ETV Bharat / bharat

ଦୀର୍ଘ 5 ମାସ ଅପେକ୍ଷାର ଅନ୍ତ, ଭକ୍ତଙ୍କ ପାଇଁ ଖୋଲିଲା ବୈଷ୍ଣୋ ଦେବୀ ମନ୍ଦିର

author img

By

Published : Aug 16, 2020, 9:43 AM IST

ଦୀର୍ଘ 5 ମାସ ପରେ ବୈଷ୍ଣୋ ଦେବୀ ମନ୍ଦିରକୁ ଭକ୍ତଙ୍କ ଦର୍ଶନ ପାଇଁ ଖୋଲା ଯାଇଛି। । ମନ୍ଦିର ଭିତରକୁ ଦିନକୁ ୨୦୦୦ ଲୋକଙ୍କୁ ପ୍ରବେଶ ଅନୁମତି ମିଳିବ ।

ଦୀର୍ଘ 5 ମାସର ଅପେକ୍ଷା, ଭକ୍ତଙ୍କ ପାଇଁ ଖୋଲିଲା ବୈଷ୍ଣୋ ଦେବୀ ମନ୍ଦିର

ଶ୍ରୀନଗର: କୋରୋନା କାଳରେ ସବୁଠି ଝୁଲୁଛି ତାଲା। ତେବେ ଭାଇରସ ଭୟ ସମସ୍ତଙ୍କୁ ଭୟଭୀତ କରି ରଖିଛି। ହେଲେ ରବିବାରଠାରୁ ଜମ୍ମୁ କାଶ୍ନୀରର ପ୍ରସିଦ୍ଧ ମାତା ବୈଷ୍ଣୋଦେବୀଙ୍କ ମନ୍ଦିରକୁ ଭକ୍ତଙ୍କ ଦର୍ଶନ ପାଇଁ ଖୋଲା ଯାଇଛି।

ତେବେ ଦୀର୍ଘ 5 ମାସ ପରେ ବୈଷ୍ଣୋ ଦେବୀ ମନ୍ଦିରକୁ ଭକ୍ତଙ୍କ ଦର୍ଶନ ପାଇଁ ଖୋଲା ଯାଇଛି। । ମନ୍ଦିର ଭିତରକୁ ଦିନକୁ ୨୦୦୦ ଲୋକଙ୍କୁ ପ୍ରବେଶ ଅନୁମତି ମିଳିବ । ମନ୍ଦିର ଦର୍ଶନରେ ଯାଇଥିବା ପ୍ରଥମ ଜଣେ ଶ୍ରଦ୍ଧାଳୁ କହିଛନ୍ତି, ମା’ଙ୍କ ମନ୍ଦିର ଖୋଲାଯିବାକୁ ନେଇ ମୁଁ ଖୁସି ଅନୁଭବ କରୁଛି । ଏହାସହ କୋଭିଡ୍ ମହାମାରୀ ପାଇଁ ମନ୍ଦିର ପକ୍ଷରୁ ପର୍ଯ୍ୟାପ୍ତ ବ୍ୟବସ୍ଥା କରାଯାଇଛି।

ସେ ଏହା ମଧ୍ୟ କହିଛନ୍ତି, ମନ୍ଦିର ପରିଚାଳନା ନିୟମକୁ ତୀର୍ଥଯାତ୍ରୀମାନେ ମଧ୍ୟ ସଠିକ୍ ଭାବରେ ପାଳନ କରୁଛନ୍ତି। ମହାମାରୀ ସମୟରେ ନିୟମ ପାଳନ କରିବା ଜରୁରୀ ଅଟେ। ଯଦି ନିୟମ ପାଳନ ନହୁଏ ତେବେ ଶୀଘ୍ର ଦର୍ଶନ ବନ୍ଦ ହୋଇଯିବ।"

ଅନ୍ୟ ଜଣେ ତୀର୍ଥଯାତ୍ରୀ ରମଣ ଖଜୁରିଆ କହିଛନ୍ତି ଯେ କୌଣସି ସଂକ୍ରମିତ ବ୍ୟକ୍ତି ଉକ୍ତ ସ୍ଥାନ ପରିଦର୍ଶନ କରିଛନ୍ତି କି ନାହିଁ ଯାଞ୍ଚ କରିବା ପାଇଁ ମ୍ୟାନେଜମେଣ୍ଟ ଲୋକମାନଙ୍କ କୋଭିଡ୍ ପରୀକ୍ଷା କରୁଛି।

  • Jammu & Kashmir: Mata Vaishno Devi Temple will reopen for public today, nearly 5 months after it was suspended due to COVID-19. Only 2,000 people will be allowed to visit the temple per day. A devotee says, "I'm happy that people can visit the temple once again." pic.twitter.com/BDYQA1z5WK

    — ANI (@ANI) August 16, 2020 " class="align-text-top noRightClick twitterSection" data=" ">

ମାର୍ଚ୍ଚ 18 ରୁ ସ୍ଥଗିତ ଥିବା ମାତାଙ୍କ ଯାତ୍ରା ଅଗଷ୍ଟ 16 ରୁ ଆରମ୍ଭ ହେଉଛି। ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ରମେଶ କୁମାର ଶନିବାର ଦିନ କହିଛନ୍ତି ଯେ ତୀର୍ଥଯାତ୍ରା ଆରମ୍ଭ ହେବାର ପ୍ରଥମ ସପ୍ତାହରେ ଜମ୍ମୁ-କଶ୍ମୀର ଭିତରୁ 1,900 ସମେତ ପ୍ରତିଦିନ 2,000 ତୀର୍ଥଯାତ୍ରୀଙ୍କ ପ୍ରବେଶ ଅନୁମତି ରହିବ। ଅବଶିଷ୍ଟ 100 ଜଣ ଯାତ୍ରୀ ୟୁନିଅନ୍ ଟେରିଟୋରୀ ବାହାରୁ ରହିବେ।

କୁମାର କହିଛନ୍ତି, "ଏହା ପରେ ସ୍ଥିତିର ସମୀକ୍ଷା କରାଯିବ ଏବଂ ସେହି ଅନୁଯାୟୀ ନିଷ୍ପତ୍ତି ନିଆଯିବ। ତୀର୍ଥଯାତ୍ରୀମାନଙ୍କୁ କେବଳ ଅନଲାଇନ୍ ମୋଡ୍ ମାଧ୍ୟମରେ ପଞ୍ଜିକରଣ ପରେ ତୀର୍ଥଯାତ୍ରା କରିବାକୁ ଅନୁମତି ଦିଆଯିବ।"

ପୂର୍ବରୁ ଆଇଆରସିଟିସି ପକ୍ଷରୁ ବୈଷ୍ଣୋ ଦେବୀଙ୍କ ଦର୍ଶନ ପାଇଁ ଆକର୍ଷଣୀୟ ପ୍ୟାକେଜ ମଧ୍ୟ ଘୋଷଣା କରିଛି। କମ୍ପାନୀ ତରଫରୁ ଏହି ପ୍ୟାକେଜକୁ ମାତାରାଣୀ ରାଜଧାନୀ ପ୍ୟାକେଜ ନାମ ଦିଆଯାଇଛି । ଏହ ପ୍ୟାକେଜ ମାଧ୍ୟମରେ ମୋଟ ୩ ଦିନ ଏବଂ ଚାରି ରାତି ପାଇଁ ଯାତ୍ରୀ ଯାତ୍ରା କରିପାରିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.