ETV Bharat / bharat

କୋରୋନାରୁ ମୁକ୍ତ ହେଲେ ମହନ୍ତ ନୃତ୍ୟ ଗୋପାଳ ଦାସ

author img

By

Published : Sep 7, 2020, 11:44 AM IST

ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ଅଧକ୍ଷ ମହନ୍ତ ନୃତ୍ୟ ଗୋପାଳ ଦାସ ହେଲେ କୋରୋନା ମୁକ୍ତ । ଆଜି (ସୋମବାର) ନୃତ୍ୟ ଗୋପାଳ ଦାସ ଗୁରୁଗ୍ରାମର ମେଦାନ୍ତରୁ ଅଯୋଧ୍ୟା ଯାଇ ସମସ୍ତ ଭକ୍ତମାନଙ୍କୁ ଭେଟିବେ । ସେ ଅଗଷ୍ଟରେ କୋରୋନାରେ ସଂକ୍ରମିତ ହୋଇଥିଲେ । ଅଧିକ ପଢନ୍ତୁ...

କୋରୋନା ମୁକ୍ତ ହେଲେ ମହନ୍ତ ନୃତ୍ୟ ଗୋପାଳ ଦାସ
କୋରୋନା ମୁକ୍ତ ହେଲେ ମହନ୍ତ ନୃତ୍ୟ ଗୋପାଳ ଦାସ

ଲକ୍ଷ୍ନୌ:ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ଅଧକ୍ଷ ମହନ୍ତ ନୃତ୍ୟ ଗୋପାଳ ଦାସ ହେଲେ କୋରୋନା ମୁକ୍ତ। ଆଜି (ସୋମବାର) ନୃତ୍ୟ ଗୋପାଳ ଦାସ ଗୁରୁଗ୍ରାମର ମେଦାନ୍ତରୁ ଅଯୋଧ୍ୟା ଯାଇ ସମସ୍ତ ଭକ୍ତମାନଙ୍କୁ ଭେଟିବେ ।

ଅଯୋଧ୍ୟା ଆନ୍ଦୋଳନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ମହନ୍ତ ନୃତ୍ୟ ଗୋପାଳ ଦାସ ଅଗଷ୍ଟ ମାସରେ କୋରୋନାରେ ସଂକ୍ରମିତ ହୋଇଥିଲେ । କୋରୋନା ଆକ୍ରାନ୍ତ ହେବା ମାତ୍ରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନୃତ୍ୟ ଗୋପାଲ ଦାସଙ୍କୁ ଗୁରୁଗ୍ରାମର ମେଦାନ୍ତ ଡାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଇଥିଲେ। ଯେଉଁଠାରେ ବର୍ତ୍ତମାନ ତାଙ୍କର କୋରୋନା ରିପୋର୍ଟ ନେଗେଟିଭ ଆସିଛି ଏବଂ ତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆସିଛି ।

91 ବର୍ଷିୟ ନୃତ୍ୟ ଗୋପାଲ ଦାସଙ୍କୁ ଡିସଚାର୍ଜ କରିବା ପୂର୍ବରୁ ପୁଣି ଥରେ ତାଙ୍କ ସ୍ବାସ୍ଥ୍ୟର ସମ୍ପୂର୍ଣ୍ଣ ଯାଞ୍ଚ କରାଯାଇଛି । ଅନ୍ୟପକ୍ଷରେ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ମହନ୍ତ ନୃତ୍ୟ ଗୋପାଳ ଦାସଙ୍କୁ ଭେଟି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.