ରାଞ୍ଚି: ପରିବାରର 5 ଜଣ ସଦସ୍ୟଙ୍କୁ ହତ୍ୟା । ଝାଡଖଣ୍ଡର ନବାଲସାହି ଥାନା ନିକଟସ୍ଥ ମସମୋହନା ଗ୍ରାମରେ ଜଣେ ବ୍ୟକ୍ତି ନିଜ ପରିବାରର 5 ଜଣ ସଦସ୍ୟଙ୍କୁ ହତ୍ୟା କରିଛି ।
ସୂଚନା ଅନୁଯାୟୀ, ମସମୋହନା ଗ୍ରାମର ଗାଙ୍ଗୋ ଦାସ ନିଜ ମା, ସ୍ତ୍ରୀ, ଦୁଇ ପିଲା ଏବଂ ନିଜ ଭାଣିଜିକୁ ହତ୍ୟା କରିଥିଲା । ତେବେ ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତ ଗାଙ୍ଗୋ ଦାସ ଗିରଫ କରିଛି । ଏପଟେ ଅଭିଯୁକ୍ତ ଗାଙ୍ଗୋର ମାନସିକ ସ୍ଥିତି ଠିକି ନଥିବା ପଡୋଶୀ ସୂଚନା ଦେଇଛନ୍ତି ।