବଳ 238 ଶ୍ରମିକ ଟ୍ରେନରେ 3 ଲକ୍ଷ 10 ହଜାର ଶ୍ରମିକ ଫେରିଛନ୍ତି । ସେଥିମଧ୍ୟରୁ ବିମାନରେ ଫେରୁଥିବା ସଂଖ୍ୟା ହେଉଛି 1165 । ନୋଡାଲ ଅଧିକାରୀ ଏପି ସିଂ କହିଛନ୍ତି ଯେ, ବିଦେଶରୁ 390 ଜଣ ପ୍ରବାସୀ ଝାଡଖଣ୍ଡକୁ ଫେରିଛନ୍ତି । ଜୁନ 16 ରେ ଭୁଟାନରୁ 17 ଜଣ ଏବଂ 17ରେ 76 ଜଣ ପ୍ରବାସୀ ବାଂଲାଦେଶରୁ ରାଜ୍ୟକୁ ଫେରିବେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.