ETV Bharat / bharat

ଏଣିକି ଗରିବଙ୍କୁ 10 ଟଙ୍କାରେ ମିଳିବ ଭୋଜନ - shiv bhojan at maharastra

ଜାନୁଆରୀ 26ରୁ ବହୁ ପ୍ରତିକ୍ଷିତ 10 ଟଙ୍କିଆ 'ଶିବ ଭୋଜନ' ଯୋଜନା ଆରମ୍ଭ କରିଛି ମହାରାଷ୍ଟ୍ର ସରକାର । ଗରିବ ଲୋକ ଏଣିକି ମାତ୍ର 10 ଟଙ୍କାରେ ପେଟ ପୁରା ଖାଦ୍ୟ ଖାଇ ପାରିବେ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

shiv bhojan
ଏଣିକି ଗରିବଙ୍କୁ 10 ଟଙ୍କାରେ ମିଳିବ ଭୋଜନ
author img

By

Published : Jan 27, 2020, 6:45 AM IST

ମୁମ୍ବାଇ: ଏଣିକି ମହାରାଷ୍ଟ୍ରରେ ଗରିବଙ୍କୁ 10 ଟଙ୍କାରେ ମିଳିବ ଭୋଜନ । ଉଦ୍ଧବ ଠାକରେ ସରକାର 'ଶିବ ଭୋଜନ' ଯୋଜାନକୁ 71 ତମ ଗଣତନ୍ତ୍ର ଦିବସରେ ସାରା ରାଜ୍ୟରେ ଲାଗୁ କରିଛନ୍ତି । ଗତ ମାସରେ ଏହି ଯୋଜନକୁ ମଞ୍ଜୁରୀ ମିଳିସାରିଥିଲା । ତେବେ ମହାରାଷ୍ଟ୍ରରେ ମୋଟ 125ଟି କେନ୍ଦ୍ରରେ ଏହି ଯୋଜନା ଆରମ୍ଭ ହୋଇଛି ।

ଥାଳିରେ ଦୁଇଟି ରୁଟି, ଭାତ, ତରକାରୀ, ଏବଂ ଡାଲି ମିଳିବ । ଭୋଜନ ଯୋଗାଉଥିବା କ୍ୟାଣ୍ଟିନ ମଧ୍ୟାହ୍ନ 12 ଟାରୁ ଅପରାହ୍ନ 2 ଟା ପର୍ଯ୍ୟନ୍ତ ଖୋଲା ରହିବ । ପ୍ରତି କ୍ୟାଣ୍ଟିନରେ ପ୍ରତ୍ୟେକ ଦିନ 500 ଥାଳି ଉପଲବ୍ଧ ହେବ । ଏଥିପାଇଁ ଲୋକଙ୍କୁ କେବଳ 10 ଚଙ୍କା ଦେବାକୁ ପଡିବ ।

ଆଦିତ୍ୟ ଠାକରେ ଟ୍ବିଟ କରି କହିଛନ୍ତି ଯେ, ଏହି ଯୋଜନାର ଲକ୍ଷ୍ୟ ହେଉଛି ସମସ୍ତଙ୍କୁ ଶସ୍ତା ଓ ଭଲ ଭୋଜନ ଉପଲବ୍ଧ କରାଇବା ଯେତେବେଳେ କି ତାଙ୍କ ଜାତି, ଧର୍ମ ଓ ବର୍ଣ୍ଣ କିଛି ବି ହୋଇଥାଉ । ରାଜ୍ୟ ସରାକାର ଏହି ଯୋଜନା ପାଇଁ 6.4 କୋଟି ଟଙ୍କା ଖର୍ଚ୍ଚ କରିବେ । ଯାହା ତିନି ମାସ ପାଇଁ ଚାଲିବ ।

ମୁମ୍ବାଇ ଥାଣେ ସ୍ଥିତ ଏକ କେନ୍ଦ୍ରରେ କେନ୍ଦ୍ରମନ୍ତ୍ରୀ ଏକନାଥ ସିନ୍ଧେ ଏହି ଯୋଜନାର ଉଦଘାଟନ କରିଛନ୍ତି । ତେବେ ଥାଣେରେ ଭିୱାଣ୍ଡି, ବସୀ ଓ ମୀରା ଭାୟାଣ୍ଡରରେ ଗୋଟିଏ ଲେଖାଏଁ ମୋଟ ତିନୋଟି କେନ୍ଦ୍ର ରହିଛି । ସେହିପରି ମୁମ୍ବାଇର ନାୟର, କେଇଏମ, ସାୟନ ହସ୍ପିଟାଲ ଓ ଧାରାୱୀ ମହିଳା ବଚତଗଟରେ ମଧ୍ୟ ଏହି ଯୋଜନା ଆରମ୍ଭ ହୋଇଛି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.