ETV Bharat / bharat

ଗେହଲଟ ସରକାରଙ୍କ ଉପରେ ବର୍ଷିଲେ ମାୟାବତୀ

ରାଜସ୍ଥାନ କଂଗ୍ରେସ ସରକାର ଉତ୍ତରପ୍ରଦେଶ ଛାତ୍ରଛାତ୍ରୀଙ୍କୁ କୋଟାରୁ ଆଗ୍ରା ଏବଂ ଝାନ୍ସି ନେବାପାଇଁ ୟୁପି ସରକାରଙ୍କୁ 36 ଲକ୍ଷ ଟଙ୍କା ଦାବି କରିଛନ୍ତି। ଯାହାକୁ ବିରୋଧ କରି ମାୟାବତୀ ରାଜସ୍ଥାନ ସରକାରଙ୍କ ଏହି ଦାବିକୁ ଗମ୍ଭୀରତା ଏବଂ ଆମାନୁଷିକତା କହିଛନ୍ତି।

author img

By

Published : May 22, 2020, 3:58 PM IST

mayabati
ଗେହଲଟ ସରକାରଙ୍କ ଉପରେ ବର୍ଷିଲେ ମାୟାବତୀ

ଲକ୍ଷ୍ନୌ:ରାଜସ୍ଥାନ ସରକାରଙ୍କୁ ଟାର୍ଗେଟ କଲେ ବହୁଜନ ସମାଜ ପାର୍ଟି ମୁଖ୍ୟ ମାୟାବତୀ । ରାଜସ୍ଥାନ କଂଗ୍ରେସ ସରକାର ଉତ୍ତରପ୍ରଦେଶ ଛାତ୍ରଛାତ୍ରୀଙ୍କୁ କୋଟାରୁ ଆଗ୍ରା ଏବଂ ଝାନ୍ସି ନେବାପାଇଁ ୟୁପି ସରକାରଙ୍କୁ 36 ଲକ୍ଷ ଟଙ୍କା ଦାବି କରିଛନ୍ତି। ଯାହାକୁ ବିରୋଧ କରି ମାୟାବତୀ ରାଜସ୍ଥାନ ସରକାରଙ୍କ ଏହି ଦାବିକୁ ଗମ୍ଭୀରତା ଏବଂ ଆମାନୁଷିକତା କହିଛନ୍ତି।

ଏଥିସହ ମାୟାବତୀ ଟ୍ବିଟ କରି କହିଛନ୍ତି, ‘ଏହା ଦୁଇ ପଡ଼ୋଶୀ ଦେଶ ମଧ୍ୟରେ ଚାଲିଥିବା ଘୃଣ୍ୟ ରାଜନୀତି ଅଟେ । ଯାହା ଦୁଃଖଦାୟକ ।’ଏଥିସହ ସେ ଅଶୋକ ଗେହଲୋଟ୍ ସରକାରଙ୍କୁ ପ୍ରବାସୀ ଶ୍ରମିକ ପ୍ରସଙ୍ଗରେ ରାଜନୀତି କରୁଥିବା ଅଭିଯୋଗ କରିଛନ୍ତି।

ସେ ଆହୁରୀ ମଧ୍ୟ କହିଛନ୍ତି, ଗୋଟିଏ ପଟେ ରାଜସ୍ଥାନ ସରକାର ଛାତ୍ରଛାତ୍ରୀଙ୍କ ଠାରୁ ବସ୍ ପାଇଁ ଅଧିକ ଭଡା ଆଦାୟ କରୁଥିବାବେଳେ ଅନ୍ୟପଟେ ସେମାନେ ଉତ୍ତରପ୍ରଦେଶକୁ ପ୍ରବାସୀମାନଙ୍କୁ ଫେରାଇ ନେବାପାଇଁ ବସ୍ ଯୋଗାଇବାକୁ ଦାବି କରୁଛନ୍ତି। ରାଜନୀତି ଖେଳରେ ଏହା କେତେ ପଯୁକ୍ତ ବା ମାନବିକତା ?

ଏପଟେ ଉତ୍ତରପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ ପଶ୍ଚିମବଙ୍ଗରେ ମହାବାତ୍ୟା ଅମ୍ଫାନ ଦ୍ୱାରା ଘଟିଥିବା କ୍ଷତିକୁ ନେଇ ଦୁଃଖପ୍ରକାଶ କରିଛନ୍ତି । ଏଥିସହ ପଶ୍ଚିମବଙ୍ଗକୁ ସହାୟତା କରିବା ପାଇଁ କେନ୍ଦ୍ରସରକାରଙ୍କୁ ଅନୁରୋଧ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.