ଚେନ୍ନାଇ: ଏମଡିଏମକେ ପ୍ରମୁଖ ଭାଇକୋଙ୍କୁ ରାଜଦ୍ରୋହ ମାମଲାରେ ଏକ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି । ଚେନ୍ନାଇର ସ୍ବତନ୍ତ୍ର ଅଦାଲତ 2009ରେ ତାମିଲନାଡୁ ସରକାରଙ୍କ ପକ୍ଷରୁ ଦାଏର ହୋଇଥିବା ଏକ ଆବେଦନର ଶୁଣାଣି କରି ଭାଇକୋଙ୍କୁ ଏହି କାରାଦଣ୍ଡ ଶୁଣାଇଛନ୍ତି ।
ଭାଇକୋଙ୍କ ବିରୋଧରେ ତାମିଲନାଡୁ ସରକାର 2009 ମସିହାରେ ଆଣିଥିବା ରାଜଦ୍ରୋହ ମାମଲାର ଶୁଣାଣି କରି ବିଚାରପତି ଜେ. ଶାନ୍ତି ତାଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହିତ ଏକ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ।
ଶ୍ରୀଲଙ୍କା ଗୃହଯୁଦ୍ଧ ଚରମରେ ଥିବା ବେଳେ ଚେନ୍ନାଇରେ ଏକ ପୁସ୍ତକ ଉନ୍ମୋଚନ ଅବସରରେ ଏଲଟିଟିଇ ସପକ୍ଷରେ ଭାଇକୋ ଦେଶଦ୍ରୋହ ଭାଷଣ ଦେଇଥିଲେ । ପରେ ରାୟକୁ ଚ୍ୟାଲେଞ୍ଜ କରି ଏକ ଯାଚିକା ଦାଏର ହୋଇଥିଲା । ଏପରିକି ରାୟ ଏବଂ ଦଣ୍ଡାଦେଶ ଉପରେ ଏକ ମାସ ରୋକ ଲଗାଇ ଦିଆ ଯାଇଥଲା ।
ପୋଲିସ 2009ରେ ଭାଇକୋଙ୍କ ବହି 'ନାନ୍ କୁତ୍ରମ ସତ୍ତୁଗିରନ'ର ଉନ୍ମୋଚନ ସମୟରେ ତାଙ୍କ ବିରୋଧରେ ଆଇପିସି ଧାରା 124(କ) ଆଧାରରେ ମାମଲା ରୁଜୁ କରିଥିଲା ।