ନୂଆଦିଲ୍ଲୀ: କୋରୋନା ଭାଇରସରେ ସଂକ୍ରମିତ ସନ୍ଦିଗ୍ଧ ବ୍ୟକ୍ତି ବୁଧବାର ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲର ସପ୍ତମ ମହଲାରୁ ଡେଇଁ ଆତ୍ମହତ୍ୟା କରିଛନ୍ତି । ମୃତ ବ୍ୟକ୍ତିଙ୍କ ନାମ ତନଭୀର (35) ସେ ପଞ୍ଜାବର ବାଲାଚୌର ସିଆନା ଗାଁର ବାସିନ୍ଦା । ସେ ସିଡନୀରେ ରହୁଥିଲେ । ବର୍ତ୍ତମାନ ସୁଦ୍ଧା ସେ କୋରାନା ସଂକ୍ରମିତ କି ନା ସେ ନେଇ ରିପୋର୍ଟ ମିଳିନାହିଁ ।
ଆତ୍ମହତ୍ୟା କରିଥିବା ବ୍ୟକ୍ତିଙ୍କୁ ବିମାନ ବନ୍ଦର କର୍ତ୍ତୃପକ୍ଷ କୋରୋନା ଭାଇରସ୍ ସନ୍ଦିଗ୍ଧ ଭାବରେ ଆଣି ଆଇସୋଲେସନ ୱାର୍ଡରେ ଭର୍ତ୍ତି କରିଥିବା ସୂତ୍ରରୁ ପ୍ରକାଶିତ ।
ତାଙ୍କୁ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ବିମାନବନ୍ଦରରୁ ସନ୍ଦିଗ୍ଧ କୋରୋନା ଭାଇରସ୍ ରୋଗୀ ଭାବରେ ଅଣାଯାଇଥିବା ସୂଚନା ରହିଛି । ବୁଧବାର ସେ ସୁପର ସ୍ପେସିଆଲିଟି ବ୍ଲକ ବିଲଡିଂରୁ ଡେଇଁ ଆତ୍ମହତ୍ୟା କରିଥିବା କହିଛି ପୋଲିସ ।