ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନକୁ ନେଇ ବିଜେପି ଓ ଶିବସେନା ମଧ୍ୟରେ ଆସନ ଭାଗବଣ୍ଟା ଅଙ୍କ ଶେଷରେ ସମାଧାନ ହୋଇଛି । ଭାଗବଣ୍ଟାରେ ବିଜେପିକୁ 144 ଓ ଶିବସେନାକୁ 126 ସିଟ ଆସନରେ ଲଢିବା ପାଇଁ ଚୂଡାନ୍ତ ନିଷ୍ପତି ନିଆଯାଇଛି । ଏଥିସହ ଶିବସେନା ଭାଗରେ ଉପମୁଖ୍ୟମନ୍ତ୍ରୀ ପଦ ଛିଣ୍ଡିଛି ।
୨୦୧୯ ବିଧାନସଭା ନିର୍ବାଚନରେ ୧୨୬ଟି ଆସନରେ ଲଢ଼ିବା ପାଇଁ ବିଜେପିର ପ୍ରସ୍ତାବକୁ ଶିବସେନା ସୁପ୍ରିମୋ ଉଦ୍ଧବ ଠାକ୍ରେ ଗ୍ରହଣ କରିଥିବା ଜଣାପଡ଼ିଛି। ନିର୍ବାଚନରେ ବିଜେପି ୧୪୪, ଶିବସେନା 126 ଓ ବଳକା ୧୮ଟି ଆସନ ମେଣ୍ଟର ସହଯୋଗୀ ଦଳ ଲଢିବେ ବୋଲି ନିଷ୍ପତ୍ତି ହୋଇଛି।
ଏହି ଆସନ ବୁଝାମଣା ଟଣାଓଟରା ଭିତରେ ସମାଧାନ ପାଇଁ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ମୁମ୍ବାଇ ଗସ୍ତକୁ ବାତିଲ କରିବାକୁ ପଡିଥିଲା । ଗୁରୁବାର ଶାହା ମୁମ୍ବାଇ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଥିଲା । ଏଠାରେ ସୂଚନା ଯୋଗ୍ୟ ଯେ ମହାରାଷ୍ଟ୍ରରେ ଆସନ୍ତା ମାସ ୨୧ରେ ନିର୍ବାଚନ ଅନୁଷ୍ଠିତ ହେବ ଓ ୨୪ ତାରିଖରେ ନିର୍ବାଚନ ଫଳାଫଳ ଘୋଷଣା କରାଯିବ ।