ETV Bharat / bharat

ଲା-ବାଇକର ଉଦଘାଟନ କଲେ ମଣିପୁର ମୁଖ୍ୟମନ୍ତ୍ରୀ

ଏବେ ଦୁଆର ମୁହଁରେ ଆପଣ ପାଇବେ ସେବା । ଲା-ବାଇକ ମୋବାଇଲ ଆପ ସାହାଯ୍ୟରେ ଆପଣଙ୍କ ଘରେ ପହଞ୍ଚିବ ଡାକ୍ତରୀ ସେବା ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : Feb 28, 2019, 9:35 PM IST

ଇମ୍ଫାଲ: ଏବେ ଦୁଆର ମୁହଁରେ ଆପଣ ପାଇବେ ସେବା । ଲା-ବାଇକ ମୋବାଇଲ ଆପ ସାହାଯ୍ୟରେ ଆପଣଙ୍କ ଘରେ ପହଞ୍ଚିବ ଡାକ୍ତରୀ ସେବା । ଏହି ମୋବାଇଲ ଲାବରୋଟରୀର ଶୁଭ ଉଦଘାଟନ କରିଛନ୍ତି ମଣିପୁର ମୁଖ୍ୟମନ୍ତ୍ରୀ ଏନ. ବିରେନ ସିଂ ।

ଜବାହାରଲାଲ ନେହରୁ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ ଅଡିଟୋରିଅମର ଏହି ବାଇକର ଉଦଘାଟନ କରାଯାଇଛି । ଦେଶର ଅନେକ ରାଜ୍ୟର ଏହି ମୋବାଇଲ ଲାବରୋଟରୀ ଆରମ୍ଭ ହୋଇସାରିଛି । ବର୍ତ୍ତମାନ ମଣିପୁରରେ ଏହାର ଆରମ୍ଭ ହୋଇଛି ।

ଏହି ଲାବରଟୋରୀ ପାହାଡିଆ ଓ ଭ୍ୟାଲି ଅଞ୍ଚଳର 85ଟି ଭାଗରୁ ଆରମ୍ଭ ହେବ । ବର୍ତ୍ତମାନ 20ଟି ହେଲଥକେୟାର ସେଣ୍ଟରରୁ 20ଟି ଲା- ବାଇକ ଆରମ୍ଭ ହୋଇଗଲାଣି ।

କେବଳ ଏତିକି ନୁହେଁ ଜେଏନଆଇଏମଏସ ହସ୍ପିଟାଲରେ ମହିଳା ଓ ପୁରୁଷଙ୍କ ପାଇଁ ହଷ୍ଟେଲର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ରାଜ୍ୟରେ କ୍ୟାନସର ହସ୍ପିଟାଲ ନିର୍ମାଣ ପାଇଁ ଯୋଜନା କରାଯାଉଛି । ମଣିପୁରର ପାହାଡିଆ ଅଞ୍ଚଳବାସୀଙ୍କ ପାଇଁ ଏହି ମୋବାଇଲ ଲାବରୋଟରୀ ଖୁବ ଲାଭ ଦାୟକ ହେବ ।

ନରେନ୍ଦ୍ର ମୋଦି ହେବେ ୨ୟ ଥର ପ୍ରଧାନମନ୍ତ୍ରୀ,
କମଲ ଜ୍ଯୋତି ସଙ୍କଳ୍ପ ପାଳିଲା ବିଜେପି

୨ୟ ଥର ପାଇଁ ନମୋଙ୍କୁ ପ୍ରଧାନମନ୍ତ୍ରୀ ହେବା ପାଇଁ ବିଜେପି ପାଳିଛି ଉତ୍ସବ। କମଲ ଜ୍ଯୋତି ସକଳ୍ପ  ଭାବରେ ଦିପାବଳି ଉତ୍ସବ ପାଳନ କରିଛି। ଏନେଇ ରାଜଧାନୀରେ ଝାରପଡା ଠାରେ କମଲ ଜ୍ଯୋତି ସକଳ୍ପ ଉତ୍ସବରେ ଯୋଗଦେଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶହ ଶହ ବିଜେପି କର୍ମି ଓ ସାଧାରଣ ଲୋକଂକ ଉପସ୍ଥିତିରେ ପଦ୍ମ ଫୁଲର ଚିତା ଉପରେ ଦିପ ଜାଳି କମଲ ଜ୍ଯୋତି ଉତ୍ସବ ପାଳନ କରିଛନ୍ତି। ଏହି ଅବସରରେ ଧର୍ମେନ୍ଦ୍ର ପ୍ରଧାନ ଉଦବୋଧନ ଦେଇ କହିଛନ୍ତି ପୁଣି ବିକାଶ ପାଇ ମୋଦି ଆସିବା ଦରକାର। ଏଥିପାଇଁ ଦିଲ୍ଲି ପାଇଁ ଗୋଟେ ଇଜିନ ଓ ଭୁବନେଶ୍ବର ବାଛିବା ଦରକାର। ଏଥିସହ କହିଛନ୍ତି ବିକାଶ ଦରକାର ତ ରାଜ୍ଯର ସରକାର ବଦଳିବା ଦରକାର। ଏଥି ସହ ରାଜ୍ଯ ସରକାରଙ୍କ ବିଫଳତା ନେଇ ବର୍ଷିଥିଲେ ଧର୍ମେନ୍ଦ୍ର ପ୍ରଧାନ।
ବାଇଟ-ଧର୍ମେନ୍ଦ୍ର ପ୍ରଧାନ,କେନ୍ଦ୍ରମନ୍ତ୍ରୀ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.