ETV Bharat / bharat

'ବିଜେପି ନେତାଙ୍କୁ ଆଖି ଦେଖାଇଲେ, ଆଖି ରହିବନି'

ଗାଜୀପୁରରୁ ଲୋକସଭା ନିର୍ବାଚନ ଲଢୁଥିବା କେନ୍ଦ୍ରମନ୍ତ୍ରୀ ମନୋଜ ସିହ୍ନା ଏକ ଜନସଭାକୁ ସମ୍ବୋଧନ କରି ଦେଇଛନ୍ତି ଧମକ । ଯଦି କୌଣସି ବ୍ୟକ୍ତି ବିଜେପି କାର୍ଯ୍ୟକର୍ତ୍ତାଙ୍କ ଦିଗକୁ ଆଙ୍ଗୁଳି ଉଠାଇବେ, ତେବେ ଏହାର ପରିଣାମ ତାଙ୍କୁ ୪ ଘଣ୍ଟା ମଧ୍ୟରେ ଭୋଗିବାକୁ ପଡିବ ବୋଲି କହିଛନ୍ତି ସେ ।

author img

By

Published : Apr 19, 2019, 9:03 PM IST

ଫାଇଲ ଫଟୋ

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ ପାଇଁ ସରିଯାଇଛି ୨ଟି ପର୍ଯ୍ୟାୟରେ ମତଦାନ । ଆଗାମୀ ପର୍ଯ୍ୟାୟ ମତଦାନ ପାଇଁ ପ୍ରସ୍ତୁତ ହେଉଛନ୍ତି ରାଜନୈତିକ ଦଳ । ନିଜ ନିଜ ଦଳ ପାଇଁ ପ୍ରଚାର କାର୍ଯ୍ୟରେ ଲାଗିଛନ୍ତି ସମସ୍ତ ଦଳର ନେତାଗଣ । ଏହି କ୍ରମରେ ଗାଜୀପୁରରୁ ଲୋକସଭା ନିର୍ବାଚନ ଲଢୁଥିବା କେନ୍ଦ୍ରମନ୍ତ୍ରୀ ମନୋଜ ସିହ୍ନା ଏକ ଜନସଭାକୁ ସମ୍ବୋଧନ କରି ଦେଇଛନ୍ତି ଧମକ । ଯଦି କୌଣସି ବ୍ୟକ୍ତି ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ଆଙ୍ଗୁଳି ଉଠାଇବେ, ତେବେ ଏହାର ପରିଣାମ ତାଙ୍କୁ ୪ ଘଣ୍ଟା ମଧ୍ୟରେ ଭୋଗିବାକୁ ପଡିବ ବୋଲି କହିଛନ୍ତି ସେ ।

ବିଜେପି କାର୍ଯ୍ୟକର୍ତ୍ତା ଦୁର୍ନୀତି ଓ ଅପରାଧିକ ଗତିବିଧି ମାଧ୍ୟମରେ ଅର୍ଜିତ ଆୟକୁ ଶେଷ କରିବାକୁ ପ୍ରସ୍ତୁତ ଅଛନ୍ତି । ଯଦି କୌଣସି ବ୍ୟକ୍ତି ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ଆଙ୍ଗୁଳି ଉଠାଇବେ ତେବେ ତାଙ୍କ ଆଙ୍ଗୁଳି ଆଉ ସୁରକ୍ଷିତ ରହିବ ନାହିଁ ବୋଲି କହିଛନ୍ତି କେନ୍ଦ୍ର ସଞ୍ଚାର ଓ ରେଳ ରାଜ୍ୟମନ୍ତ୍ରୀ ।

ଏହାସହ ସେ କହିଛନ୍ତି ଯେ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ କେହି ଆଖି ଦେଖାଇ ପାରିବେ ନାହିଁ । ଯଦି କେହି ଏପରି କରିବାକୁ ସାହସ କରିବେ ତେବେ ସେମାନଙ୍କ ଆଖି ଆଉ ରହିବ ନାହିଁ । ସେ ବାହୁବଳୀ ନେତା ମୁଖ୍ତାର ଅନସାରୀଙ୍କ ଭାଇ ଅଫଜଲ ଅନସାରୀଙ୍କ ବିରୋଧରେ ନିର୍ବାଚନ ଲଢୁଛନ୍ତି ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.