ETV Bharat / bharat

ଅଡ-ଇଭେନ ନମ୍ବରରେ ଖୋଲିବ ରାଜଧାନୀର ଦୋକାନ - Markets should open on Odd-Even basis; schools should remain closed

ଅଡ-ଇଭେନ ନମ୍ବରରେ ଖୋଲିବ ରାଜଧାନୀର ଦୋକାନ । ଗୁରୁବାର ଦିନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦେଲେ ସୂଚନା । ଅଧିକ ପଢନ୍ତୁ..

Markets should open on Odd-Even basis; schools should remain closed
ଫାଇଲ ଫଟୋ
author img

By

Published : May 14, 2020, 6:32 PM IST

ନୂଆଦିଲ୍ଲୀ: ଗୁରୁବାର ଦିନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ ବଜାର, ବଜାର କମ୍ପ୍ଲେକ୍ସଗୁଡିକ ଅଡ-ଇଭେନ ନମ୍ବର ଅନୁସାରେ ଖୋଲିବ। କିନ୍ତୁ ସ୍କୁଲ, ସ୍ପା, ସେଲୁନ୍, ସିନେମା ହଲ୍ ଏବଂ ସୁଇମିଂ ପୁଲ୍ ବନ୍ଦ ରହିବ।

ଆମେ ଲୋକଙ୍କଠାରୁ ପରାମର୍ଶ ଲୋଡିଥିଲୁ ଏବଂ ଆମେ 5 ଲକ୍ଷରୁ ଅଧିକ ପରାମର୍ଶ ଗ୍ରହଣ କରିଛୁ । ଏହି ପରାମର୍ଶକୁ ଭିତ୍ତି କରି ଆମେ କେନ୍ଦ୍ରକୁ ଏକ ପ୍ରସ୍ତାବ ପଠାଇବୁ ବୋଲି ସିଏମ କେଜ୍ରିୱାଲ କହିଛନ୍ତି। "ଆମେ ଅନେକ ମାର୍କେଟ ଆସୋସିଏସନ ପକ୍ଷରୁ ଅନେକ ପରାମର୍ଶ ଗ୍ରହଣ କରିଛୁ ଏବଂ ସେମାନଙ୍କ ମଧ୍ୟରୁ ଅଧିକାଂଶ ବଜାର ଏବଂ ମାର୍କେଟ କମ୍ପ୍ଲେକ୍ସ ଖୋଲିବା ଉଚିତ୍ ବୋଲି କହିଛନ୍ତି। ସେମାନେ ଗୋଟିଏ ଦିନରେ ଅଧା ଦୋକାନ ଏବଂ ଅବଶିଷ୍ଟ ଦୋକାନଗୁଡିକ ଅନ୍ୟ ଦିନ ଖୋଲିପାରିବେ ବୋଲି କହିଛନ୍ତି କେଜ୍ରିୱାଲ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଗ୍ରୀଷ୍ମ ଛୁଟି ପର୍ଯ୍ୟନ୍ତ ବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନ ବନ୍ଦ ରହିବା ଉଚିତ ବୋଲି ଅଧିକାଂଶ ମତ ଦେଇଛନ୍ତି। ଜନସାଧାରଣ ପରିବହନକୁ କାର୍ଯ୍ୟକ୍ଷମ କରିବାକୁ ଅନୁମତି ଦେବା ପ୍ରସଙ୍ଗରେ ସେ କହିଛନ୍ତି ଯେ ଟ୍ୟାକ୍ସି ଏବଂ ଅଟୋ-ରିକ୍ସା ନିୟମ ଅନୁଯାୟୀ କାର୍ଯ୍ୟ କରିବା ଉଚିତ ଯେ ଜଣେ ଯାତ୍ରୀଙ୍କୁ ଅଟୋ-ରିକ୍ସା ଏବଂ ସର୍ବାଧିକ ଦୁଇ ଯାତ୍ରୀଙ୍କୁ କ୍ୟାବରେ ବସିବାକୁ ଅନୁମତି ଦିଆଯିବା ଉଚିତ। ପ୍ରତ୍ୟେକ ଯାତ୍ରା ପରେ ଯାନଗୁଡିକ ସାନିଟାଇଜ ହେବା ଜରୁରୀ ।

ସେ ଆହୁରି ମଧ୍ୟ କହିଛନ୍ତି, "ଲୋକମାନେ ମଧ୍ୟ ପରାମର୍ଶ ଦେଇଛନ୍ତି ଯେ ସାମାଜିକ ଦୂରତାକୁ ବଜାୟ ରଖିବାବେଳେ ବସରେ କମ୍ ଯାତ୍ରୀ ଯାତ୍ରା କରିପାରିବେ। କିଛି ଲୋକ ଏହା ମଧ୍ୟ କହିଛନ୍ତି ଯେ ମେଟ୍ରୋ ସେବା ଆଂଶିକ ଆରମ୍ଭ ହେବା ଆବଶ୍ୟକ । ହୋଟେଲ ଏବଂ ରେସ୍ତୋରାଁ ଖୋଲିବା ସମ୍ପର୍କରେ କେଜ୍ରିୱାଲ କହିଛନ୍ତି, ଅନେକ ଲୋକ କହିଛନ୍ତି ଯେ ହୋଟେଲଗୁଡିକ ବନ୍ଦ ରହିବା ଆବଶ୍ୟକ ଏବଂ ରେଷ୍ଟୁରାଣ୍ଟଗୁଡିକ କେବଳ ଟେକ୍ ଆଉଟ୍ ଏବଂ ହୋମ ଡେଲିଭରି ପାଇଁ ଖୋଲା ରହିବା ଉଚିତ୍। "ଲୋକଙ୍କୁ ରେଷ୍ଟୁରାଣ୍ଟରେ ଖାଇବାକୁ ଦିଆଯିବା ଉଚିତ୍ ନୁହେଁ, ତଥାପି ପ୍ରାୟ ସହମତି ରହିଛି ଯେ ସ୍ପା, ସେଲୁନ୍, ସିନେମା ହଲ୍, ଏବଂ ସୁଇମିଂ ପୁଲ ଖୋଲିବା ଉଚିତ ନୁହେଁ ବୋଲି କେଜ୍ରିୱାଲ କହିଛନ୍ତି।

"ଯେଉଁମାନେ ବାହାରକୁ ଯିବାବେଳେ ମାସ୍କ ପିନ୍ଧନ୍ତି ନାହିଁ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ ଅଧିକାଂଶ ଲୋକ ଅନୁରୋଧ କରିଛନ୍ତି। ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହେବା ଆବଶ୍ୟକ। ଲୋକମାନେ ଏହା ମଧ୍ୟ ଅନୁରୋଧ କରିଛନ୍ତି ଯେ ପାର୍କ ପରିଦର୍ଶନ କରିବା ପାଇଁ ଅନୁମତି ଦିଆଯିବା ଆବଶ୍ୟକ କାରଣ ଏହା ପ୍ରତିରୋଧକ ଶକ୍ତି ପାଇଁ ଭଲ । ''

@ANI

For All Latest Updates

TAGGED:

new delhi
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.