ETV Bharat / bharat

ଟ୍ରିବ୍ୟୁନାଲରେ ପୁଣି ଝୁଲିଲା ମହାନଦୀ ଜଳ ବିବାଦ - ମହାନଦୀ ଦଳ ବିବାଦ ମାମଲା

ମହାନଦୀ ଜଳ ବିବାଦ ମାମଲାର ଶୁଣାଣି ଘୁଞ୍ଚାଇଲେ ଟ୍ରିବ୍ୟୁନାଲ ।  ଏହାର ପରବର୍ତ୍ତୀ ଶୁଣାଣି ଫେବ୍ରୁଆରି ୧ରେ ହେବ ।

mahanadi water dispute
ଫାଇଲ ଫଟୋ
author img

By

Published : Dec 14, 2019, 1:17 PM IST

ନୂଆଦିଲ୍ଲୀ: ପୁଣି ଘୁଞ୍ଚିଲା ମହାନଦୀ ଜଳ ବିବାଦ ମାମଲାର ଶୁଣାଣି । ଏହାର ପରବର୍ତ୍ତୀ ଶୁଣାଣି ଫେବ୍ରୁଆରି ୧ରେ ହେବ ବୋଲି ଟ୍ରିବ୍ୟୁନାଲ ନିଷ୍ପତ୍ତି ନେଇଛନ୍ତି । ଏହା ସହିତ ଜାନୁଆରିରେ ଦ୍ବିତୀୟ ଥର ପ୍ରକଳ୍ପ ଅଞ୍ଚଳ ଗସ୍ତ କରିବାକୁ ଉଭୟ ଓଡିଶା ଏବଂ ଛତିଶଗଡକୁ ନିର୍ଦ୍ଦେଶ ଦେଇଛନ୍ତି । ଜାନୁଆରୀ 4 ତାରିଖରେ ଛତିଶଗଡ ପ୍ରତିନିଧି ଦଳ ଓଡିଶାର କ୍ଷେତ୍ର ପରିଦର୍ଶନ କରିବେ । ସେହିପରି ଜାନୁଆରୀ 16 ତାରିଖରେ ଓଡିଶାର ପ୍ରତିନିଧି ଦଳ ଛତିଶଗଡର କ୍ଷେତ୍ର ପରିଦର୍ଶନ କରିବେ । ସେପଟେ ଏଥିରେ କେନ୍ଦ୍ରକୁ ପକ୍ଷଭୁତ କରିବାକୁ ଟ୍ରିବ୍ୟୁନାଲର ଦୃଷ୍ଟି ଆକର୍ଷଣ କରିଥିଲା ଛତିଶଗଡ ।

ଶନିବାର ଟ୍ରିବ୍ୟୁନାଲରେ ଓଡିଶା-ଛତିଶଗଡ ମହାନଦୀ ଜଳ ବିବାଦର ଶୁଣାଣି ହୋଇଛି । ଉଭୟ ଓଡିଶା ଓ ଛତିଶଗଡ ନିଜ ନିଜ ରାଜ୍ୟର ମହାନଦୀ ପ୍ରକଳ୍ପ ଅଞ୍ଚଳ ଅନୁଧ୍ୟାନ ସମ୍ପର୍କରେ ଟ୍ରିବ୍ୟୁନାଲଙ୍କୁ ଅବଗତ କରାଇଛନ୍ତି । ଟ୍ରିବ୍ୟୁନାଲର ଅଧ୍ୟକ୍ଷ ତଥା ବିଚାରପତି ଏ.ଏମ୍‌. ଖାନୱିଲକରଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ଖଣ୍ଡପୀଠ ଉଭୟ ଓଡିଶା ଓ ଛତିଶଗଡର ପକ୍ଷ ଶୁଣିଛନ୍ତି । ତେବେ ଉଭୟ ପକ୍ଷ ଶୁଣିବା ପରେ ଏଭଳି ନିଷ୍ପତ୍ତି ନେଇଛନ୍ତି ଟ୍ରିବ୍ୟୁନାଲ ।

ଏହା ପୂର୍ବରୁ ଅକ୍ଟୋବର ୨୯ ରୁ ନଭେମ୍ବର ୩ ତାରିଖ ଭିତରେ ଓଡିଶା ପ୍ରତିନିଧି ଦଳ ଛତିଶଗଡ ଯାଇ ପ୍ରକଳ୍ପ ଗୁଡିକୁ ଅନୁଧ୍ୟାନ କରି ଫେରିଥିଲେ । ଏହାପରେ ନଭେମ୍ବର ଦ୍ବିତୀୟ ସପ୍ତାହରେ ଛତିଶଗଡ ମଧ୍ୟ ଓଡିଶା ଆସି ମହାନଦୀ ଉପରେ ନିର୍ମାଣ କରାଯାଇଥିବା ପ୍ରକଳ୍ପ ଗୁଡିକ ଅନୁଧ୍ୟାନ କରିଥିଲା ।

sample description
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.