ETV Bharat / bharat

ସଂସଦକୁ ସାଇକେଲରେ ଗଲେ ସାଂସଦ

2-2 ଥର ସାଂସଦ ରହିବା ପରେ ବି ସାଇକେଲ ଚଲାଇବା ଭୁଲିନାହାନ୍ତି କେନ୍ଦ୍ରମନ୍ତ୍ରୀ ତଥା ବିଜେପି ସାଂସଦ ମନସୁଖ ମାଣ୍ଡଭିଆ । ଗତ 5 ବର୍ଷ ଭଳି ଏବେ ବି ସେ ସାଇକେଲରେ ସଂସଦ ଯାଉଥିବା ନଜର ଆସିଛନ୍ତି ।

ଫଟୋ ସୌଜନ୍ୟ- ଏଏନଆଇ
author img

By

Published : Jun 26, 2019, 1:42 PM IST

ନୂଆଦିଲ୍ଲୀ: ବଡ ବଡ ଦାମୀ କାର ନୁହେଁ । ବରଂ ସାଇକେଲରେ ସଂସଦ ଆସିଲେ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ସାଂସଦ ମନସୁଖ ମାଣ୍ଡଭିଆ । ଏଭଳି ଏକ ଭିଡିଓ ଯୋଗୁଁ ଚର୍ଚ୍ଚାରେ ମାଣ୍ଡଭିଆ ।

ଜଣେ ସାଂସଦଙ୍କ ଏପରି ବ୍ୟବହାର ସମସ୍ତଙ୍କୁ ଆଚମ୍ବିତ କରି ରଖିଛି । ଆଜିକା ସମୟରେ ହେଉଥିବାଥିବା ପରିବେଶ ଓ ବାୟୁ ପ୍ରଦୂଷଣକୁ ରୋକିବା ଲାଗି ତାଙ୍କ ଏପରି ପ୍ରୟାସ ପ୍ରଂଶସନୀୟ । ଯଦିଓ କାର ପାଇଁ ତାଙ୍କ ପାଖରେ ଯଥେଷ୍ଟ ସମ୍ବଳ ରହିଛି ହେଲେ ଏପରି ସାଇକେଲରେ ସଂସଦ ଯିବା ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି।

ଭିଡିଓ ସୌଜନ୍ୟ- ଏଏନଆଇ

ସେ ପୂର୍ବରୁ ମଧ୍ୟ ଏପରି ସାଇକେଲରେ ଶପଥ ନେବା ପାଇଁ ରାଷ୍ଟ୍ରପତି ଭବନ ଯାଇ ଟ୍ରେଡରେ ରହିଥିଲେ। ତେବେ ଏ ନେଇ ସେ ସ୍ପଷ୍ଟ କରିଥିଲେ ଯେ, ଏହା ମୁଁ ଚର୍ଚ୍ଚା ପାଇଁ ନୁହେଁ ବରଂ ମୁଁ ଏଥିରେ ଆନନ୍ଦ ଅନୁଭବ କରେ ଏଥିଲାଗି କରେ । ତାଙ୍କୁ ବାଇସାଇକେଲ ମ୍ୟାନ ଭାବେ ମଧ୍ୟ ଜଣାଯାଏ । ନୂଆ ସରକାରଙ୍କ ଅଧିନରେ ସେ ସାର ଓ ରସାୟନିକ ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଉଛନ୍ତି ।

Intro:Body:

blank

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.