ETV Bharat / bharat

ବିଜେପି ଶାସିତ ରାଜ୍ୟରେ ଲାଗୁ ହେବ କି ରାଷ୍ଟ୍ରପତି ଶାସନ?

author img

By

Published : Jan 7, 2020, 1:27 PM IST

Updated : Jan 7, 2020, 1:43 PM IST

ବିଜେପି ଶାସିତ 4 ରାଜ୍ୟରେ ଲାଗୁ ହେବ କି ରାଷ୍ଟ୍ରପତି ଶାସନ? ନୂତନ ଟ୍ରାଫିକ ନିୟମରେ ଆଦାୟ ହେଉଥିବା ଜରିମାନା ରାଶିକୁ ହ୍ରାସ କରିଥିବା ରାଜ୍ୟକୁ ଏଭଳି ଚେତବାନୀ ଦେଇଛି କେନ୍ଦ୍ରୀୟ ସଡ଼କ ପରିବହନ ମନ୍ତ୍ରଣାଳୟ। ଅଧିକ ପଢନ୍ତୁ...

New Motor vehicle rule
ବିଜେପି ଶାସିତ ରାଜ୍ୟରେ ଲାଗୁ ହୋଇପାରେ ରାଷ୍ଟ୍ରପତି ଶାସନ

ନୂଆଦିଲ୍ଲୀ: ନୂଆ ଟ୍ରାଫିକ ନିୟମ ଲାଗୁ କର, ନଚେତ ଲାଗୁ ହେବ ରାଷ୍ଟ୍ରପତି ଶାସନ। ଟ୍ରାଫିକ ନିୟମକୁ ନେଇ ଏପରି କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି କେନ୍ଦ୍ର ସରକାର। ସଂଶୋଧିତ ମୋଟର ଯାନ ଅଧିନିୟମ 2019 ଲାଗୁ କରିନଥିବା ରାଜ୍ୟରେ ଲାଗୁ ହୋଇପାରେ ରାଷ୍ଟ୍ରପତି ଶାସନ। ଯାହା ମଧ୍ୟରେ ବିଜେପି ଶାସିତ ରାଜ୍ୟ। ଏନେଇ କେନ୍ଦ୍ର ସରକାରଙ୍କ କହିବା ଅନୁସାରେ, ଯାତାୟାତ ସଂଶୋଧିତ ନିୟମ ବିରୋଧରେ ଯାଇ ଜରିମାନା ଆଦାୟ କରୁଥିବା ରାଜ୍ୟଙ୍କ ପାଖରେ ଏ ଅଧିକାର ନାହିଁ। ଯଦି କୌଣସି ରାଜ୍ୟର ସରକାର ଏହି ନିୟମକୁ ଉଲ୍ଲଙ୍ଘନ କରି ଜୋରିମନା ରାଶି ହ୍ରାସ କରିବାକୁ ଚେଷ୍ଟା କରନ୍ତି, ସମ୍ପୃକ୍ତ ରାଜ୍ୟ ସାମ୍ବିଧାନିକ ପ୍ରାବଧାନକୁ ଉଲ୍ଲଙ୍ଘନ କରୁଥିବାର ଗ୍ରହଣ କରାଯିବ।

ଗତ ସୋମବାର କେନ୍ଦ୍ରୀୟ ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟ ପକ୍ଷରୁ ବିଭିନ୍ନ ରାଜ୍ୟଙ୍କ ଉଦ୍ଦେଶ୍ୟରେ କୁହାଯାଇଛି, ସଂଶୋଧିତ ମୋଟର ଯାନ ଅଧିନିୟମ ଅନୁସାରେ, ନିର୍ଦ୍ଧାରିତ ସୀମାକୁ କୌଣସି ପ୍ରକାର ପରିବର୍ତ୍ତନ କରାଯାଇପାରିବ ନାହିଁ। ମନ୍ତ୍ରଣାଳୟ ପକ୍ଷରୁ ଏହା ମଧ୍ୟ କୁହାଯାଇଛି ଯେ, ରାଷ୍ଟ୍ରପତିଙ୍କ ବିନା ସହମତିରେ କୌଣସି ରାଜ୍ୟ ମନଇଚ୍ଛା ନିୟମ ଲାଗୁ କରିପାରିବେ ନାହିଁ। ସଂସଦରେ ଏହି ନିୟମକୁ ପାସ କରାଯାଇଛି, କୌଣସି ରାଜ୍ୟଙ୍କ ପାଖରେ ସେ ଅଧିକାର ନାହିଁ, ଯେ ସେମାନେ ନିୟମରେ କୌଣସି ପରିବର୍ତ୍ତନ କରିପାରିବେ।

ଏହି ନିୟମ ଲାଗୁ ହେବାରେ କେତେକ ରାଜ୍ୟରେ ଜୋରିମାନ ରାଶିର ପରିମାଣକୁ ହ୍ରାସ କରାଯାଇଛି।ଯେଉଁଥିରେ ବିଜେପି ଶାସିତ ଗୁଜୁରାଟ, କର୍ଣ୍ଣାଟକ, ମଣିପୁର ଓ ଉତ୍ତରାଖଣ୍ଡରୁ ଟ୍ରାଫିକ କଟକଣାକୁ ହଟାଇ ଦିଆଯାଇଛି। ଅନ୍ୟପଟେ ମଧ୍ୟପ୍ରଦେଶ, ପଞ୍ଜାବ ଓ ପଶ୍ଚିମବଙ୍ଗ ଭଳି କେତେକ ରାଜ୍ୟରେ ଏହି ନିୟମକୁ ଲାଗୁ କରିନାହାଁନ୍ତି। ଯାହାକୁ ନେଇ କେନ୍ଦ୍ର ପରିବହନ ମନ୍ତ୍ରଣାଳୟ ଆଇନ ମନ୍ତ୍ରଣାଳୟକୁ ପରାମର୍ଶ ମାଗିଥିଲା। କାରଣ ଡିସେମ୍ବର 2019ରେ ନୂଆ ମୋଟର ଯାନ ଲାଗୁ ହେବା ପରେ ଅନେକ କଟକଣାକୁ ବୃଦ୍ଧି କରାଯାଇଛି।

Intro:Body:

BLANK FOR LINK 

Conclusion:
Last Updated : Jan 7, 2020, 1:43 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.