ମୁମ୍ବାଇ: ମହାରାଷ୍ଟ୍ର ଥାନେ ଜିଲ୍ଲାର ଉଲହସନଗର ଟାଉନସିପରେ ଥିବା ତିନି ମହଲା ବିଶିଷ୍ଟ ବ୍ୟବସାୟିକ କୋଠାରେ (କରମସିଆଲ ବିଲ୍ଟିଂ) ଭୟାବହ ଅଗ୍ନିକାଣ୍ତ । ଏହି ଅଗ୍ନିକାଣ୍ତର କାରଣ ଅସ୍ପଷ୍ଟ ରହିଥିବା ବେଳେ କେହି ମୃତାହତ ହୋଇ ନଥିବା ସୂଚନା ମିଳିଛି । ତେବେ, ବିଲ୍ଡ୍ଂର ପ୍ରଥମ ମହଲାରେ ପ୍ରଣ୍ଟିଙ୍ଗ ସର୍ଭିସ କମ୍ପାନୀ ରହିଛି । ରବିବାର ଥିବାରୁ କମ୍ପାନୀ ଛୁଟି ରହିଥିଲେ । ନଚେତ ଅନେକ ଧନଜୀବନ ନଷ୍ଟ ହୋଇଥାନ୍ତା । ରବିବାର ରାତି ପ୍ରାୟ 10.30 ସମୟରେ ପ୍ରଥମ ମହଲାରେ ଥିବା ଏକ ପ୍ରିଣ୍ଟିଂ କାର୍ଯ୍ୟାଳୟରେ ଏହି ଅଗ୍ନିକାଣ୍ଡ ହୋଇଥିଲା । ପରେ ଏହା ପୁରା ବିଲ୍ଡିଂକୁ ବ୍ୟାପିଯାଇଥିଲା ।
ଘଟଣାସ୍ଥଳରେ 5ଟି ଦମକଳ ଗାଡି ପହଞ୍ଚି ଥିଲା । ତେବେ ନିଆଁର ଭୟାବହତା ଅଧିକ ଥିବାରୁ ଆୟତ୍ତ କରିବା ପାଇଁ ଅଧିକ ସମୟ ଲାଗିଥିଲା । ସୋମବାର ସକାଳ 8ଟା.30 ଯାଏଁ ନିଆଁ ଲିଭା କାର୍ଯ୍ୟ ଜାରି ରହିଥିଲା ।