ETV Bharat / bharat

ମାଙ୍ଗାଲୁରୁ ମୂର୍ତ୍ତିକାରଙ୍କ କରାମତି, ପୂଜା ପାଇବେ ପରିବା ଚୋପା ଗଣେଶ - ଗଣେଶ ଚତୁର୍ଥୀ

ମାଙ୍ଗାଲୁରୁର ନୀତିନ ଭାଜ ପରିବେଶ ଉପଯୋଗୀ ଗଣେଶ ମୂର୍ତ୍ତି ତିଆରି କରୁଛନ୍ତି । ଯାହା ବେଶ ପ୍ରଶଂସନୀୟ ହୋଇପାରିଛି ।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ
author img

By

Published : Aug 29, 2019, 10:58 PM IST

ମାଙ୍ଗାଲୁରୁ: ଆଗକୁ ଗଣେଶ ଚତୁର୍ଥୀ । ଏହି ଅବସରରେ ପରିବେଶ ଅନୁକୂଳ ଗଣେଶ ମୂର୍ତ୍ତି ତିଆରି କରିଛନ୍ତି ମାଙ୍ଗାଲୁରୁର ନୀତିନ ଭାଜ । ନୀତିନ ବିଷାକ୍ତ ପଦାର୍ଥ ଓ ରଙ୍ଗ ବ୍ୟବହାର ନ କରି କେବଳ ପ୍ରାକୃତିକ ଉପାଦାନରେ ଗଣେଶଙ୍କ ମୂର୍ତ୍ତି ତିଆରି କରିଛନ୍ତି ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ନୀତିନ ତିଆରି କରିଥିବା ଗଣେଶ ମୂର୍ତ୍ତି କାଗଜ ମଣ୍ଡ, ପରିବା, ଫଳ, ଗଛର ଅଂଶରୁ ତିଆରି ଯାହା ସହଜରେ ପାଣିରେ ମିଳାଇଯିବ । ଏଥିରେ ବ୍ୟବହୃତ ପରିବା ଓ ଫଳ ମଞ୍ଜି ପରବର୍ତ୍ତୀ ସମୟରେ ଗଛରେ ପରିଣତ ହୋଇପାରିବ ବୋଲି ନୀତିନ ପ୍ରକାଶ କରିଛନ୍ତି । ଏଥିରେ କୌଣସି ବିଷାକ୍ତ ପଦାର୍ଥର ପ୍ରୟୋଗ କରାଯାଇ ନ ଥିବା ସେ ସ୍ପଷ୍ଟ କରିଛନ୍ତି ।

ଚଳିତ ବର୍ଷ ସେ 40ଟି ପରିବେଶ ଅନୁକୂଳ ଗଣେଶ ମୂର୍ତ୍ତୀ ନିର୍ମାଣ କରିଛନ୍ତି । ଏହି ମୂର୍ତ୍ତୀର ଚାହିଦା ବର୍ତ୍ତମାନ ବହୁତ କମ ରହିଛି । ତେଣୁ ଆସନ୍ତା ବର୍ଷ ଏହାର ଚାହିଦା ବଢିବାର ଆଶା ରଖିଛନ୍ତି ନୀତିନ । ପରିବେଶ ଅନୁକୂଳ ଗଣେଶ ମୂର୍ତ୍ତି ସହିତ ସାଜସଜ୍ଜାରେ ମଞ୍ଜି ସହିତ କାଗଜ, କଲମ ଓ ପେନସିଲ ବ୍ୟବହୃତ ହୋଇଛି । ବ୍ୟବହୃତ ହେବାପରେ ମଞ୍ଜିରୁ ଗଛ ସୃଷ୍ଟି କରାଯାଇପାରିବ ବୋଲି ସହଯୋଗୀ ରୀନା ପ୍ରକାଶ କରିଛନ୍ତି ।

ଗଣେଶ ଚତୁର୍ଥୀ ହିନ୍ଦୁମାନଙ୍କର ଏକ ପ୍ରସିଦ୍ଧ ପର୍ବ । ଯେଉଁଥିରେ ସାଧାରଣତଃ ମାଟିମୂର୍ତ୍ତି ପୂଜା କରାଯାଇଥାଏ । ମାଟି ମୂର୍ତ୍ତିରେ ରାସାୟନିକ ରଙ୍ଗ ସାଙ୍ଗକୁ ଅଜୈବ ଉପାଦାନ ବ୍ୟବହୃତ ହୋଇଥାଏ । କିନ୍ତୁ ନୀତିନଙ୍କ ଦ୍ବାରା ପ୍ରସ୍ତୁତ ଗଣେଶ ମୂର୍ତ୍ତି ପରିବେଶ ସୁରକ୍ଷା ଦିଗରେ କାର୍ଯ୍ୟକରୁଛି, ଯାହା ପ୍ରଶଂସନୀୟ ।

ଇଟିଭି ଭାରତ ବ୍ୟୁରୋ

Intro:Body:

https://www.aninews.in/news/national/general-news/mangaluru-man-makes-ganesha-idols-that-grow-into-plants20190829111701/

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.