ETV Bharat / bharat

ଅଜିତ ପାୱାର ଗୁରୁତ୍ବପୂର୍ଣ୍ଣ ବୈଠକ, ନିଷ୍ପତ୍ତି ଉପରେ ସମସ୍ତଙ୍କ ନଜର

author img

By

Published : Nov 23, 2019, 7:13 PM IST

ମହାରାଷ୍ଟ୍ର କ୍ଷମତା ପାଇଁ ଏବେ ଆରମ୍ଭ ହୋଇଛି ଅସଲି ଗୋଟି ଚାଳନା । ବୈଠକ ପରେ ବୈଠକ କରି ଚାଲିଥିବା ଶିବସେନାକ-ଏନସିପି-କଂଗ୍ରେସକୁ ଚେକ୍ ଦେଇ ବିଜେପି ଗଠନ କରିଛି ସରକାର । ଆଉ ଏବେ ସରକାର ବଞ୍ଚାଇବାକୁ ଆରମ୍ଭ ହୋଇଛି କସରତ ।

ଅଜିତ ପାୱାର ଗୁରୁତ୍ବପୂର୍ଣ୍ଣ ବୈଠକ

ମୁମ୍ବାଇ: ରୋମାଞ୍ଚିତ ଆଡକୁ ଯାଉଛି ମହାରାଷ୍ଟ୍ର ମହାଭାରତ । କ୍ଷମତା ପାଇଁ ଏବେ ବାଜିରେ ଲାଗିଛି ବିଚାରଧାର । ସବୁ ଗଣିତକୁ ଓଲଟ ପାଲଟ କରି ଏନସିପି ନେତା ଅଜିତ ପାୱାରଙ୍କ ସମର୍ଥନରେ ବିଜେପି ସରକାର ଗଠନ କରିଛି । ତେବେ ଏନସିପି ପ୍ରମୁଖ ଶରଦ ପାୱାର ଅଜିତଙ୍କ କାର୍ଯ୍ୟକୁ ଦଳ ବିରୋଧୀ କାର୍ଯ୍ୟ ଦର୍ଶାଇ ତାଙ୍କୁ ଦଳରୁ ବହିଷ୍କାର କରିଛନ୍ତି ।

ତେବେ ଅଜିତଙ୍କୁ ବହିଷ୍କାର କରି ଶରଦ ଗୋଟିଏ ବାର୍ତ୍ତା ଦେବାକୁ ଚାହିଁଛନ୍ତି ଯେ ଅଜିତ ପାୱାରଙ୍କ ସମର୍ଥନ ପ୍ରସଙ୍ଗରେ ଶରଦ ପାୱାରଙ୍କ କୌଣସି ଭୂମିକା ନାହିଁ । ସେପଟେ ବହିଷ୍କାର ପରେ ଅଜିତ ପାୱାର ଦଳର ସାଂସଦ ସୁନିଲ ତଟକରେ ଏବଂ ଏନସିପି ବିଧାୟକଙ୍କ ସହ ବୈଠକ କରୁଛନ୍ତି । ଏହି ବୈଠକ ଅଜିତ ପାୱାରଙ୍କ ସାନ ଭାଇ ଶ୍ରୀନିବାସ ପାୱାରଙ୍କ ଘରେ ଆରମ୍ଭ ହୋଇଛି । ଘରେ ବାହାରେ ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଛି । ବର୍ତ୍ତମାନର ପରିସ୍ଥିତିରେ ଏହି ବୈଠକ ଅନେକ ଗୁରୁତ୍ବପୂର୍ଣ୍ଣ ମନେ କରାଯାଉଛି ।

ସେପଟେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଦଳୀୟ କର୍ଯ୍ୟାଳୟକୁ ଆସି କର୍ମୀଙ୍କୁ ଉଦବୋଧନ ଦେବାସହ ଆଗକୁ ହେବାକୁ ଥିବା କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦେଇଛନ୍ତି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.