ETV Bharat / bharat

ମାନସରୋବର ଶ୍ରଦ୍ଧାଳୁଙ୍କ ଦେବଦୂତ ସାଜିଛନ୍ତି ଏସଡିଆରଏଫ ଟିମ୍

author img

By

Published : Aug 7, 2019, 10:42 PM IST

ଜାରି ରହିଛି ମାନୋସରବର ଯାତ୍ରା । ବର୍ତ୍ତମାନ ସୁଦ୍ଧା 14ଟି ଦଳର 840 ଜଣ ଶ୍ରଦ୍ଧାଳୁ ସୁରକ୍ଷିତ ଭାବେ ଏହି ଯାତ୍ରା କରିସାରି ଥିବାବେଳେ ସେପ୍ଟେମ୍ବର ସୁଦ୍ଧା 5ଟି ଦଳର ଯାତ୍ରା ଶେଷ ହେବ ।

ଫଟୋ ସୌଜନ୍ୟ: ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ଡେରାଡୁନ: ଦୁନିଆର ସବୁଠୁ କଠିନ ଧାର୍ମିକ ଯାତ୍ରା ମଧ୍ୟରୁ ଗୋଟେ ହେଉଛି କୈଳାସର ମାନସରୋବର ଯାତ୍ରା । ଏହାକୁ ସଫଳ କରିବା ପାଇଁ ଏସଡିଆରଏଫର ଭୂମିକା ଅତ୍ୟନ୍ତ ମହତ୍ତ୍ବପୂର୍ଣ୍ଣ ରହିଛି । ଏସଡିଆରଏଫର 32 ୟୁନିଟସ ଜୁନ୍ 11 ତାରିଖରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ଚୀନ ସୀମାରେ ପର୍ଯ୍ୟନ୍ତ ସଫଳ ଭାବେ ପହଞ୍ଚାଉଛନ୍ତି ।

ସୂଚନାମୁତାବକ, ବର୍ତ୍ତମାନ ପର୍ଯ୍ୟନ୍ତ 14 ଟି ଦଳର 840 ଜଣ ଶ୍ରଦ୍ଧାଳୁ ସୁରକ୍ଷିତ ଭାବେ ମାନସରୋବର ଯାତ୍ରା କରିସାରିଛନ୍ତି । ଏଥିପାଇଁ ଶ୍ରଦ୍ଧାଳୁ ମାନେ ଏସଡିଆରଏଫକୁ ଇ-ମେଲ ଓ ଚିଠି ମାଧ୍ୟମରେ ଧନ୍ୟବାଦ ଜଣାଇଛନ୍ତି । ଏହାସହିତ ଶ୍ରଦ୍ଧାଳୁ ମାନେ ଆହୁରି ଭଲ କରିବା ପାଇଁ ମଧ୍ୟ ଏସଡିଆରଏଫକୁ କହିଛନ୍ତି । ଶ୍ରଦ୍ଧାଳୁଙ୍କର ଏହି ପ୍ରସ୍ତାବରେ ପ୍ରତିଉତ୍ତର ରଖି ଏସଡିଆଏଫ ଆଗାମୀ ବର୍ଷ ଏହି ଯାତ୍ରାକୁ ଆହୁରି ଭଲ କରିବାପାଇଁ କହିଛନ୍ତି ।

ଚଳିତବର୍ଷ ବର୍ତ୍ତମାନ ପର୍ଯ୍ୟନ୍ତ 2019 ମସିହା ଜୁନ 11 ତାରିଖ ଭିତରେ ଦିଲ୍ଲୀରୁ ଆରମ୍ଭ ହୋଇ ଆସନ୍ତା ସେପ୍ଟେମ୍ବର 5 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ମେଳା 18 ଦଳ ବିଶିଷ୍ଟ ରହିଛି । ସେଥିମଧ୍ୟରୁ 14ଟି ଦଳର ଯାତ୍ରା ସମାପ୍ତ ହୋଇସାରିଛି । ପ୍ରତ୍ୟକ ଦଳରେ 60 ଜଣ ଶ୍ରଦ୍ଧାଳୁ ସାମିଲ ରହିଛନ୍ତି । ସେମାନଙ୍କ ସହିତ ଏସଡିଆରଏଫର ଅଲଗା ବିଶେଷଜ୍ଞ ଓ ମେଡିକାଲ ଟିମ ରହିଛନ୍ତି । ଏବେ ଆଉ 5ଟି ଦଳର ଯାତ୍ରା ବାକି ରହିଛି ଯାହା ଆସନ୍ତା ସେପ୍ଟେମ୍ବର ସୁଦ୍ଧା ଶେଷ ହୋଇଯିବ ।

ଏସଡିଆରଏଫ ଆଇଜି ସଞ୍ଜୟ ଗୁଞ୍ଜ୍ୟାଲଙ୍କ କହିବାନୂସାରେ, ଗତ 3 ବର୍ଷ ଧରି ଏସଡିଆରଏଫର ବିଶେଷ ଟିମ୍ ମାନସୋରବର ଯାତ୍ରାକୁ ସଫଳ କରିବାପାଇଁ ମୁଖ୍ୟ ଭୂମିକା ତୁଲାଉଛନ୍ତି । କାରଣ ଦୁର୍ଗମ ଅଞ୍ଚଳ ସହ, ଭୁସ୍ଖଳନ ଓ ବାଦଲଫଟା ବର୍ଷାରେ ଏହି ଯାତ୍ରା କରିବା ଅତି କଷ୍ଟ ସାଧ୍ୟ ଅଟେ । ଏହା ବ୍ୟତୀତ ଇ-ମେଲ ଓ ଚିଠି ମାଧ୍ୟମରେ ଯାହାବି ଶ୍ରଦ୍ଧାଳୁ ମାନେ କହିଛନ୍ତି ଆଗାମୀ ଯାତ୍ରା ଗୁଡିକରେ ଏହାକୁ ଆହୁରି ଭଲ କରିବାପାଇଁ ଚେଷ୍ଟା କରିବୁ ।

Intro:Body:

breaking

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.