ETV Bharat / bharat

ମଧ୍ୟପ୍ରଦେଶରେ ଲୋପ ପାଇଯିବ କଂଗ୍ରେସ ! - ରାଜ୍ୟସଭା ସାଂସଦ ଜ୍ୟୋତିରାଦିତ୍ୟ ସିନ୍ଧିଆ

ଆଗାମୀ ଉପ-ନିର୍ବାଚନ ପାଇଁ ବିଜେପିର ଜବରଦସ୍ତ ପ୍ରସ୍ତୁତି । ଦଳକୁ ସଫଳତା ଦେବାପାଇଁ ଦଳବଳ ଧରି ଗ୍ବାଲିୟର ଅଭିମୁଖେ ରାଜା । ଶତ୍ରୁଶୁନ୍ୟ କରିବା ପାଇଁ ଆରମ୍ଭ ହୋଇଛି ମେଗା ଯୋଜନା । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଜ୍ୟୋତିରାଦିତ୍ୟ ସିନ୍ଧିଆ
ଜ୍ୟୋତିରାଦିତ୍ୟ ସିନ୍ଧିଆ
author img

By

Published : Aug 21, 2020, 9:38 PM IST

ଭୋପାଳ: ମଧ୍ୟପ୍ରଦେଶ କ୍ଷମତା ଲଢେଇରେ ଆସନ୍ତା 3 ଦିନ ଆହୁରି ଅନେକ ଚର୍ଚ୍ଚିତ ଘଟଣା ଦେଖିବାକୁ ମିଳିବ । ଏହି 3 ଦିନ କଂଗ୍ରେସ ପାଇଁ ସଂକଟ ସୃଷ୍ଟି ହେବାକୁ ଯାଉଥିବା ବେଳେ ବିଜେପିର ସଂଗଠନ ସୁଦୃଢ ହୋଇପାରେ । ବର୍ତ୍ତମାନ ମଧ୍ୟପ୍ରଦେଶରେ କଂଗ୍ରେସକୁ ଦୁର୍ବଳ କରିବା ଅଭିଯାନରେ ଲାଗିଛନ୍ତି ରାଜ୍ୟସଭା ସାଂସଦ ଜ୍ୟୋତିରାଦିତ୍ୟ ସିନ୍ଧିଆ ।

ସୂତ୍ର ଅନୁସାରେ ଆଗାମୀ 3 ଦିନ ମଧ୍ୟରେ ରାଜ୍ୟ ରାଜନୀତିରେ ଆହୁରି ଅନେକ ଅବିଶ୍ବସନୀୟ ଘଟଣା ଘଟିବାକୁ ଯାଉଛି । ଆଉ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହେଉଛି ଏହି ସମସ୍ତ ଘଟଣା ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ, କେନ୍ଦ୍ରୀୟ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଓ ରାଜ୍ୟସଭା ସାଂସଦ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଉପସ୍ଥିତିରେ ହେବାକୁ ଯାଉଛି ।

ରାଜ୍ୟସଭାକୁ ନିର୍ବାଚିତ ହେବାପରେ ପ୍ରଥମ ଥର ପାଇଁ ଗ୍ବାଲିୟର ଞ୍ଚବଲ ଗସ୍ତରେ ଯାଉଛନ୍ତି ସିନ୍ଧିଆ । ସମ୍ପୃକ୍ତ ଅଞ୍ଚଳରେ 3 ଦିନ ପର୍ଯ୍ୟନ୍ତ ରହିବେ ସେ । ଏହି 3 ଦିନ ମଧ୍ୟରେ ଗ୍ବାଲିୟର ଞ୍ଚବଲ ଅଞ୍ଚଳର ପାଖାପାଖି 20 ହଜାର କଂଗ୍ରେସ ନେତା କର୍ମୀ ସମର୍ଥକ ବିଜେପିରେ ସାମିଲ ହେବେ । ଏହି ମିଶ୍ରଣ ପର୍ବରେ ମୁଖ୍ୟମନ୍ତ୍ରୀ କେନ୍ଦ୍ରମନ୍ତ୍ରୀ ଓ ସିନ୍ଧିଆ ଉପସ୍ଥିତ ରହିବେ ।

ଗ୍ବାଲିୟର ଓ ଞ୍ଚବଲ ଅଞ୍ଚଳରେ ସିନ୍ଧିଆଙ୍କ ଜବରଦସ୍ତ ପ୍ରଭାବ ରହିଛି । ଆଉ କିଛି ମାସ ମଧ୍ୟରେ ଏହି ଅଞ୍ଚଳରୁ 16 ଟି ଆସନ ପାଇଁ ବିଧାନସଭା ଉପ-ନିର୍ବାଚନ ହେବ । ଏଥିପାଇଁ ବିଜେପି ଯୋରଦାର ପ୍ରସ୍ତୁତି ଆରମ୍ଭ କରିଛି । ଗତ ବିଧାନସଭା ନିର୍ବାଚନ ବେଳେ ଗୁନା ଗ୍ବାଲିୟର ଞ୍ଚବଲ ଅଞ୍ଚଳରେ ବିଜେପିକୁ ଝଟକା ଲାଗିଥିଲା । ସିନ୍ଧିଆଙ୍କ ନେତୃତ୍ବରେ ଦଳ ଏଠି ସବୁ ଆସନ ପୋଛିନେଇଥିଲା । କିନ୍ତୁ ଏବେ ସ୍ଥିତି ପୁରା ଓଲଟା । କଂଗ୍ରେସ ଅସ୍ତିତ୍ବ ଏବେ ଏଠି ସଂକଟରେ । ଦଳର ସମସ୍ତ ପ୍ରାର୍ଥୀ ଜିଲ୍ଲା ନେତୃତ୍ବ ଏବେ ବିଜେପିରେ ସାମିଲ ହେବା ପାଇଁ ସମସ୍ତ ପ୍ରସ୍ତୁତି ସାରିଛନ୍ତି ।

ଅନ୍ୟ ଏକ ପ୍ରସଙ୍ଗ ହେଉଛି ଆଗାମୀ ମଧ୍ୟପ୍ରଦେଶ ବିଧାନସଭା ଉପ-ନିର୍ବାଚନ ସିନ୍ଧିଆଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ହୋଇପଡିଛି । କାରଣ ବିଜେପିର ଜୟ ପରାଜୟ ସିନ୍ଧିଆଙ୍କ ଉପରେ ନିର୍ଭର କରୁଛି । ଏହାସହ ସିନ୍ଧିଆଙ୍କ ରାଜନୀତିରେ ମଧ୍ୟ ଏହା ବଡ ପ୍ରଭାବ ପକାଇବ । ତେବେ ଦେଖିବାର ହେଲା ଏହି ଦଳ ଡିଆଁ ପରିବର୍ତ୍ତନରେ ବିଜେପିକୁ କେତେ ସଫଳତା ଦେଉଛି ଓ କଂଗ୍ରେସ କେଉଁସ୍ଥିତିରେ ରହୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.