ETV Bharat / bharat

ୟୁଜିସିର ଶେଷ ବର୍ଷ ପରୀକ୍ଷା ନିଷ୍ପତ୍ତିକୁ ବିରୋଧ, ସୁପ୍ରିମକୋର୍ଟ ଗଲେ ଆଦିତ୍ୟ ଠାକରେ

author img

By

Published : Jul 18, 2020, 2:12 PM IST

ସମସ୍ତ ପାଠ୍ୟକ୍ରମର ଶେଷ ବର୍ଷର ଛାତ୍ରଛାତ୍ରୀଙ୍କ ପରୀକ୍ଷା ବାଧ୍ୟତାମୂଳକ ବୋଲି ୟୁଜିସି ନିର୍ଦ୍ଦେଶାବଳୀ ଜାରି କରି କହିଛି । ୟୁଜିସିର ଏହି ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଛନ୍ତି ଶିବସେନା ନେତା ତଥା ମହାରାଷ୍ଟ୍ର ମନ୍ତ୍ରୀ ଆଦିତ୍ୟ ଠାକରେ ।

ସୁପ୍ରିମକୋର୍ଟ
ସୁପ୍ରିମକୋର୍ଟ

ମୁମ୍ବାଇ: କରୋନା ପାଇଁ ସମସ୍ତ ବିଦ୍ୟାଳୟ କଲେଜ ବନ୍ଦ ରହିଛି । ଏଭଳି ପରିସ୍ଥିତିରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପରୀକ୍ଷା ଏବଂ କ୍ଲାସ୍‌ ପ୍ରମୋସନ ନେଇ ଅନେକ ଦ୍ୱନ୍ଦ ଦେଖାଦେଇଛି । ସମସ୍ତ ପାଠ୍ୟକ୍ରମର ଶେଷ ବର୍ଷର ଛାତ୍ରଛାତ୍ରୀଙ୍କ ପରୀକ୍ଷା ବାଧ୍ୟତାମୂଳକ ବୋଲି ୟୁଜିସି ନିର୍ଦ୍ଦେଶାବଳୀ ଜାରି କରି କହିଛି । ସେପ୍ଟେମ୍ବର ମାସ ଶେଷ ସୁଦ୍ଧା ପରୀକ୍ଷା ପରିଚାଳନା କରିବାକୁ ସମସ୍ତ ବିଶ୍ୱବିଦ୍ୟାଳୟକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ୟୁଜିସିର ଏହି ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଛନ୍ତି ଶିବସେନା ନେତା ତଥା ମହାରାଷ୍ଟ୍ର ମନ୍ତ୍ରୀ ଆଦିତ୍ୟ ଠାକରେ ।

ଏନେଇ ସେ ସୁପ୍ରିମକୋର୍ଟରେ ଏକ ରିଟ୍ ପିଟିସନ ଦାଖଲ କରିଛନ୍ତି। ତେବେ କେନ୍ଦ୍ରର ନିଷ୍ପତ୍ତି ବିରୋଧରେ ଆଦିତ୍ୟ ଠାକରେଙ୍କ ଆବେଦନ ପରୀକ୍ଷାକୁ ନେଇ ବିବାଦ ବଢାଇବାର ସମ୍ଭାବନା ରହିଛି ।

ଭାରତରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା 10 ଲକ୍ଷ ଅତିକ୍ରମ କରି ବିଶ୍ବର ତୃତୀୟ କୋରୋନା ପ୍ରଭାବିତ ଦେଶ ତାଲିକାରେ ରହିଛି । ତେବେ ପରୀକ୍ଷା ପରିଚାଳନା ପାଇଁ ୟୁଜିସି ଦ୍ବାରା ଜାରି କରାଯାଇଥିବା 31ଟି ଗାଇଡଲାଇନ କାର୍ଯ୍ୟକାରୀ କରିବା ସମ୍ଭବ ନୁହେଁ ବୋଲି ଆବେଦନରେ କହିଛନ୍ତି ଆଦିତ୍ୟ ଠାକରେ । ଦେଶର ଅନେକ ଗ୍ରାମାଞ୍ଚଳରେ ଏପର୍ଯ୍ୟନ୍ତ ଇଣ୍ଟରନେଟ୍ ସଂଯୋଗ ନାହିଁ । ଛାତ୍ର ଏବଂ ଶିକ୍ଷକମାନେ ଅଫଲାଇନରେ ପରୀକ୍ଷା କଲେ କରୋନା ସଂକ୍ରମଣ ହେବାର ଆଶଙ୍କା ଅଧିକ ରହିଛି । ଏଭଳି ପରିସ୍ଥିତିରେ ପରୀକ୍ଷା କରିବା ଅନୁଚିତ ବୋଲି ସେ ନିଜ ଆବେଦନରେ କହିଛନ୍ତି ।

ଏହାପୂର୍ବରୁ ଶିବସେନା ଦୁଇଥର ୟୁଜିସି ଏବଂ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟକୁ ପରୀକ୍ଷା ବାତିଲ କରିବାକୁ ଅନୁରୋଧ କରିଥିଲା।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.