ନୂଆଦିଲ୍ଲୀ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ପଦଭାର ସମ୍ଭାଳିବା ପରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ପ୍ରଥମଥର ଦିଲ୍ଲୀରେ ପହଞ୍ଚିଛନ୍ତି । ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ ଉଦ୍ଧବ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ବାସଭବନ 7 ଲୋକକଲ୍ୟାଣ ମାର୍ଗରେ ଏହି ସାକ୍ଷାତକାର ହୋଇଛି । ତେବେ ମୋଦି ଓ ଉଦ୍ଧବଙ୍କ ସାକ୍ଷାତକାର ସମୟରେ ସେଠାରେ ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଠାକରେ ମଧ୍ୟ ଉପସ୍ଥିତ ଥିଲେ । ଏହାପରେ ସେ 15 ସଫଦରଜଙ୍ଗରେ ଏକ ସାମ୍ବଦିକ ସମ୍ମିଳନୀକୁ ସମ୍ବୋଧନ କରିବେ ବୋଲି ଜଣାପଡିଛି ।
ପ୍ରଧାନମନ୍ତ୍ରୀଙ୍କ ପରେ ସୋନିଆଙ୍କୁ ଭେଟିବେ ଉଦ୍ଧବ
ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ସାକ୍ଷାତ ପରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଦିଲ୍ଲୀରେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଭେଟିବେ । ସୋନିଆ ଓ ଉଦ୍ଧବଙ୍କ ଏହି ଭେଟଘାଟ ସଂଧ୍ୟା 6ଟାରେ ହେବ । ସୋନିଆଙ୍କ ପରେ ଉଦ୍ଧବ ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ରହିଛି ।
ରାତି 9ଟାରେ ଶାହଙ୍କୁ ଭେଟିବେ ଉଦ୍ଧବ
ମିଳିଥିବା ସୂଚନା ଅନୁସାରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ନିଜ ଦିଲ୍ଲୀ ଗସ୍ତ ସମୟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ମଧ୍ୟ ଭେଟିବେ । ଶାହଙ୍କ ସହ ଉଦ୍ଧବଙ୍କ ଏହି ସାକ୍ଷାତ ରାତି 9ଟାରେ ହେବ ।
ମୁଖ୍ୟମନ୍ତ୍ରୀ ହେବା ପରେ ଠାକରେଙ୍କ ପ୍ରଥମ ଦିଲ୍ଲୀ ଗସ୍ତ
ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ପଦଭାର ସମ୍ଭାଳିବା ପରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ପ୍ରଥମ ଦିଲ୍ଲୀ ଗସ୍ତ । ଉଦ୍ଧବଙ୍କ ଦିଲ୍ଲୀ ଗସ୍ତ ନେଇ ନିଜ ଟ୍ବିଟରରେ ସୂଚନା ଦେଇଥିଲେ ଶିବସେନା ସାଂସଦ ସଞ୍ଜୟ ରାଉତ ।
@ANI