ETV Bharat / bharat

ବିଜୟ ପରେ ବର୍ଷିଲେ ଦିଦି - Mamata Banerjee

ନୂଆଦିଲ୍ଲୀ: ରହିଲା ସମ୍ମାନ । ନୈତିକତାର ହେଲା ବିଜୟ । ଆଉ ସମ୍ବିଧାନର ଜୟ ହୋଇଥିବା ନେଇ ଖୁସି ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ସିବିଆଇ-ପୋଲିସ କମିଶନର ମାମଲାରେ ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ । ଏହି ମାମଲାରେ ପ୍ରତିକ୍ରିୟା ରଖି କେନ୍ଦ୍ର ଓ ବିଜେପି ଶାସିତ ରାଜ୍ୟ ଉପରେ ବର୍ଷିଛନ୍ତି ଦିଦି ।

ଫଟୋ ସୌଜନ୍ୟ: ଇନାଡୁ ଇଣ୍ଡିଆ
author img

By

Published : Feb 5, 2019, 12:35 PM IST

ନିଜ ସୀମାରେ ରହିବାକୁ ତାଗିଦ କରି ଦେଇଛନ୍ତି ଦିଦି । କେନ୍ଦ୍ର ସରକାର ଜାଣିଶୁଣି ରାଜ୍ୟ ମାମଲାରେ ହସ୍ତକ୍ଷେପ କରି ମନଇଚ୍ଛା ଅଧିକାରୀଙ୍କୁ ଗିରଫ କରୁଛି । ଏପରିକି ରାଜ୍ୟର ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ଗିରଫ କରି ଓଡିଶା ପଠାଇ ଦେଉଥିବା ଅଭିଯୋଗ ଆଣିଛନ୍ତି ସେ । ଏତିକିରେ ବି ମୋଦି ସରକାରଙ୍କ ମନ ସମ୍ଭାଳୁନାହିଁ । କଳାକୁ ମଧ୍ୟ ଚୋରି କରିବାକୁ ପ୍ରୟାସ କରୁଛନ୍ତି ପ୍ରଧାନମନ୍ତ୍ରୀ ।

ପେଣ୍ଟିଂରେ ରୁଚି ରଖୁଥିବା ମମତାଙ୍କ କଳାକୁ ମଧ୍ୟ ଅନୁକରଣ କରିବାକୁ ଚାହୁଁଛନ୍ତି ମୋଦି । ଜାଣିଶୁଣି ରାଜ୍ୟବାସୀଙ୍କୁ ମୋଦି ହଇରାଣ କରୁଥିବା ନେଇ ଧାରଣାସ୍ଥଳରେ ଗର୍ଜିଛନ୍ତି ମମତା । ସେପଟେ ସିବିଆଇ-ପୋଲିସ ୱାର ମଧ୍ୟରେ ଗିରଫ ହୋଇ ପାରିବେନି କମିଶନର ରାଜୀବ କୁମାର । କିନ୍ତୁ ସିବିଆଇରେ ହାଜର ହେବା ପାଇଁ ସୁପ୍ରିମକୋର୍ଟ ତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଏହି ମାମଲାକୁ ନେଇ ତିନି ଦିନ ଧରି ଧାରଣାରେ ବସିଥିବା ଦିଦି କିନ୍ତୁ କୋର୍ଟଙ୍କ ଫଇସଲାକୁ ସ୍ବାଗତ ଜଣାଇବା ସହ ଧନ୍ୟବାଦ ଦେଇଛନ୍ତି । ଯାହା ଚାହୁଁଥିଲୁ ସେଇଆ ହୋଇଛି ବୋଲି କହିଛନ୍ତି ସେ । ରାଜୀବ କୁମାର ସିବିଆଇକୁ ସମସ୍ତ ତଦନ୍ତରେ ସହଯୋଗ କରିବା ପାଇଁ କହିଥିଲେ । କିନ୍ତୁ ସିବିଆଇ ବିନା କୈଣସି ନୋଟିସରେ ତାଙ୍କୁ ଗିରଫ କରିବା ପାଇଁ ପହଞ୍ଚିଥିଲା ବୋଲି କହିଛନ୍ତି ଦିଦି ।

Intro:Body:

ବିଜୟ ପରେ ବର୍ଷିଲେ ଦିଦି

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.