ETV Bharat / bharat

ଚନ୍ଦ୍ରକୁ ରକେଟ ଗଲେ ପେଟ ପୂରିବ ନାହିଁ: ରାହୁଲ ଗାନ୍ଧୀ

ରବିବାର ଲାତୁରରେ ରାହୁଲ ଗାନ୍ଧୀ ନିର୍ବାଚନୀ ସଭାକୁ ସମ୍ବୋଧନ କରି ବିଜେପିକୁ ଟାର୍ଗେଟ କରିଛନ୍ତି । ମିଛ ପ୍ରତିଶ୍ରୁତି ଦେବାରେ ବିଜେପି ସରକାର ଓସ୍ତାଦ ବୋଲି କହିଛନ୍ତି ରାହୁଲ । ବିଭିନ୍ନ ପ୍ରସଙ୍ଗରେ ରାହୁଲ କେନ୍ଦ୍ର ସରକାର ଓ ମିଡିଆଙ୍କୁ ସମାଲୋଚନା କରିଛନ୍ତି । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
author img

By

Published : Oct 13, 2019, 9:26 PM IST

ଲାତୁର: ମହାରାଷ୍ଟ୍ର ନିର୍ବାଚନ ପ୍ରଚାର ନେଇ ମାହୋଲ ସରଗରମ । ପରସ୍ପରକୁ ଆରୋପ, ଦୋଷାରୋପ, ତୀବ୍ର ସମାଲୋଚନା ଭିତରେ ମାରାଥନ ପ୍ରଚାର ଚାଲିଛି ।

ରବିବାର ଲାତୁରରେ ରାହୁଲ ଗାନ୍ଧୀ ନିର୍ବାଚନୀ ସଭାକୁ ସମ୍ବୋଧନ କରି ବିଜେପିକୁ ଟାର୍ଗେଟ କରିଛନ୍ତି । ମିଛ ପ୍ରତିଶ୍ରୁତି ଦେବାରେ ବିଜେପି ସରକାର ଓସ୍ତାଦ ବୋଲି କହିଛନ୍ତି ରାହୁଲ । ବିଭିନ୍ନ ପ୍ରସଙ୍ଗରେ ରାହୁଲ କେନ୍ଦ୍ର ସରକାର ଓ ମିଡିଆଙ୍କୁ ସମାଲୋଚନା କରିଛନ୍ତି ।

ରାହୁଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହା, ମିଡିଆ, ସାଧାରଣ ଜନତାଙ୍କୁ ମୁଖ୍ୟ ସମସ୍ୟାରୁ ନଜର ହଟାଇବା ପାଇଁ ଉଦ୍ୟମ ଜାରି ରଖିଛନ୍ତି ବୋଲି କହିଛନ୍ତି । ଉଦ୍‌ବୋଧନରେ ରାହୁଲ କୃଷକ ସମସ୍ୟା, ଦେଶର ଆର୍ଥିକ ସମସ୍ୟା, ବେକାରୀ ଆଦି ପ୍ରସଙ୍ଗରେ ମିଡିଆ ନିରବ ରହିବା ନିନ୍ଦନୀୟ ବୋଲି କହିଛନ୍ତି ।

ରାହୁଲ ଆହୁରି କହିଛନ୍ତି ଯେ, ମୋଦି ସରକାର ୧୫ ଜଣ ଧନୀ ଲୋକଙ୍କର ୫.୫ ଲକ୍ଷ କୋଟି ଋଣ ଛାଡ଼ କରିଛନ୍ତି । ନୋଟବନ୍ଦୀ, ଜିଏସଟି ଲାଗୁ କରିବାର ପ୍ରକୃତ ଉଦ୍ଦେଶ୍ୟ ଗରିବଙ୍କ ପକେଟ୍‌ରୁ ପଇସା କାଟି ଧନୀଙ୍କ ମଧ୍ୟରେ ବାଣ୍ଟିବା ।

ସରକାର ସବୁଆଡେ ଧାରା ୩୭୦ ଉଚ୍ଛେଦ, ଚନ୍ଦ୍ର ବିଷୟରେ କଥା କହୁଛନ୍ତି । ମାତ୍ର ଦେଶରେ ଦେଖା ଦେଇଥିବା ବଭିନ୍ନ ସମସ୍ୟା ପ୍ରତି ନିରବ ରହୁଛନ୍ତି । ରାହୁଲ କହିଛନ୍ତି ଯେ, ଚନ୍ଦ୍ରକୁ ଯିବା ଭଲ କଥା । ଚନ୍ଦ୍ରରେ ଦୁଇ ଦିନରେ ପହଞ୍ଚିବା ସମ୍ଭବ ନୁହେଁ । ବର୍ଷ ବର୍ଷର ପରିଶ୍ରମ ଲାଗେ । ମାତ୍ର ଚନ୍ଦ୍ରରେ ପହଞ୍ଚିଲେ ଖାଲି ପେଟ ପୂରିବ ନାହିଁ । ରୋଟି ଦେବା ପାଇଁ ହେଲେ ବେରୋଜଗାରୀ ହଟାଇବାକୁ ପଡିବ । ମାତ୍ର ସରକାରଙ୍କୁ ଦେଶର ଯୁବକ ମାନେ ଚାକିରି ବିଷୟରେ ପଚାରିଲେ ସରକାର ସେମାନଙ୍କୁ ଚନ୍ଦ୍ର ଦେଖିବାକୁ କହୁଛନ୍ତି।

ଏହାସହ ମୋଦି-ଜିନ୍‌ପିଙ୍ଗ୍‌ଙ୍କ ସାକ୍ଷାତକାରକୁ ଟାର୍ଗେଟ କରିଛନ୍ତି ରାହୁଲ । ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାଇନା ରାଷ୍ଟ୍ରପତି ସି ଜିନ୍‌ପିଙ୍ଗଙ୍କୁ ସାକ୍ଷାତକାର ସମୟରେ 2017ରେ ଡୋକଲାମ ବିବାଦ ବିଷୟରେ କଣ ପ୍ରଶ୍ନ କରିଥିଲେ କି ?

Intro:Body:

aaa

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.