ETV Bharat / bharat

ବଣ୍ଟା ହେଲା ଭାଗ: କଂଗ୍ରେସକୁ ବାଚସ୍ପତି, ଏନସିପିକୁ ଉପ ମୁଖ୍ୟମନ୍ତ୍ରୀ - ମହାରାଷ୍ଟ୍ର ମନ୍ତ୍ରୀ ପଦ ବଣ୍ଟା

ମହାରାଷ୍ଟ୍ରରେ ଶିବସେନା,ଏନସିପି ଓ କଂଗ୍ରେସର ମିଳିତ ସରକାର ଗଠନ ପରେ ମନ୍ତ୍ରୀପଦ ନେଇ ବୈଠକ ସମାପ୍ତ ହୋଇଛି । ଏନସିପିକୁ ଉପ-ମୁଖ୍ୟମନ୍ତ୍ରୀ ଓ ଉପ-ବାଚସ୍ପତି ଓ କଂଗ୍ରେସକୁ ବାଚସ୍ପତି ପଦ ମିଳିବା ନେଇ ସୂଚନା ଦେଇଛନ୍ତି ଏନିସିପ ନେତା ପ୍ରଫୁଲ୍ଲ ପଟେଲ ।

Maharashtra formula
ଫାଇଲ ଫଟୋ
author img

By

Published : Nov 27, 2019, 10:35 PM IST

ହାଇଦ୍ରାବାଦ: ମହାରାଷ୍ଟ୍ରରେ ଶିବସେନା, ଏନସିପି ଓ କଂଗ୍ରେସର ମିଳିତ ସରକାର ଗଠନ ପରେ ମନ୍ତ୍ରୀପଦ ନେଇ ବୈଠକ ସମାପ୍ତ ହୋଇଛି । YB ଚୌହାନ ସେଣ୍ଟରରେ ପାଖପାଖି 4 ଘଣ୍ଟାର ମାରାଥନ ବୈଠକ ଚାଲିଥିଲା । ମନ୍ତ୍ରୀପଦ ବଣ୍ଟନ ନେଇ ଅନେକ ସମୟ ଧରି ଚର୍ଚ୍ଚା ଓ ଆଲୋଚନା ପରେ ଚୂଡାନ୍ତ ନିଷ୍ପତ୍ତି ନେଇ ସୂଚନା ପ୍ରଦାନ କରିଛନ୍ତି ଏନିସିପ ନେତା ପ୍ରଫୁଲ୍ଲ ପଟେଲ । ଏନସିପିକୁ ଉପ-ମୁଖ୍ୟମନ୍ତ୍ରୀ ଓ ଉପ-ବାଚସ୍ପତି ଓ କଂଗ୍ରେସକୁ ବାଚସ୍ପତି ପଦ ମିଳିବ ।

Maharashtra formula
ଫଟୋ ସୌଜନ୍ୟ: ଏଏନଆଇ

ଏହାସହ ପ୍ରତି ଦଳର ଏକରୁ ଦୁଇ ମନ୍ତ୍ରୀ ଶପଥ ନେବେ । ବିଳମ୍ବିତ ରାତ୍ରୀ ସୁଦ୍ଧା ମନ୍ତ୍ରୀଙ୍କ ଚୂଡାନ୍ତ ନାମ ଘୋଷଣା କରାଯିବ । ଏହି ବୈଠକରେ ସମସ୍ତ ମୁଦ୍ଦା ଉପରେ ତିନି ଦଳର ସହମତି ପ୍ରକାଶ ପାଇଛି । ଏହାସହ ବୈଠକ ପରେ ପ୍ରଫୁଲ୍ଲ କହିଛନ୍ତି ଯେ ଗୁରୁବାର ମୁଖ୍ୟମନ୍ତ୍ରୀଙ୍କ ସହ କେତେ ମନ୍ତ୍ରୀ ଶପଥ ନେବେ ସେ ନେଇ ନିଷ୍ପତ୍ତି ନିଆଯାଇନାହିଁ ।

Maharashtra formula
ଫଟୋ ସୌଜନ୍ୟ: ଏଏନଆଇ

ଏଠାରେ ସୂଚନା ଯୋଗ୍ୟ ଯେ, ଗୁରୁବାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ । ମୁମ୍ବାଇର ଶିବାଜୀ ପାର୍କରେ ଆୟୋଜନ ହେବ ଶପଥ ଗ୍ରହଣ ସମାରୋହ ।

Intro:Body:

test

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.