ETV Bharat / bharat

ଚୋର ସନ୍ଦେହରେ ଗ୍ରାମବାସୀଙ୍କ ନିସ୍ତୁକ ମାଡ: ଚିକିତ୍ସାଧୀନ ଅବସ୍ଥାରେ ଯୁବକଙ୍କ ମୃତ୍ୟୁ - ତାମିଲନାଡୁରେ ଚୋର ସନ୍ଦେହରେ ହତ୍ୟା

ଚୋର ସନ୍ଦେହରେ ଯୁବକଙ୍କୁ ଗ୍ରାମବାସୀଙ୍କ ନିସ୍ତୁକ ମାଡ । ଚିକିତ୍ସାଧୀନ ଅବସ୍ଥାରେ ମେଡିକାଲରେ ଆଖି ବୁଜିଲେ ଯୁବକ । ଅଧିକ ପଢନ୍ତୁ...

Man suspected to be a thief died after being beaten by villagers
ଚୋର ସନ୍ଦେହରେ ଗ୍ରାମବାସୀଙ୍କ ନିସ୍ତୁକ ମାଡ: ଚିକିତ୍ସାଧୀନ ଅବସ୍ଥାରେ ଯୁବକଙ୍କ ମୃତ୍ୟୁ
author img

By

Published : Dec 26, 2020, 4:39 PM IST

ଚେନ୍ନାଇ: ଚୋର ସନ୍ଦେହରେ ଗ୍ରାମବାସୀଙ୍କ ନିସ୍ତୁକ ମାଡରେ ସନ୍ଦିଗ୍ଧ ଯୁବକଙ୍କ ମୃତ୍ୟୁ । ତାମିଲନାଡୁ ତ୍ରିଚି ସହରର ଜୀୟାପୁରମ ଅଞ୍ଚଳରେ ଏଭଳ ନୃଶଂସ କାଣ୍ଡ ଘଟିଛି । ଏହି ଆକ୍ରମଣରେ ଆଉ ଏକ ଯୁବକ ମଧ୍ୟ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଯୁବକଙ୍କୁ ମହାତ୍ମା ଗାନ୍ଧି ମେମୋରିଆଲ ସରକାରୀ ମେଡିକାଲରେ ଭର୍ତ୍ତି କରାଯାଇଛି । ମୃତକ ଜଣକ କେରଳର 30 ବର୍ଷୀୟ ଦୀପୁର ଏବଂ ଆହତ 25 ବର୍ଷୀୟ ଅରବିନ୍ଦ ବୋଲି ଜଣାପଡିଛି ।

ଚୋର ସନ୍ଦେହରେ ଗ୍ରାମବାସୀଙ୍କ ନିସ୍ତୁକ ମାଡ: ଚିକିତ୍ସାଧୀନ ଅବସ୍ଥାରେ ଯୁବକଙ୍କ ମୃତ୍ୟୁ

ସୂଚନାଯୋଗ୍ୟ, ଶୁକ୍ରବାର ଅପରାହ୍ନରେ ତ୍ରିଚି ଆଲୁର ଗ୍ରାମରେ ଦୀପୁର ନାମକ ଯୁବକ ତାଲା ଭାଙ୍ଗି ଏକ ଘର ଖୋଲିବାକୁ ଚେଷ୍ଟା କରୁଥିଲେ ଏବଂ ଯୁବକଙ୍କ ସହ ତାଙ୍କ ସହଯୋଗୀ ଅରବିନ୍ଦ ମଧ୍ୟ ଉପସ୍ଥିତ ଥିଲେ । ତେବେ ସେମାନେ ଚୋରି କରିବାକୁ ଉଦ୍ୟମ କରୁଥିବା ଭାବି ସେଠାକାର ଗ୍ରାମବାସୀ ତାଙ୍କୁ ବିରୋଧ କରି ଏକ ରଶିରେ ବାନ୍ଧି ନିସ୍ତୁକ ମାଡ ଦେଇଥିଲେ । ଫଳରେ ସମ୍ପୃକ୍ତ ଯୁବକ ଓ ତାଙ୍କର ସହଯୋଗୀ ଗୁରୁତର ଆହତ ହୋଇଥିଲେ ।

ପୋଲିସ ଏ ସମ୍ପର୍କରେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ଏବଂ ଗୁରୁତର ଅବସ୍ଥାରେ ଉଭୟଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲା । ମାତ୍ର ଶନିବାର ଦିନ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ତେବେ ବାସ୍ତବରେ କଣ ଘଟିଥିଲା ସେ ସମ୍ପର୍କରେ ପୋଲିସ ଖୋଳତାଡ କରୁଛି ଏବଂ ଏନେଇ ଥାନାରେ ଏକ ମାମାଲା ରୁଜୁ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.