ETV Bharat / bharat

ମାଓବାଦୀଙ୍କ ଲଙ୍କାକାଣ୍ଡ, ବୋମାମାଡ କରି ଉଡାଇଲେ ବିଜେପି କାର୍ଯ୍ୟାଳୟ - office

ଝାଡଖଣ୍ଡରେ ମାଓ ପ୍ରଭାବିତ ପଲାମୁ ଜିଲ୍ଲାର ହରିହରଗଞ୍ଜରେ ମାଓବାଦୀଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ଗୁରୁବାର ବିଳମ୍ବିତ ରାତ୍ରୀରେ ମାଓବାଦୀ ଶୁକ୍ରବାର ବୋମା ମାଡ କରି ବିଜେପି କାର୍ଯ୍ୟାଳୟକୁ ଉଡାଇ ଦେଇଛନ୍ତି।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ@ଟ୍ବିଟର
author img

By

Published : Apr 26, 2019, 1:24 PM IST

ରାଞ୍ଚି: ଲୋକସଭା ନିର୍ବାଚନ ସମୟରେ ଲାଲବାହିନୀର ଲଙ୍କାକାଣ୍ଡ । ଝାଡଖଣ୍ଡରେ ମାଓ ପ୍ରଭାବିତ ପାଲାମୁ ଜିଲ୍ଲାର ହରିହରଗଞ୍ଜରେ ମାଓବାଦୀଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ଗୁରୁବାର ବିଳମ୍ବିତ ରାତ୍ରୀରେ ମାଓବାଦୀ ବୋମା ମାଡ କରି ବିଜେପି କାର୍ଯ୍ୟାଳୟକୁ ଉଡାଇ ଦେଇଛନ୍ତି । ଏହା ସହ କାର୍ଯ୍ୟଳୟରେ ମାଓବାଦୀ ଏକ ଚିଠି ଛାଡି ଦେଇ ଯାଇଛନ୍ତି । ଯେଉଁଥିରେ ରାଫେଲ ଦୁର୍ନୀତି ଠାରୁ ଆରମ୍ଭ କରି ପଳାତକ ବିଜୟ ମାଲ୍ୟା, ନୀରବ ମୋଦି , ବିମୁଦ୍ରୀକରଣ ଓ ସଂଖ୍ୟା ଲଘୁ ଧାର୍ମିକ ଗୋଷ୍ଠୀଙ୍କ ଉପରେ ଦେଶରେ ବଢୁଥିବା ଆକ୍ରମଣକୁ ବିରୋଧ କରାଯାଇ ସପ୍ତଦଶ ଲୋକସଭା ନିର୍ବାଚନରୁ ବର୍ଜନ କରିବା ପାଇଁ ଘୋଷଣା କରିଛନ୍ତି।

ଛତ୍ରପୁର ଡିଏସପି ଶମ୍ଭୁ କୁମାର ସିଂହ ଏହି ଘଟଣା ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ଭାକପା ) ମାଓବାଦୀ ଏହି କାଣ୍ଡ କରିଥିବା ସୂଚନା ଦେଇଛନ୍ତି । ଏହି ଘଟଣାରେ ୧୨ ମାଓବାଦୀ ସାମିଲ୍‌ ଥିବା ଜଣାପଡିଛି । ବୋମା ବିସ୍ଫୋରଣ, ବ୍ୟାନର ପୋଷ୍ଟର ଲାଗିବା ପରେ ସ୍ଥାନୀୟ ଅଞ୍ଚଳରେ ଭୟ ବାତାବରଣ ସୃଷ୍ଟି ହୋଇଛି । ଥାନା ଠାରୁ ମାତ୍ର 400 ମିଟର ଦୂର ରାଜମାର୍ଗ-୯୮ ବସ୍‌ଷ୍ଟାଣ୍ଡ୍‌ ନିକଟରେ ବିଜେପି ପକ୍ଷରୁ ଦଳୀୟ ପ୍ରଚାର ପାଇଁ ଏହି ନିର୍ବାଚନୀ କାର୍ଯ୍ୟାଳୟ କିଛି ଦିନ ପୂର୍ବରୁ ଖୋଲାଯାଇଥିବା ଜଣାପଡିଛି।

ଏପ୍ରିଲ 23 ତାରିଖ ମଙ୍ଗଳବାର, ରାଜ୍ୟର 6ଟି ଲୋକସଭା ଏବଂ ଏହା ଅଧିନସ୍ଥ 42 ବିଧାନସଭା ପାଇଁ ହେଉଛି ଭୋଟଗ୍ରହଣ। ଯାହା ମଧ୍ୟରେ ରହିଛି ଭୁବନେଶ୍ବର। ମତଦାନ କରିବାକୁ ନେଇ ଭୋଟରଙ୍କ ମଧ୍ୟରେ ଦେଖାଦେଇଛି ଉତ୍ସାହ। ଲେକେ ଲମ୍ବା ଲାଇନ ରେ ଛିଡା ହୋଇ ନିଜର ମୂଲ୍ୟବାନ ଭୋଟ ଦେଉଥିବା ର ଦେଖା ଜାଇଛି। 
ଅନ୍ୟ ପଟେ ଆଇ ଆର ସି ଭିଲେଜ ନାୟପଲ୍ଲୀ ବୁଥ ନମ୍ବର 125  କୁ ଏ ଥର କେବଳ ମହିଳା ମାନଙ୍କ ତତ୍ୱବଧାନ ରେ ଚାଲୁଥିବା ବେଳେ ଆଜି ସକାଳ 9 ଟା ପର୍ଯ୍ୟନ୍ତ ହାରାହାରି 35 ପ୍ରତିଶତ ଲୋକ ନିଜର ମତଦାନ ରଖି ସାରିଲେଣି। ଅନ୍ୟ ପଟେ ଏହି ମହିଳା ମାନଙ୍କ ପାଇଁ ବିଶେଷ ସୁରକ୍ଷା ବ୍ୟବସ୍ଥା ମଧ୍ୟ ରଖା ଯାଇଛି ବୋଲି ମହିଳା ପ୍ରିୟାଇଡିଂ ଅଫିସର ପ୍ରକାଶ କରିଛନ୍ତି। ଭୁବନେଶ୍ୱର ରେ ଏହି ଗୋଟିଏ ବୁଥ ଯେଉଁଠାରେ କେବଳ ମହିଳା ନିର୍ବାଚନ କୁ ସମ୍ଭାଳୁ ଥିବାର ଦେଖାଯାଇଛି।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.