ଲାହୋର: ମାସୁଦକୁ ଗ୍ଲୋବାଲ ଟେରୋରିଷ୍ଟ ଘୋଷଣା ପରେ ତାକୁ ସୁରକ୍ଷା ଦେବାକୁ ଆଗକୁ ଆସିଛି ପାକ୍ । କୁହାଯାଉଛି ଜାତିସଂଘରେ ମାସୁଦକୁ ବିଶ୍ବ ଆତଙ୍କୀ ଘୋଷଣା କରାଯିବାର କିଛି ଘଣ୍ଟା ମଧ୍ୟରେ ମାସୁଦ ଏକ ପ୍ରକାର ଗାୟବ ହୋଇଯାଇଛି । ମାସୁଦ ଜୀବନ ପ୍ରତି ବିପଦ ଥିବାରୁ ତାକୁ ଇସଲାମବାଦରେ ପାକ୍ ଲୁଚାଇ ରଖିଥିବା ନେଇ ଚର୍ଚ୍ଚା ହେଉଛି ।
ପ୍ରକାଶ ଯେ, ଗତକାଲି ଜାତିସଂଘରେ ଜୈଶ-ଇ-ମହମ୍ମଦ ମୁଖିଆ ମାସୁଦ ଅଜହରକୁ ବିଶ୍ବ ଆତଙ୍କୀ ଭାବେ ଘୋଷଣା କରାଯାଇଛି । ପୂର୍ବରୁ ମାସୁଦକୁ ବିଶ୍ବ ଆତଙ୍କୀ ଘୋଷଣା ପାଇଁ ବହୁବାର ଭାରତ ଚେଷ୍ଟା କରିଥିଲା । ହେଲେ ଏଥିରେ ବାଧକ ସାଜିଥିଲା ଚିନ । ଚିନ୍ ତାର ଭିଟୋ ପାୱାରରେ ମାସୁଦକୁ ବଞ୍ଚାଇ ଆସିଥିଲା । ଆଉ ଏବେ ଗ୍ଲୋବାଲ ଟେରୋରିଷ୍ଟ ଘୋଷଣା ପରେ ତାକୁ ସୁରକ୍ଷା ଯୋଗାଇ ଦେବା ପାଇଁ ପାକ୍ ଆଗକୁ ଆସିଛି ।