ନୂଆଦିଲ୍ଲୀ: ଆସାମରେ ଏନଆରସି ଚୂଡାନ୍ତ ତାଲିକା ପ୍ରକାଶ ପାଇଛି । ତାଲିକା ପ୍ରକାଶ ପରେ ଆସାମରେ ରାଜନୈତିକ ମାହୋଲ ସରଗରମ ଥିବାବେଳେ ରାଷ୍ଟ୍ର ରାଜଧାନୀ ଦିଲ୍ଲୀରେ ବି ମଧ୍ୟ ଏନଆରସି ଲାଗୁ ନେଇ ଦାବି ଉଠିଛି ।
ବିଜେପି ପ୍ରଦେଶ ଅଧ୍ୟକ୍ଷ ମନୋଜ ତିଓ୍ବାରୀ ଦିଲ୍ଲୀରେ ଏନଆରସି ଲାଗୁ କରିବା ନେଇ ଦାବି କରିଛନ୍ତି । ଦିଲ୍ଲୀରେ ସ୍ଥିତି ଜଟିଳରୁ ଜଟିଳତର ହେଉଥିବାରୁ ଏଠାରେ ମଧ୍ୟ ରାଷ୍ଟ୍ରୀୟ ନାଗରିକ ରେଜିଷ୍ଟର ଲାଗୁ କରାଇବାକୁ ମନୋଜ କହିଛନ୍ତି ।
ଆଗାମୀ ଦିନରେ ଦିଲ୍ଲୀରେ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ ଦେଶର ରାଜଧାନୀରେ ରହୁଥିବା ଅବୈଧ ପ୍ରବାସୀଙ୍କୁ ନେଇ ବିବାଦ ବଢିବାରେ ଲାଗିଛି ।