ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଶନିବାର 25 ଟି ଆମ୍ବୁଲାନ୍ସ ସେବା ଆରମ୍ଭ କରିଛନ୍ତି । ଶିବସେନା ପକ୍ଷରୁ 25 ଆମ୍ବୁଲାନ୍ସ ଦାନ କରାଯାଇଛି । ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରେ 24 ଘଣ୍ଟାରେ 1,090 କୋଭିଡ-19 ମାମଲା ସହିତ 52 ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଅନ୍ୟପକ୍ଷେ ପ୍ରାୟ 617 ଜଣଙ୍କୁ ଡିସଚାର୍ଜ କରାଯାଇଛି ବୋଲି ମ୍ୟୁନିସିପାଲିଟି କର୍ପୋରେସନ୍ ଗ୍ରେଟର ମୁମ୍ବାଇ ସୂଚନା ଦେଇଛି।
କେବଳ ମୁମ୍ବାଇରେ କୋଭିଡ-19 ସଂଖ୍ୟା ମୋଟ୍ 1,07,981 କୁ ବୃଦ୍ଧି ପାଇଛି । ଏମଧ୍ୟରୁ 78,877 ରୋଗୀ ସୁସ୍ଥ ହୋଇଥିବା ବେଳେ 6,033ଜଣଙ୍କ ମୃତ୍ୟୁ ଘଟିଛି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ମହାରାଷ୍ଟ୍ର ବର୍ତ୍ତମାନ ସୁଦ୍ଧା 3,57,117 କୋଭିଡ-19 ମାମଲା ସାମ୍ନାକୁ ଆସିଛି । ଏଥିରେ 1,44,018 ସକ୍ରିୟ ମାମଲା, 1,99,967 ପୁନରୁଦ୍ଧାର ଓ 13,132 ମୃତ୍ୟୁ ଘଟିଛି।