ETV Bharat / bharat

'ଜୀବନ ଦେଇଦେବି ହେଲେ ମୁଣ୍ଡ ନୁଆଁଇବିନି' - Saradha scam

କଲିକତା: ପାୱାର ୱାରକୁ ନେଇ ତୃତୀୟ ଦିନରେ ଦିଦିଙ୍କ ଧାରଣା । କଲିକତାର ମେଟ୍ରୋ ଚ୍ୟାନେଲରେ ଜାରି ରହିଛି ଦିଦିଙ୍କ ଧାରଣା । ଆଉ ମୋଦି ସରକାରଙ୍କ ବିରୁଦ୍ଧରେ ଏକତ୍ରିତ ହୋଇଛନ୍ତି ବିରୋଧୀ ମହାମେଣ୍ଟ । ଆନ୍ଧ୍ର ପ୍ରଦେଶ ଅଧିବେଶନ ସରିବା ପରେ ଦିଦିଙ୍କ ପାଖରେ ଆଜି ପହଞ୍ଚିବେ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ । ଗତକାଲି ବିଳମ୍ବିତ ରାତିରେ ଆରଜେଡି ନେତା ତେଜସ୍ବୀ ଯାଦବ ଓ ଡିଏମକେ ନେତା କାନିମୋଝୀ ମମତାଙ୍କ ଧାରଣାସ୍ଥଳରେ ପହଞ୍ଚି ତାଙ୍କୁ ସମର୍ଥନ ଜଣାଇଛନ୍ତି ।

ଫଟୋ ସୌଜନ୍ୟ: ଇନାଡୁ ଇଣ୍ଡିଆ
author img

By

Published : Feb 5, 2019, 10:45 AM IST

କିନ୍ତୁ ନିଜ କାମରେ ଖିଲାପ କରୁ ନାହାନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ବଜେଟ ପାଇଁ କ୍ୟାବିନେଟ ବୈଠକ ହେଉ ବା ପୋଲିସ ଅଧିକାରୀଙ୍କୁ ସମ୍ମାନିତ କାର୍ଯ୍ୟକ୍ରମ ସବୁକିଛି ଧାରଣାସ୍ଥଳରେ ଚାଲିଛି । ଏପରି କ୍ଷେତ୍ରରେ ଦିଦିଙ୍କ ବୟାନ ମାହୋଲକୁ ଆହୁରି ଉଷ୍ଣ କରି ଦେଇଛି । ଜୀବନ ଦେଇଦେବି ହେଲେ ଆପୋଷ ବୁଝାମଣା କରିବାକୁ ମନା କରି ଦେଇଛନ୍ତି ମମତା ଦିଦି ।

କଲିକତା ପୋଲିସ କମିଶନରଙ୍କ ଚୌକିକୁ ଅପମାନିତ କରିବା ପାଇଁ ପ୍ରୟାସ କରିଛି କେନ୍ଦ୍ର । ଏହାର ସମ୍ମାନ ପାଇଁ ଧାରଣାରେ ବସିଥିବା କହିଛନ୍ତି ଦିଦି । ରାଜନୀତି ଆଢୁଆଳରେ ମୁହାଁମୁହିଁ ହୋଇଛନ୍ତି ସିବିଆଇ ଓ ରାଜ୍ୟ ପୋଲିସ । ଆଉ ଏହି ବିବାଦ ମମତା ସରକାର ବନାମ ମୋଦି ସରକାରରେ ପହଞ୍ଚିଛି । ସେପଟେ ମେଟ୍ରୋ ଚ୍ୟାନେଲରୁ ଧାରଣା ଆରମ୍ଭ କରିଥିବା ମମତାଙ୍କ ରହିଛି କିଛି ଅଲଗା ଷ୍ଟୋରୀ ।

13 ବର୍ଷ ପୂର୍ବେ ଏହି ଚ୍ୟାନେଲରେ ସିଙ୍ଗୁର ଆନ୍ଦୋଳନ କରିଥିଲେ ଦିଦି । ଆଉ ତାଙ୍କର 26 ଦିନର ଅନଶନ ପରେ ଭୁଷୁଡି ପଡିଥିଲା ବାମଦଳର ଗଡ ।

