ETV Bharat / bharat

ରାଜସ୍ଥାନରୁ ରାଜ୍ୟସଭା ଯିବେ ମନମୋହନ ସିଂ !

author img

By

Published : Aug 2, 2019, 10:10 AM IST

ରାଜ୍ୟସଭାକୁ ଯାଇ ପାରନ୍ତି ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ । କଂଗ୍ରେସ ତାଙ୍କୁ ରାଜସ୍ଥାନରୁ ରାଜ୍ୟସଭା ପଠାଇବା ନେଇ ଜୋରଦାର ଚର୍ଚ୍ଚା ହେଉଛି।

ଫାଇଲ ଫଟୋ

ନୂଆଦିଲ୍ଲୀ: ପୁନର୍ବାର ରାଜ୍ୟସଭା ଯିବେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ । ରାଜସ୍ଥାନରୁ ମନମୋହନଙ୍କୁ ରାଜ୍ୟସଭା ପ୍ରାର୍ଥୀ ଭାବେ ପଠାଇବାକୁ ପ୍ରସ୍ତୁତି ଆରମ୍ଭ କରିଦେଇଛି କଂଗ୍ରେସ । ବିଜେପି ନେତା ମଦନ ଲାଲଙ୍କ ଦେହାନ୍ତ ପରେ ରାଜ୍ୟସଭାରେ ଗୋଟିଏ ସିଟ୍ ଖାଲି ପଡିଛି । ସେହି ସ୍ଥାନରେ ମନମୋହନଙ୍କୁ ପଠାଇବାକୁ ଦଳ ଚିନ୍ତା କରୁଛି ।

ଆସନ୍ତା 26 ତାରିଖରେ ରାଜସ୍ଥାନ ଓ ଉତ୍ତରପ୍ରଦେଶର ଗୋଟିଏ ଗୋଟିଏ ରାଜ୍ୟସଭା ସିଟ୍ ପାଇଁ ନିର୍ବାଚନ ହେବା ନେଇ ନିର୍ବାଚନ କମିଶନ ଘୋଷଣା କରିଛନ୍ତି । ନିର୍ବାଚନ ନେଇ ଘୋଷଣା ପରେ ମନମୋହନଙ୍କ ନାମକୁ ନେଇ ଜୋରଦାର ଚର୍ଚ୍ଚା କରାଯାଉଛି । ଅନ୍ୟପକ୍ଷରେ ଯଦି ମନମୋହନ ରାଜ୍ୟସଭା ଯାଆନ୍ତି ତାଙ୍କ କାର୍ଯ୍ୟକାଳ 3 ଏପ୍ରିଲ 2014 ପର୍ଯ୍ୟନ୍ତ ରହିବ ।

ତେବେ ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିବାର ଶେଷ ତାରିଖ ରହିଛି ଅଗଷ୍ଟ 14 ତାରିଖ ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.