ETV Bharat / bharat

ମମତା ଭୟଭୀତ, ସେଥିପାଇଁ CMO ବନ୍ଦ କରିଦେଲେ: ତେଜସ୍ୱୀ ସୂର୍ଯ୍ୟ - CMO

ଆଜି(ଗୁରୁବାର) କୋଲକାତାରେ ବିଜେପି ୟୁଥ୍ ଫ୍ରଣ୍ଟର ଅଭିଯାନ ଆରମ୍ଭ ହେବାକୁ ଯାଉଛି। ଏହି ଅଭିଯାନରେ ଯୋଗଦେବାକୁ ୟୁଥ୍ ଫ୍ରଣ୍ଟର ଅଲ ଇଣ୍ଡିଆ ଅଧ୍ୟକ୍ଷ ତେଜସ୍ବୀ ସୂର୍ଯ୍ୟ ଆସିଛନ୍ତି।

ତେଜସ୍ୱୀ ସୂର୍ଯ୍ୟ
ତେଜସ୍ୱୀ ସୂର୍ଯ୍ୟ
author img

By

Published : Oct 8, 2020, 12:55 PM IST

କୋଲକାତା: ଆଜି(ଗୁରୁବାର) କୋଲକାତାରେ ବିଜେପି ୟୁଥ୍ ଫ୍ରଣ୍ଟର ଅଭିଯାନ ଆରମ୍ଭ ହେବାକୁ ଯାଉଛି। ଏହି ଅଭିଯାନରେ ଯୋଗଦେବାକୁ ୟୁଥ୍ ଫ୍ରଣ୍ଟର ଅଲ ଇଣ୍ଡିଆ ଅଧ୍ୟକ୍ଷ ତେଜସ୍ବୀ ସୂର୍ଯ୍ୟ ଆସିଛନ୍ତି। ବୁଧବାର ରାତିରେ ସେ ପାର୍ଟି କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ସେଠାରେ ତେଜସ୍ବୀ କହିଛନ୍ତି, ‘ମମତା ଦିଦି ଡରି ଯାଇଥିଲେ। ତେଣୁ CMO ବନ୍ଦ ହୋଇଯାଇଛି । ଏହା ହେଉଛି ବଙ୍ଗର ପରିବର୍ତ୍ତନର ସଙ୍କେତ ଓ ଏହା ରାଜ୍ୟର ଯୁବକମାନେ ପରିଚାଳନା କରୁଛନ୍ତି। ସମଗ୍ର ଦେଶ ସେମାନଙ୍କ ସହିତ ଅଛି ’।

ତେଜସ୍ୱୀ ସୂର୍ଯ୍ୟ

ତେଜସ୍ବୀ କହିଛନ୍ତି, ‘ ଏହା ମୋର ପ୍ରଥମ ରାଜନୈତିକ କାର୍ଯ୍ୟକ୍ରମ ଶ୍ୟାମପ୍ରସାଦ ମୁଖାର୍ଜୀଙ୍କ ପବିତ୍ର ଭୂମି କୋଲକାତାରେ ହେଉଛି। ଏହି କାର୍ଯ୍ୟକ୍ରମ ସଫଳ ହେବ। ବଙ୍ଗର ଲୋକେ 2021 ରେ ପରିବର୍ତ୍ତନ ଆଣିବେ। ସେଣ୍ଟ୍ରାଲ୍ ଆଭେନ୍ୟୁରେ ଏହି ସମାବେଶ ଆରମ୍ଭ ହୋଇଛି । ମୁଖ୍ୟାଳୟରୁ ଏହି ଶୋଭାଯାତ୍ରା ଟି-ସେଣ୍ଟ୍ରାଲ୍ ଆଭେନ୍ୟୁ, ମହାତ୍ମା ଗାନ୍ଧୀ ରୋଡ୍, ହାୱଡା ବ୍ରିଜ୍, ଫୋର୍ସର୍ ରୋଡ୍ ଦେଇ ନଭାନାନରେ ପହଞ୍ଚିବ ’ ।

ଦେଶର ସମସ୍ତ ଜାତୀୟତାବାଦୀ ଯୁବକ ଓ ଯୁବତୀ ବଙ୍ଗର ଯୁବକମାନଙ୍କ ସହ ଅଛନ୍ତି ବୋଲି ଦାବି କରିଛନ୍ତି । ସେ କହିଛନ୍ତି ଯେ ସେମାନେ ମିଳିତ ଭାବେ ରାଜ୍ୟରେ ଟିଏମସି ସରକାରକୁ ହଟାଇବେ ଏବଂ ପଶ୍ଚିମବଙ୍ଗରେ ହଜିଯାଇଥିବା ଗୌରବ ଫେରାଇ ଆଣିବେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.