ETV Bharat / bharat

ରାସ୍ତାକୁ ମାଡି ବସିଛି ବୃହତ୍‌ ପଥର ଖଣ୍ଡ, ଯାତାୟତ ଠପ୍‌ - mandi road condition in karsog is danger

ଛାଡ଼ିଛି ବର୍ଷା । ଟ୍ରାକକୁ ଫେରୁଛି ଜୀବନ । ସ୍ବଭାବିକ ହେଉଛି ଦୈନିକ ଜୀବନ । ହେଲେ ଯାତାୟତ ପ୍ରଭାବିତ ହୋଇପଡିଛି । ଏଭଳି ପରିସ୍ଥିତି ଦେଖାଦେଇଛି ହିମାଚଳ ପ୍ରଦେଶର । ରାସ୍ତାକୁ ମାଡି ବସିଛି ବୃହତ୍‌ ପଥର ଖଣ୍ଡ, ଯାତାୟତ ଠପ୍‌ ।

ଡିଜାଇନ ଫଟୋ
author img

By

Published : Aug 22, 2019, 10:27 AM IST

ସିମଲା: ବର୍ଷା ବିଭୀଷିକା ଓ ବନ୍ୟା ବିତ୍ପାତରେ ଅସ୍ତବ୍ୟସ୍ତ ସହର ସବୁ ଏବେ ଶାନ୍ତିରେ ନିଶ୍ବାସ ମାରିବା ପାଇଁ ଉଦ୍ୟମ କରିଲେଣି । ବର୍ଷା କମିଛି, ବଢି ପାଣି ଛାଡିଛି । ସ୍ଥିତି ସ୍ବାଭାବିକ ହେଉଛି, ଜୀବନଯାତ୍ରା ଟ୍ରାକକୁ ଫେରୁଛି । ମାତ୍ର ଅତି ପ୍ରବଳ ବର୍ଷା ଫଳରେ ହୋଇଥିବା ଭୁସ୍ଖଳନ କାରଣରୁ ଯାତାୟତ ପୂର୍ବପରି ଠପ୍‌ ହୋଇ ପଡ଼ିଛି । ହିମାଚଳ ପ୍ରଦେଶର ରାସ୍ତାକୁ ଗତିହୀନ କରିଛି ରାସ୍ତାର ଅର୍ଦ୍ଧାଧିକ ସ୍ଥାନ ମାଡି ବସିଥିବା ଭୀମକାୟ ପଥର ଖଣ୍ଡ ।

Mandi road condition in karsog
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ହିମାଚଳ ପ୍ରଦେଶର ଗତ 17 ଓ 18 ତାରିଖରେ କରସୌଗ ଓ ମଣ୍ଡି ଅଞ୍ଚଳରେ ପ୍ରବଳରୁ ପ୍ରବଳତର ବର୍ଷା ହୋଇଥିଲା । ବର୍ଷା ଫଳରେ ମାଟି ଧସେଇ ଯାଇ ଭୁସ୍ଖଳନ ଘଟିଥିଲା । ଏହାଫଳରେ କରସୌଗ ଦେଇ ଯାଇଥିବା ମୂଖ୍ୟ ରାସ୍ତାରେ ବିଶାଳ ପଥର ଖଣ୍ଡ ଖସି ରାସ୍ତା ଅବରୋଧ କରିଛି । 5 ଦିନ ଧରି ଉକ୍ତ ରାସ୍ତାକୁ ମାଡି ବସିଛି ବୃହତ୍‌ ପଥର ଖଣ୍ଡ, ଯାତାୟତ ଠପ୍‌ ।

