ETV Bharat / bharat

କୁଳଭୂଷଣ ଯାଦବ ମାମଲା: କୂଟନୈତିକ ମାଧ୍ୟମରେ ପାକିସ୍ତାନ ସହ ଯୋଗାଯୋଗରେ ଅଛି ଭାରତ

author img

By

Published : Aug 20, 2020, 7:30 PM IST

ଅନ୍ତର୍ଜାତୀୟ କୋର୍ଟର ନିଷ୍ପତ୍ତି ଅନୁଯାୟୀ ପାକିସ୍ତାନ କୁଳଭୂଷଣ ଯାଦବ ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ ବୋଲି ଗୁରୁବାର ଭାରତ ପକ୍ଷରୁ କୁହାଯାଇଛି।

କୁଳଭୂଷଣ ଯାଦବ ମାମଲା: କୂଟନୈତିକ ମାଧ୍ୟମରେ ପାକିସ୍ତାନ ସହ ଯୋଗାଯୋଗରେ ଅଛି ଭାରତ
କୁଳଭୂଷଣ ଯାଦବ ମାମଲା: କୂଟନୈତିକ ମାଧ୍ୟମରେ ପାକିସ୍ତାନ ସହ ଯୋଗାଯୋଗରେ ଅଛି ଭାରତ

ନୂଆଦିଲ୍ଲୀ: ପାକିସ୍ତାନ ଜେଲରେ ବନ୍ଦୀ ଥିବା ଭାରତୀୟ ନାଗରିକ କୁଳଭୂଷଣ ଯାଦବଙ୍କ ମାମଲାରେ ଭାରତର ପକ୍ଷ ସ୍ପଷ୍ଟ ରହିଛି । ଏନେଇ ଭାରତ କୂଟନୈତିକ ଚ୍ୟାନେଲ ମାଧ୍ୟମରେ ପାକିସ୍ତାନ ସହିତ ଯୋଗାଯୋଗ କରୁଛି । ଅନ୍ତର୍ଜାତୀୟ କୋର୍ଟର ନିଷ୍ପତ୍ତି ଅନୁଯାୟୀ ପାକିସ୍ତାନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ ବୋଲି ଗୁରୁବାର ଭାରତ ପକ୍ଷରୁ କୁହାଯାଇଛି। ଗୁରୁବାର ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ଏକ ପ୍ରେସ ବାର୍ତ୍ତାରେ ଏଭଳି କହିଛି ।

ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, କୂଟନୈତିକ ଚ୍ୟାନେଲ ମାଧ୍ୟମରେ ଆମେ ପାକିସ୍ତାନ ସହ ଯୋଗାଯୋଗରେ ଅଛୁ। କୁଳଭୂଷଣ ଯାଦବ ମାମଲାରେ ଅନ୍ତର୍ଜାତୀୟ ନ୍ୟାୟାଳୟ (ଆଇସିଜେ) ର ଚିଠି ଏବଂ ଭାବନାକୁ ଦୃଷ୍ଟିରେ ରଖି ଆମେ ଏକ ନିରପେକ୍ଷ ଶୁଣାଣି ହେବ ବୋଲି ଆଶା କରୁଛୁ । ଯାଦବଙ୍କୁ ଜଣେ ଭାରତୀୟ ଓକିଲ ପ୍ରତିନିଧିତ୍ବ କରିବେ ବୋଲି ଆମକୁ କୁହାଯାଇଥିବା ଶ୍ରୀବାସ୍ତବ କହିଛନ୍ତି ।

ସେ ଆହୁରି କହିଛନ୍ତି, ' ପାକିସ୍ତାନର ମୂଳ ସମସ୍ୟାର ସମାଧାନ ହେବା ଆବଶ୍ୟକ। ଏହି ପ୍ରସଙ୍ଗ ଗୁଡ଼ିକରେ ପ୍ରଯୁଜ୍ୟ ଦଲିଲଗୁଡ଼ିକର ଯୋଗାଣ ଏବଂ କୁଲଭୂଷଣ ଯାଦବଙ୍କୁ କନସୁଲାର ଆକସେସ ଅନୁମତି ପ୍ରଦାନ କରିବା ଅନ୍ତର୍ଭୁକ୍ତ ବୋଲି ଶ୍ରୀବାସ୍ତବ କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.