ETV Bharat / bharat

ମହାରାଷ୍ଟ୍ରର ବିଦ୍ୟାଳୟ ଗୁଡ଼ିକୁ ଅନଲାଇନ ଶିକ୍ଷା ଟୁଲ୍ସ ଯୋଗାଇବ ଗୁଗୁଲ

author img

By

Published : Aug 9, 2020, 7:19 AM IST

କୋରୋନା ଦ୍ବାରା ଭାରତର ସର୍ବାଧିକ ପ୍ରଭାବିତ ରାଜ୍ୟ ମହାରାଷ୍ଟ୍ରରେ ଶିକ୍ଷା ପାଇଁ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବିଦ୍ୟାର୍ଥୀ । ଯାହାକୁ ନଜରରେ ରଖି ଗଗୁଲ ଅନଲାଇନ କ୍ଲାସ ଟୁଲ୍ସ ଯୋଗାଇବ । ଅଧିକ ପଢନ୍ତୁ...

ମହାରାଷ୍ଟ୍ରର ବିଦ୍ୟାଳୟଗୁଡ଼ିକୁ ଅନଲାଇନ ଶିକ୍ଷା ଟୁଲ୍ସ ଯୋଗାଇବ ଗୁଗୁଲ

ମୁମ୍ବାଇ: କୋରୋନା ସଂକ୍ରମଣ ହେତୁ ଭାରତର ସମସ୍ତ ସ୍କୁଲ ଏବଂ କଲେଜ ବର୍ତ୍ତମାନ ବନ୍ଦ ଅଛି ଏବଂ ଛାତ୍ରମାନେ ଅନଲାଇନ ମାଧ୍ୟମରେ ପାଠ ପଢୁଛନ୍ତି । ବିଶେଷକରି ବିଦ୍ୟାଳୟରେ, ଅନଲାଇନ ଶିକ୍ଷା ପ୍ରତ୍ୟେକ ଶ୍ରେଣୀଗୃହରେ ବିସ୍ତାର ହୋଇଛି ଏବଂ ବିଦ୍ୟାଳୟରେ ଭିନ୍ନ ଭିନ୍ନ ଟୁଲସ ଏବଂ ପ୍ଲାଟଫର୍ମଗୁଡିକ ବ୍ୟବହୃତ ହେଉଛି । ଏଭଳି ପରିସ୍ଥିତିରେ ବିଶ୍ୱର ସର୍ବବୃହତ ଇଣ୍ଟରନେଟ କମ୍ପାନୀ ଗୁଗୁଲ ଭାରତରେ ସାହାଯ୍ୟ ହାତ ବଢାଇଛି।

କମ୍ପାନୀ ମହାରାଷ୍ଟ୍ର ସରକାରଙ୍କ ସହ ଏକ ଚୁକ୍ତି କରିଛି ଯେଉଁଥିରେ ଅନଲାଇନ ଶିକ୍ଷା ପାଇଁ ଗୁଗୁଲର ସେବା ଏବଂ ଉପକରଣଗୁଡ଼ିକ ରାଜ୍ୟର ଏକ ଲକ୍ଷରୁ ଅଧିକ ବିଦ୍ୟାଳୟରେ ଉପଲବ୍ଧ ହେବ। ଏହି ସମସ୍ତ ସୁବିଧା ଗୁଗୁଲ ଦ୍ୱାରା ମାଗଣାରେ ଉପଲବ୍ଧ ହେବ ।

କୋରୋନା ଦ୍ବାରା ସବୁଠାରୁ ଅଧିକ ପ୍ରଭାବିତ ରାଜ୍ୟ ମହାରାଷ୍ଟ୍ରରେ ଏପର୍ଯ୍ୟନ୍ତ କୌଣସି ଉନ୍ନତି ଘଟିନାହିଁ ଏବଂ ଆସନ୍ତା କିଛି ମାସ ପର୍ଯ୍ୟନ୍ତ ବିଦ୍ୟାଳୟଗୁଡ଼ିକ ବନ୍ଦ ରହିବ ବୋଲି ଆଶା କରାଯାଉଛି। ଏଭଳି ପରିସ୍ଥିତିରେ ଅନଲାଇନ ଶିକ୍ଷା ସମସ୍ତଙ୍କ ପାଇଁ ସହଜରେ ଉପଲବ୍ଧ ହେବା ଲକ୍ଷ୍ୟରେ ରାଜ୍ୟ ସରକାର ଏବଂ ଗୁଗୁଲ ମିଳିତ ଭାବେ ଏହାକୁ ଆରମ୍ଭ କରିବା ନେଇ ନିଷ୍ପତ୍ତି କରିଛନ୍ତି। ଏହା ଅଧୀନରେ ଗୁଗୁଲ ଏହି ବିଦ୍ୟାଳୟଗୁଡ଼ିକରେ ଜି ସୁଇଟ ଫର ଏଜୁକେସନ ଏବଂ ଗୁଗୁଲ କ୍ଲାସରୁମ ଭଳି ଟୁଲ୍ସ ଉପଲବ୍ଧ କରାଇବ । ଏହି ପଦକ୍ଷେପ ଦ୍ୱାରା ମହାରାଷ୍ଟ୍ରର ପ୍ରାୟ 2.5 କୋଟି ବିଦ୍ୟାର୍ଥୀ ଏବଂ ଶିକ୍ଷକ ଉପକୃତ ହେବେ।

କମ୍ପାନୀର ହେଡ ଅଫ ଏଜୁକେସନ (ଭାରତ ଏବଂ ଦକ୍ଷିଣ ଏସିଆ) ବାନି ପେଣ୍ଟଲ ଧବନ ଏକ ଅନଲାଇନ ଷ୍ଟ୍ରିମିଂରେ ଏହି ସହଭାଗିତାର ଘୋଷଣା କରିଛନ୍ତି। ଏହା ସହିତ କମ୍ପାନୀ ଶିକ୍ଷକମାନଙ୍କୁ ସେମାନଙ୍କର ତାଲିମ ଏବଂ ଅନ୍ୟାନ୍ୟ ଆବଶ୍ୟକତା ପୂରଣ କରିବାରେ ମଧ୍ୟ ସାହାଯ୍ୟ କରିବ । କମ୍ପାନୀ ନିଜର 'ଟିଚ ଫର ହୋମ' ହବ୍କୁ ମରାଠୀ ଭାଷାରେ ବିଦ୍ୟାଳୟଗୁଡ଼ିକ ପାଇଁ ଉପଲବ୍ଧ କରାଇବାକୁ ଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.