ETV Bharat / bharat

ମହିଳା ଡାକ୍ତରଙ୍କ ମୃତଦେହ ଉଦ୍ଧାର, ସିନିୟର ଡାକ୍ତର ଚାପ ପକାଉଥିବା ଅଭିଯୋଗ - Medical Student Found Dead In UP; Doctor, Accused Of Harassment, Caught

ଉତ୍ତରପ୍ରଦେଶର ଆଗ୍ରାରୁ ଜଣେ 25 ବର୍ଷୀୟ ମହିଳା ଡାକ୍ତରଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ । ଯୁବତୀ ଜଣଙ୍କ ଯୋଗୀତା ଗୌତମ ବୋଲି ଜଣାପଡିଛି । ତାଙ୍କ ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ ତାଙ୍କର ଜଣେ ସିନିୟର ଡାକ୍ତର ତାଙ୍କୁ ହଇରାଣ କରୁଥିଲେ । ତେବେ ଏହି ଆଧାରରେ ପୋଲିସ ଉକ୍ତ ଡାକ୍ତରକୁ ଗିରଫ କରିଛି ।

25 ବର୍ଷୀୟ ମହିଳା ଡାକ୍ତରଙ୍କ ମୃତଦେହ ଉଦ୍ଧାର, ସିନିୟର ଡାକ୍ତର ଚାପ ପକାଉଥିବା ଅଭିଯୋଗ

author img

By

Published : Aug 20, 2020, 5:07 PM IST

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଆଗ୍ରାରୁ ଜଣେ 25 ବର୍ଷୀୟା ମହିଳା ଡାକ୍ତରଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ । ଯୁବତୀ ଜଣଙ୍କ ଯୋଗୀତା ଗୌତମ ବୋଲି ଜଣାପଡିଛି । ତାଙ୍କ ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ ତାଙ୍କର ଜଣେ ସିନିୟର ଡାକ୍ତର ତାଙ୍କୁ ହଇରାଣ କରୁଥିଲେ । ତେବେ ଏହି ଆଧାରରେ ପୋଲିସ ଉକ୍ତ ଡାକ୍ତରକୁ ଗିରଫ କରିଛି ।

ମୃତ ମହିଳା ଡାକ୍ତର ଜଣଙ୍କ ଲକ୍ଷ୍ନୈରୁ 220 କିମି ଦୂର ଜଲୌନ ସହରରେ କାର୍ଯ୍ୟରତ ଥିଲେ ବୋଲି ଜଣାପଡିଛି । ତେବେ ଆଗ୍ରାରୁ ସ୍ନାତକୋତ୍ତର କରୁଥିବା ଛାତ୍ରୀଙ୍କ ପରିବାର ମଙ୍ଗଳବାର ସନ୍ଧ୍ୟା ଠାରୁ ତାଙ୍କ ସହ କୌଣସି ଯୋଗାଯୋଗ ହୋଇ ନପାରିବାରୁ ସେ ନିଖୋଜ ଥିବା ପୋଲିସକୁ କହିଥିଲେ । ତାଙ୍କ ମୃତଦେହ ମିଳିବାର କିଛି ଘଣ୍ଟା ପୂର୍ବରୁ ଅପହରଣ ମାମଲା ଦାୟର କରାଯାଇଥିଲା।

ଆଗ୍ରାର ଜଣେ ପୋଲିସ ଅଧିକାରୀ ବାବୁଲୁ କୁମାର କହିଛନ୍ତି, ମହିଳାଙ୍କ ପରିବାର ପୋଲିସକୁ କହିଥିଲେ ଯେ ଜଣେ ମେଡିକାଲ ଅଫିସର ଅର୍ଥାତ ଜାଲୁନର ଜଣେ ଡାକ୍ତର ତାଙ୍କୁ ହଇରାଣ କରୁଥିଲେ ଏବଂ ତାଙ୍କୁ ଧମକ ମଧ୍ୟ ଦେଇଥିଲେ । ବୁଧବାର ସକାଳେ ମହିଳା ଡାକ୍ତର ଜଣଙ୍କ ମୃତଦେହ ମିଳିଥିଲା । ଏହାପରେ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି । ଅଭିଯୁକ୍ତକୁ ଗିରଫ କରାଯାଇଥିବା ବେଳେ ତାଙ୍କ ମୁଣ୍ଡ ଓ ବେକରେ ଆଘାତ ଲାଗିଛି । ତେବେ ନିକଟବର୍ତ୍ତୀ ଅଞ୍ଚଳରୁ ସିସିଟିଭି ଫୁଟେଜ ଉଦ୍ଧାର କରିବାକୁ ଚେଷ୍ଟା କରୁଛୁ ବୋଲି ସେ କହିଛନ୍ତି ।

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.