ରାୟପୁର: ଛତିଶଗଡ ରାଜଧାନୀ ରାୟପୁରରେ ଅଭାବନୀୟ ଘଟଣା । ନିଜ ପତ୍ନୀ ଓ ଛୁଆଙ୍କୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଛନ୍ତି ପତି । ରାୟପୁର ନିକଟସ୍ଥ ଫୁଡହର ଗାଁରେ ଏହି ଘଟଣା ଏବେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।
ମୃତ ଯୁବକ ଜଣକ 24 ବର୍ଷୀୟ ପ୍ରବୀଣ ନିଷାଦ ବୋଲି ଜଣାପଡିଛି । ସେ ତାଙ୍କ ପତ୍ନୀ ତୁକେଶ୍ବରୀ ନିଷାଦ ଓ ଝିଅ ଦୀକ୍ଷା ନିଷାଦଙ୍କୁ ତଣ୍ଟି ଚିପି ହତ୍ୟା କରିବା ଜଣାପଡିଛି ।
ତେବେ ଏହି ଘଟଣାକୁ ନେଇ ମୃତକଙ୍କ ସମ୍ପର୍କୀୟଙ୍କ କହିବାନୁସାରେ, ପ୍ରବୀଣ କୌଣସି କଥାକୁ ନେଇ ସବୁବେଳେ ଚିନ୍ତାରେ ରହୁଥିଲେ । ତେବେ ସେ ମାନସିକ ଅବସାଦରୁ ଏପରି କାଣ୍ଡ ଭିଆଇଥିବା କୁହାଯାଉଛି । ଏହି ଖବର ପାଇ ପୋଲିସ ଅଧିକାରୀ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ତଦନ୍ତ ଚଳାଇଛି ।