ETV Bharat / bharat

ସଙ୍ଗରୋଧ କେନ୍ଦ୍ରରେ ଦୁଷ୍କର୍ମ ଅଭିଯୋଗ, କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ଗୃହମନ୍ତ୍ରୀଙ୍କୁ ଅନୁରୋଧ

author img

By

Published : Jul 19, 2020, 1:58 PM IST

ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇର କୋରୋନା ସଙ୍ଗରୋଧ କେନ୍ଦ୍ରରେ 40 ବର୍ଷୀୟ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ ହୋଇଛି । ମହାରାଷ୍ଟ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଯଶୋମତି ଠାକୁର ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ଗୃହମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।

ସଙ୍ଗରୋଧ କେନ୍ଦ୍ର
ସଙ୍ଗରୋଧ କେନ୍ଦ୍ର

ମୁମ୍ବାଇ: ମାୟାନଗରୀରେ ଦିନକୁ ଦିନ କୋରୋନା କାୟା ବିସ୍ତାର ହେଉଥିବାବେଳେ କୋରୋନା ସଙ୍ଗରୋଧ କେନ୍ଦ୍ରରେ 40 ବର୍ଷୀୟ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ ହୋଇଛି । ତେବେ ଏହି ଅଭିଯୋଗର କିଛି ଦିନ ପରେ ମହାରାଷ୍ଟ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଯଶୋମତି ଠାକୁର ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ଗୃହମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।

ସଙ୍ଗରୋଧ କେନ୍ଦ୍ରରେ ଦୁଷ୍କର୍ମ ହେବା ଏକ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଘଟଣା। ଅପରାଧୀଙ୍କ ବିରୋଧରେ ଏଫ୍ଆଇଆର୍ ରୁଜୁ କରାଯାଇଛି। ମୁଁ ଗୃହମନ୍ତ୍ରୀଙ୍କ ସହ କଥା ହୋଇଛି ଏବଂ ଚିଠି ମଧ୍ୟ ଲେଖିଛି। ଅପରାଧୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଯଶୋମତି ଠାକୁର କହିଛନ୍ତି ।

ସେପଟେ ଏହି ଘଟଣାରେ ଶନିବାର ରାଜ୍ୟ ସରକାରଙ୍କୁ ନିନ୍ଦା କରି ବିଜେପି ନେତା ରାମ କାଦାମ କହିଛନ୍ତି, ରାଜ୍ୟ ସରକାର କଣ କରୁଛନ୍ତି ? ମହାରାଷ୍ଟ୍ର ସରକାରଙ୍କ ଅବ୍ୟବସ୍ଥା ଏବଂ ଅବହେଳା ଯୋଗୁଁ ଏଭଳି ଘଟଣା ଘଟୁଛି। କେତେକ ସଙ୍ଗରୋଧ କେନ୍ଦ୍ରରେ ମଧ୍ୟ ଠିକ୍ ସମୟରେ ଖାଦ୍ୟ ଯୋଗାଉ ନାହାଁନ୍ତି ରାଜ୍ୟ ସରକାର । ଯାହା ଅତ୍ୟନ୍ତ ନିନ୍ଦନୀୟ ବୋଲି ସେ କହିଛନ୍ତି ।

ଏହାପୂର୍ବରୁ ଗୁରୁବାର କୋରୋନାରେ ଆକ୍ରାନ୍ତ ଥିବା ଜଣେ ମହିଳାଙ୍କୁ ପାନଭେଲର ଏକ ସଙ୍ଗରୋଧ କେନ୍ଦ୍ରରେ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଥିଲା। ଏହାର କିଛି ଘଣ୍ଟା ମଧ୍ୟରେ ଅଭିଯୁକ୍ତକୁ ଗିରଫ କରାଯାଇଥିଲା।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.