ସେପଟେ ଏହାକୁ ହଟାଇବା କାର୍ଯ୍ୟ ବିଭାଗ ପକ୍ଷରୁ ଆରମ୍ଭ କରାଯାଇନାହିଁ । ଫଳରେ ସରକାରୀ ବସ୍‌ ଅଧା ରାସ୍ତା ପର୍ଯ୍ୟନ୍ତ ଯାଇ ସେଠାରୁ ଫେରୁଥିବା ଜଣାପଡ଼ିଛି । ତେବେ କରସୌଗିରୁ -ସୋମକୋଠୀକୁ ଯାତାୟତ କରୁଥିବା ବସ ଖଡ଼ାରଗଳି ପର୍ଯ୍ୟନ୍ତ ଯାଇ ସେଠାରୁ ଫେରୁଥିବା ସ୍ଥାନୀୟ ବାସିନ୍ଦା କହିଛନ୍ତି । ସେହିଭଳି କରସୌଗିରୁ ନାଞ୍ଜକୁ ଯାଉଥିବା ବସ କୋଟଲୁ ପର୍ଯ୍ୟନ୍ତ ଯାତାୟତ କରୁଛି ।

ରାସ୍ତାରୁ ପଥର ଓ ମାଟି ଅତଡ଼ାକୁ ସଫା ନ ହେବାରୁ ସ୍ଥାନୀୟ ବାସିନ୍ଦାମାନେ ପିଡବ୍ଲ୍ୟୁଡ଼ି ଉପରେ ରୋଷ ପ୍ରକାଶ କରିଛନ୍ତି । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ରାସ୍ତାରୁ ପଥର ଉଠାଇବା ପାଇଁ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନାହିଁ । ଏପର୍ଯ୍ୟନ୍ତ ଉକ୍ତ ସ୍ଥାନ ଗୁ଼ଡ଼ିକକୁ କୌଣସି ଜେସିବି ପଠାଯାଇନଥିବା ସ୍ଥାନୀୟ ଲୋକେ କହିଛନ୍ତି । ସେମାନେ ଅଭିଯୋଗ କରିଛନ୍ତି ଯେ ସୋମାକୋଠୀ ଅଞ୍ଚଳର ଲୋକମାନଙ୍କୁ ବସ ଧରିବାକୁ ଖଡ଼ାରଗଳି ପର୍ଯ୍ୟନ୍ତ ଚାଲି ଚାଲି ଆସିବାକୁ ପଡ଼ୁଛି । ଫଳରେ ବିଭାଗର ଏଭଳି ଅବହେଳା ପାଇଁ ସ୍ଥାନୀୟ ବାସିନ୍ଦା ଅସନ୍ତୋଷ ପ୍ରକାଶ କରିଛନ୍ତି । ଆନ୍ଦୋଳନ ପାଇଁ ସେମାନେ ଧମକ ଦେଇଛନ୍ତି ।

ସୂଚନାଯୋଗ୍ୟ ଗତ 17 ଓ 18 ତାରିଖରେ ହୋଇଥିବା ପ୍ରବଳ ବର୍ଷା କାରଣରୁ ସରକାରଙ୍କର ପାଖାପାଖି 2 କୋଟି ଟଙ୍କାର କ୍ଷତି ହୋଇଥିବା ଜଣାପଡ଼ିଛି । ତେବେ କ୍ଷୟକ୍ଷତିର ଆକଳନ କରି ପିଡବ୍ଲ୍ୟୁଡ଼ି ବିଭାଗ ସରକାରଙ୍କୁ ହସ୍ତାନ୍ତର କରିଛି । ତେବେ ଏଥିପାଇଁ ସରକାରଙ୍କ ତରଫରୁ ଅର୍ଥ ମଞ୍ଜୁର ହେବା ପରେ କାମ ଆରମ୍ଭ ହେବ ବୋଲି ବିଭାଗ ପକ୍ଷରୁ ଜଣାପଡ଼ିଛି । ତେବେ ବନ୍ଦ ହୋଇପଡ଼ିଥିବା ରାସ୍ତାକୁ ଖୁବ ଶୀଘ୍ର ଖୋଲାଯିବା ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି ।

Intro:Body:

dd

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.