ETV Bharat / bharat

କୋରୋନା ମୃତକଙ୍କ ଅନ୍ତିମ ସଂସ୍କାର କରୁଛନ୍ତି ବିଷ୍ଣୁ - rajasthan news

କୋରୋନା ମୃତକଙ୍କ ଅନ୍ତିମ ସଂସ୍କାର କରୁଛନ୍ତି ବିଷ୍ଣୁ । ବର୍ତ୍ତମାନସୁଦ୍ଧା 16ଟି ମୁସଲମାନ ଓ 53 ହିନ୍ଦୁ ଅନ୍ତିମ ସଂସ୍କାର କରିଛନ୍ତି । ଅଧିକ ପଢ଼ନ୍ତୁ...

meet corona warriors vishnu who have been cremated 68 covid-19 patient
କୋରୋନା ମୃତକଙ୍କ ଅନ୍ତିମ ସଂସ୍କାର କରୁଛନ୍ତି ବିଷ୍ଣୁ
author img

By

Published : May 25, 2020, 10:50 PM IST

ଜୟପୁର: କୋରୋନାର ମୁକାବିଲା ପାଇଁ ସାମ୍ନାକୁ ଆସିଛନ୍ତି ଅନେକ ଯୋଦ୍ଧା । ସେ ଡାକ୍ତର ହୁଅନ୍ତୁ ବା ପୋଲିସ୍ ଅଥବା ସୁରକ୍ଷାକର୍ମୀ ସମସ୍ତେ ନିଜ ନିଜ ଭୂମିକା ନିର୍ବାହରେ ବ୍ୟସ୍ତ । ତେବେ ଏହିଭଳି ଜଣେ କୋରୋନା ଯୋଦ୍ଧା ସାଜିଛନ୍ତି ଜୟପୁରର ବିଷ୍ଣୁ । ଯିଏକି ଜାତି, ଧର୍ମ ନିର୍ବିଶେଷରେ କୋରୋନାରେ ମରିଯାଇଥିବା ରୋଗୀମାନଙ୍କ ମୃତଦେହ ଦାହରେ ବ୍ୟସ୍ତ । ତେବେ ସେ ଏ ନେଇ କହିଛନ୍ତି ଯେ, ମୃତଦେହ ଦାହ ଏକ କଠିନ କାର୍ଯ୍ୟ ଓ ପୂଣ୍ୟ କର୍ମ ।

ଏହି ସୁଯୋଗ ପାଇ ମୁଁ ନିଜକୁ ଗର୍ବିତ ଅନୁଭବ କରିବା ସହ ଏହି ମହାମାରୀରେ ନିଜର କିଛିଟା ଅଂଶଦାନ ଦେଇପାରିଛି । ବର୍ତ୍ତମାନଯାଏଁ ସେ 16 ଟି ମୁସଲମାନ ଓ 53 ହିନ୍ଦୁ ଅନ୍ତିମ ସଂସ୍କାର କରିଛନ୍ତି । ଏଥିରେ ତାଙ୍କ ସହଯୋଗୀମାନେ ବି ସାମିଲ ଅଛନ୍ତି । ଏହାବାଦ ସବୁଠୁ ଦୁଃଖଦ ବିଷୟ ହେଉଛି ଏଭଳି ପରିସ୍ଥିତିରେ ଲୋକେ ଅସ୍ଥି ନେବା ପାଇଁ ମଧ୍ୟ ଆସୁନାହାଁନ୍ତି ।

କିନ୍ତୁ ସେ ନିଜ ଜୀବନକୁ ବାଜି ଲଗାଇ କରୁଛନ୍ତି ଦେଶ ସେବା । ଅସହାୟ ମୃତଦେହଙ୍କୁ କରୁଛନ୍ତି ସଂସ୍କାର । ଆଉ ଅନ୍ୟ ପାଇଁ ଜ୍ବଳନ୍ତ ଉଦାହରଣ ପାଲଟିଛନ୍ତି ବିଷ୍ଣୁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.