ETV Bharat / bharat

ମୁସଲିମ ଧର୍ମଗୁରୁଙ୍କ ଦାବି: ‘ଯୋଗୀ ଜୀ ଆମକୁ ମାଂସ ଖାଇବାକୁ ଦିଅନ୍ତୁ’ - ମାଂସ ବ୍ୟବସାୟ ଉପରେ ପ୍ରତିବନ୍ଧକ ହଟାଇବା

ଇସଲାମିକ୍ ସେଣ୍ଟର୍ ଅଫ୍ ଇଣ୍ଡିଆର ଅଧ୍ଯକ୍ଷ ତଥା ମୁସଲିମ୍ ଧର୍ମଗୁରୁ ମୌଲାନା ଖାଲିଦ ରସିଦ ଫରଙ୍ଗୀ ମହାଲୀ ଲକଡାଉନ ତୃତୀୟ ପର୍ଯ୍ୟାୟରେ ଅତ୍ୟାବଶ୍ୟକ ସାମଗ୍ରୀ କ୍ରୟ ଅନୁମତିକୁ ସ୍ୱାଗତ କରିଛନ୍ତି। ଏହା ସହିତ ସେ ୟୁପି ସରକାରଙ୍କୁ ମାଂସ ବ୍ୟବସାୟ ଉପରେ ପ୍ରତିବନ୍ଧକ ହଟାଇବାକୁ ଦାବି କରିଛନ୍ତି।

luckdown
ମାଂସ ବ୍ୟବସାୟ ଉପରେ ପ୍ରତିବନ୍ଧକ ହଟାଇବାକୁ ୟୁପି ସରକାରଙ୍କୁ ଦାବି
author img

By

Published : May 9, 2020, 5:15 PM IST

ଲକ୍ଷ୍ନୌ: ଲକଡାଉନ ତୃତୀୟ ପର୍ଯ୍ୟାୟରେ ଅତ୍ୟାବଶ୍ୟକ ସାମଗ୍ରୀ କ୍ରୟ ଅନୁମତିକୁ ସ୍ୱାଗତ କରିଛନ୍ତି ମୌଲାନା ଖାଲିଦ ରସିଦ ଫରଙ୍ଗୀ । ଇସଲାମିକ୍ ସେଣ୍ଟର୍ ଅଫ୍ ଇଣ୍ଡିଆର ଅଧ୍ଯକ୍ଷ ତଥା ମୁସଲିମ୍ ଧର୍ମଗୁରୁ ମୌଲାନା ଖାଲିଦ ରସିଦ ଫରଙ୍ଗୀ ମହାଲୀ ଲକଡାଉନ ତୃତୀୟ ପର୍ଯ୍ୟାୟରେ ଅତ୍ୟାବଶ୍ୟକ ସାମଗ୍ରୀ କ୍ରୟ ଅନୁମତିକୁ ସ୍ୱାଗତ କରିଛନ୍ତି। ଏହା ସହିତ ସେ ୟୁପି ସରକାରଙ୍କୁ ମାଂସ ବ୍ୟବସାୟ ଉପରେ ପ୍ରତିବନ୍ଧକ ହଟାଇବାକୁ ଦାବି କରିଛନ୍ତି।

ମୌଲାନାଙ୍କ କହିବା ଅନୁଯାୟୀ, ମାଂସ ବ୍ୟବସାୟରେ ଆର୍ଥିକ ଲାଭ ହେବ ।ଏଥିସହ ସେ କହିଛନ୍ତି ମାଂସ ବ୍ୟବସାୟ ପ୍ରତିଦିନ ରୋଜଗାର କରୁଥିବା ଏବଂ ଖାଉଥିବା ଲୋକ ଏଥିରେ ଜଡିତ ଅଛନ୍ତି । ଏଣୁ ମାଂସ ବ୍ୟବସାୟ ବନ୍ଦ ହେବା ଦ୍ବାରା ବହୁ ବ୍ୟବସାୟୀ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।

ସୂଚନା ଅନୁଯାୟୀ, ଯୋଗୀ ସରକାର ବର୍ତ୍ତମାନ ରାଜ୍ୟରେ ମାଂସ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଏହା ପୂର୍ବରୁ ମାଂସ ବ୍ୟବସାୟ ଉପରୁ ପ୍ରତିବନ୍ଧକ ଉଠାଇବା ପାଇଁ କବି ମୁନୱାର ରାଣା ଦାବି କରିଥିଲେ । ସେ ଏକ ଟ୍ବିଟ କରି ଲେଖିଥିଲେ, ଯୋଗୀ ଜୀ ମଦ ପିଉଥିବା ଲୋକଙ୍କୁ ମଦ ପିଆନ୍ତୁ କିନ୍ତୁ ଆମମାନଙ୍କୁ ମଧ୍ୟ ମାଂସ ଖାଇବାକୁ ଦିଅନ୍ତୁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.