ETV Bharat / bharat

ଦିଲ୍ଲୀ ସଡକରେ ଦୟନୀୟ ଚିତ୍ର: ଚଳନ୍ତା ଗାଡିରେ ଜୀବନ୍ତ ଦଗ୍ଧ ଡ୍ରାଇଭର

ରାଜଧାନୀ ଦିଲ୍ଲୀର ମଙ୍ଗଲପୁରୀ ଅଞ୍ଚଳରେ ଚଳନ୍ତା ଗାଡିଟି ହଠାତ୍ ହୁ ହୁ ହୋଇ ଜଳି ଉଠିବା ସହ ଚଳାଉଥିବା ଡ୍ରାଇଭର ଜଣକ ନିଆଁରେ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ମୃତ ଡ୍ରାଇଭରଙ୍କ ବୟସ 50 ବର୍ଷ ହେବ।

author img

By

Published : May 23, 2020, 11:04 AM IST

ଦିଲ୍ଲୀ ସଡକରେ ଦୟନୀୟ ଚିତ୍ର : ଚଳନ୍ତା ଗାଡିରେ ନିଆଁ, ଜିଅଁନ୍ତା ଜଳିଗଲେ ବ୍ୟକ୍ତି

ନୂଆଦିଲ୍ଲୀ: ଆଖିରେ ଆଖିଏ ସ୍ବପ୍ନ। ମନରେ ଅନେକ ଆଶା ନେଇ ସବୁ ଦିନ ଭଳି ସେ ଆଜି ମଧ୍ୟ ନିଜ କାମରେ ବାହାରିଥିଲେ। ଗାଡି ଗଡିଚାଲିଥିଲା ହେଲେ ଦଇବର ବିଧାନ ଥିଲା କିଛି ଅଲଗା। ହଠାତ୍ ଚଳନ୍ତା ଗାଡିରେ ନିଆଁ ଲାଗିବା ସହ ଜୀଅନ୍ତା ଜଳିଯାଇଛନ୍ତି ଡ୍ରାଇଭର ।

ଏହି ଦୃଶ୍ୟ ଦେଖିବାକୁ ମିଳିଥିଲା ରାଜଧାନୀ ଦିଲ୍ଲୀର ମଙ୍ଗଲପୁରୀ ଅଞ୍ଚଳରେ। ହଠାତ୍ ଗାଡିଟି ହୁ ହୁ ହୋଇ ଜଳି ଉଠିବା ସହ ଚଳାଉଥିବା ବ୍ୟକ୍ତି ଜଣକ ନିଆଁରେ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ମୃତ ଡ୍ରାଇଭରଙ୍କ ବୟସ 50 ବର୍ଷ ହେବ।

ସୂଚନା ଥାଉକି, ଭ୍ୟାନରେ ପ୍ଲାଷ୍ଟିକ ଭର୍ତ୍ତି ଥିବା ବେଳେ ଏହା ପ୍ଲାଏଓଭରରେ ଯିବା ସମୟରେ ଅଗ୍ନି ସଂଯୋଗ ହୋଇଯାଇଥିଲା। କିନ୍ତୁ ସିଏନଜି ଗ୍ୟାସ ଲିକ୍ ପାଇଁ ନିଆଁ ଲାଗିଥିବା ପ୍ରାଥମିକ ତଦନ୍ତ ବେଳେ ସନ୍ଦେହ କରାଯାଇଛି।

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଆଇପିସିର ଧାରା 336, 304A ଅନୁଯାୟୀ ଏକ ମାମଲା ରୁଜୁ କରିଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.