ETV Bharat / bharat

ଲକଡାଉନ ଟିପ୍ସ: ମୁହଁକୁ ଦିଅନ୍ତୁ ବିଶ୍ରାମ - ମାସ୍କର ବ୍ୟବହାର

ଏପରି ସମୟରେ ମାସ୍କ, ସାନିଟାଇଜର ଓ ହ୍ୟାଣ୍ଡ ୱାସ୍ ଅତ୍ୟାବଶ୍ୟକୀୟ ସାମଗ୍ରୀ ପାଲଟିଛି । ଲୋକେ ଏହାର ଅଧିକ ବ୍ୟବହାର କରୁଛନ୍ତି । ଅଧିକ ପଢନ୍ତୁ...

ଲକଡାଉନ ଟିପ୍ସ: ମୁହଁକୁ ଦିଅନ୍ତୁ ବିଶ୍ରାମ
ଲକଡାଉନ ଟିପ୍ସ: ମୁହଁକୁ ଦିଅନ୍ତୁ ବିଶ୍ରାମ
author img

By

Published : Apr 12, 2020, 7:11 AM IST

ହାଇଦ୍ରାବାଦ: କୋରୋନା ଭୂତାଣୁ ଯୋଗୁଁ ସାରା ବିଶ୍ବରେ ଆତଙ୍କ ଖେଳିଯାଇଛି । ଲକଡାଉନ ମାନି ଲୋକେ ଘରେ ରହୁଛନ୍ତି । ସଂକ୍ରମଣ ବ୍ୟାପିବା ଭୟରେ ବାହାରକୁ ବାହାରିବାକୁ ଡରୁଛନ୍ତି । ଅନେକ ରାଷ୍ଟ୍ରରେ ପରିସ୍ଥିତି ଏପରି ହୋଇଛି ଯେ ସଂକ୍ରମଣ ଅଟକାଇବା କଷ୍ଟ ହୋଇପଡିଛି ।

ତେବେ ଏପରି ସମୟରେ ମାସ୍କ, ସାନିଟାଇଜର ଓ ହ୍ୟାଣ୍ଡ ୱାସ୍ ଅତ୍ୟାବଶ୍ୟକୀୟ ସାମଗ୍ରୀ ପାଲଟିଛି । ଲୋକେ ଏହାର ଅଧିକ ବ୍ୟବହାର କରୁଛନ୍ତି । ବିଶେଷ କରି ମାସ୍କ ବହୁତ ଜରୁରୀ ହୋଇପଡିଛି । ଲୋକେ ଘରୁ ବାହାରିବା ମାତ୍ରେ ମାସ୍କର ବ୍ୟବହାର କରୁଛନ୍ତି । ଏବେ ତ କେତେକ ରାଜ୍ୟରେ ଏହା ବାଧ୍ୟତାମୂଳକ ହୋଇଛି । ତେବେ ଏହାର ବ୍ୟବହାର ସମୟରେ ଅନେକ ସମସ୍ୟା ଦେଖାଦେଇଛି । ମୁହଁରେ ବାରମ୍ବାର ଅଧିକ ସମୟ ପିନ୍ଧିବା ଦ୍ବାରା ଏହା ଅନେକ ଦାଗ ସୃଷ୍ଟି କରିଥାଏ । ଝାଳ ମାସ୍କ ଭିତରେ ରହି ମୁହଁ ଖରାପ କରିବାର କାରଣ ପାଲଟିଥାଏ ।

ତେବେ ଏହାକୁ ଦୂରେଇବା ପାଇଁ ବିଶେଷଜ୍ଞ ମୁହଁକୁ ବିଶ୍ରାମ ଦେବାକୁ କହିଛନ୍ତି । ପ୍ରତି 2 ଘଣ୍ଟାରେ ଏହାକୁ ମୁହଁରୁ କାଢି ଦେବାକୁ ସେମାନେ ପରାମର୍ଶ ଦେଇଛନ୍ତି । ବିଶେଷ କରି ଡାକ୍ତର ଓ ନର୍ସଙ୍କ ପାଇଁ ଏହା ଅଧିକ ଦରକାର । ଏପରିକି ଯଦି ସମ୍ଭବ ହୁଏ ତେବେ ପ୍ରତି ରୋଗୀଙ୍କୁ ଦେଖିବା ପରେ ଏହାକୁ କାଢି ସଫା ଜାଗାରେ ରଖିଦେବା ଭଲ ହେବ ବୋଲି ସେମାନେ କହିଛନ୍ତି ।

ଏହାପରେ ଭଲ ପାଣିରେ ଧୋଇ ଏହାକୁ ପିନ୍ଧିବା ଆବଶ୍ୟକ ବୋଲି ବିଶେଷଜ୍ଞ କହିଛନ୍ତି । ମୁହଁକୁ ଝାଳରୁ ଦୂରେଇ ରଖିବା ସର୍ବୋତ୍ତମ ଉପାୟ । ଶୁଷ୍କ ଏବଂ ପରିଷ୍କାର ମୁହଁରେ ମାସ୍କ ବେଶୀ ବିପଦ ପକାଇବନି । ସମୟ ମିଳିବା ମାତ୍ରେ ଏହାକୁ କାଢି ପରିଷ୍କାର କରିବା ଦ୍ବାରା ମୁହଁ ଉପରେ ପ୍ରଭାବ ପଡିବନି ବୋଲି ସେମାନେ କହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.