Intro:Body:

'ଜୀବନ ଦେଇଦେବି ହେଲେ ମୁଣ୍ଡ ନୁଆଁଇବିନି' 

କଲିକତା: ପାୱାର ୱାରକୁ ନେଇ ତୃତୀୟ ଦିନରେ ଦିଦିଙ୍କ ଧାରଣା । କଲିକତାର ମେଟ୍ରୋ ଚ୍ୟାନେଲରେ ଜାରି ରହିଛି ଦିଦିଙ୍କ ଧାରଣା । ଆଉ ମୋଦି ସରକାରଙ୍କ ବିରୁଦ୍ଧରେ ଏକତ୍ରିତ ହୋଇଛନ୍ତି ବିରୋଧୀ ମହାମେଣ୍ଟ । ଆନ୍ଧ୍ର ପ୍ରଦେଶ ଅଧିବେଶନ ସରିବା ପରେ ଦିଦିଙ୍କ ପାଖରେ ଆଜି ପହଞ୍ଚିବେ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ । ଗତକାଲି ବିଳମ୍ବିତ ରାତିରେ ଆରଜେଡି ନେତା ତେଜସ୍ବୀ ଯାଦବ ଓ ଡିଏମକେ ନେତା କାନିମୋଝୀ ମମତାଙ୍କ ଧାରଣାସ୍ଥଳରେ ପହଞ୍ଚି ତାଙ୍କୁ ସମର୍ଥନ ଜଣାଇଛନ୍ତି । 

କିନ୍ତୁ ନିଜ କାମରେ ଖିଲାପ କରୁ ନାହାନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ବଜେଟ ପାଇଁ କ୍ୟାବିନେଟ ବୈଠକ ହେଉ ବା ପୋଲିସ ଅଧିକାରୀଙ୍କୁ ସମ୍ମାନିତ କାର୍ଯ୍ୟକ୍ରମ ସବୁକିଛି ଧାରଣାସ୍ଥଳରେ ଚାଲିଛି । ଏପରି କ୍ଷେତ୍ରରେ ଦିଦିଙ୍କ ବୟାନ ମାହୋଲକୁ ଆହୁରି ଉଷ୍ଣ କରି ଦେଇଛି । ଜୀବନ ଦେଇଦେବି ହେଲେ ଆପୋଷ ବୁଝାମଣା କରିବାକୁ ମନା କରି ଦେଇଛନ୍ତି ମମତା ଦିଦି । 

କଲିକତା ପୋଲିସ କମିଶନରଙ୍କ ଚୌକିକୁ ଅପମାନିତ କରିବା ପାଇଁ ପ୍ରୟାସ କରିଛି କେନ୍ଦ୍ର । ଏହାର ସମ୍ମାନ ପାଇଁ ଧାରଣାରେ ବସିଥିବା କହିଛନ୍ତି ଦିଦି । ରାଜନୀତି ଆଢୁଆଳରେ ମୁହାଁମୁହିଁ ହୋଇଛନ୍ତି ସିବିଆଇ ଓ ରାଜ୍ୟ ପୋଲିସ । ଆଉ ଏହି ବିବାଦ ମମତା ସରକାର ବନାମ ମୋଦି ସରକାରରେ ପହଞ୍ଚିଛି । ସେପଟେ ମେଟ୍ରୋ ଚ୍ୟାନେଲରୁ ଧାରଣା ଆରମ୍ଭ କରିଥିବା ମମତାଙ୍କ ରହିଛି କିଛି ଅଲଗା ଷ୍ଟୋରୀ । 

13 ବର୍ଷ ପୂର୍ବେ ଏହି ଚ୍ୟାନେଲରେ ସିଙ୍ଗୁର ଆନ୍ଦୋଳନ କରିଥିଲେ ଦିଦି । ଆଉ ତାଙ୍କର 26 ଦିନର ଅନଶନ ପରେ ଭୁଷୁଡି ପଡିଥିଲା ବାମଦଳର ଗଡ । 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.